Thursday, October 17, 2013

"ତୁମ ପାଇଁ ପଦେ"



ତୁମେ ମୋ ମାନସ ଚିତ୍ତରେ
ଏକ ଅବିଚ୍ଛ୍ୟେଦ ଅଙ୍ଗ
ତୁମବିନା ଲାଗେ ଜୀବନଟା ଏକ ପ୍ରକାରେ ଭଙ୍ଗ
ତୁମେ ଆସି ଦେଲ ଜୀବନରେ ନୂଆରଙ୍ଗ
ତୁମେ କେହି ନୁହଁ ଏକ ଆମ ଶକ୍ତି ସଂଘ୤
ସାଧାରଣ ସମ୍ପାଦକ ନିରଞ୍ଜନ ବାବୁ
ଆସି କଲେ ତାକୁ ସ୍ୱଛଳ
ଦୂର୍ଦ୍ଦିନ ଆସି ଧରିଲା ସେମାନଙ୍କ ସଙ୍ଗ
ସଳଖିଲା ତାଙ୍କ ଜୀବନର ନୂଆ ଢଙ୍ଗ୤
ଦେଖାଇଲା ତାଙ୍କୁ ନୂଆ ରାହା
ହେଲା ଜୀବନର ଏକ ମାତ୍ର ସାହା
ତୁମେ ଆସି କଲ ଜୀବନ ତାଙ୍କ ଆସ୍ୱସ୍ତ
ତେଣୁ ସେମାନେ ଆଜି ହେଲେ ସବୁଠି ବିଶ୍ୱସ୍ତ୤
ବଙ୍ଗପସାଗର କୂଳେ ଗାଇଦେଲ ବିଜୟର ଗିତୀ
ଆରବ ସାଗର କୂଳେ ସନ୍ଦେଶ ଦେଲେ ନୂଆ ପ୍ରୀତି୤
ଧୈର୍ଯ୍ୟ ସାହସର ବାଣୀ କଲ ପ୍ରଚାର
ଶେଷେ ସବୁଠି ପାଇଲ ଆଜି ତୁମେ ଆଦର୤
ଶକ୍ତି ସଂଘର ତୁମେ ହେଲ ଚର୍ଚ୍ଚା
ଦେଖାଇଲ ନୂଆ ମୂକ୍ତିର ମୋର୍ଚ୍ଚା୤
ଅନ୍ତିମ କଲ ତୁମେ ଆମର ଏହି ସମର
ଏଥିପାଇଁ ହେଲ ତୁମେ ଆମଠାରେ ଅମର୤
ଅମର ପଦବୀ ଲାଗି ନାହିଁ ତୁମ ଆଶା
ସେଥିପାଇଁ ଖୋଜି ପାଉନାହିଁ ମୁଁ ଭାଷା୤
ଶକ୍ତି ଦିଅ ପ୍ରଭୁ ବିଜୟ ହେଉ ତାଙ୍କ ସବୁ ପଦକ୍ଷେପ
କେହି ନକରନ୍ତୁ କେବେବି ତାଙ୍କୁ ଆକ୍ଷେପ୤
ପସରାଏ ସ୍ନେହ,ସମ୍ମାନର ଆଶାୟୀ ସିଏ
କେହି ନକରନ୍ତୁ ତାଙ୍କୁ ବଞ୍ଚିତ
କବିତାରେ ମୁଁ ଏତିକି କଥା କହିଦିଅଇ ସବୁ ରଖି ସଞ୍ଚିତ୤


ବିଷ୍ଣୁପଦ ମିଶ୍ର ,(ଜେ.ଟି),ନେସ୍କୋ

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ