Thursday, October 17, 2013

ଦୀପ୍ତ ଆମ ଶକ୍ତି ସଂଘ



ଦୀପ୍ତ ଆମ ଶକ୍ତି ସଂଘର ....
ସମସ୍ତଙ୍କ ମେଳର
ସ୍ନେହ ଅନୁରାଗ ଭରା
ଭକ୍ତି ପ୍ରେମ ଅପସୋରା
ଯା ଦେହେ ବିତିଛି
ଶ୍ରାବଣ ବରଷା ସାଜି
ବସନ୍ତ ଶିଶିର
ଆଉ ବୈଶାଖ ର ଝାଞ୍ଜି୤
ଦୀପ୍ତ ଆମ ଶକ୍ତି ସଂଘର ....
ଚିର ପଲ୍ଲବିତ ମୁଖରିତ କୁସୁମର ଜୁଆର
ସଦା ମୁଖରିତ ମୁକ୍ତ ତା ଅଗଣା ଦୂଆର
ସୁନ୍ଦର ସୁଶୋଭିତ ତା ନନ୍ଦନ କାନନ
ଶୁଭ ସଂକେତ ନାରିକେଳ ଦଣ୍ଡାୟମାନ
ଦୀପ୍ତ ଆମ ଶକ୍ତି ସଂଘର ....
ଏପାଖେ ମନ୍ଦିର ସେପାଖେ ମନ୍ଦିର
ମଝିରେ ଅଟଇ ଏ ଶକ୍ତି କେନ୍ଦ୍ରର
ମାଟି ପ୍ରତିମାରେ ସିଏ ଭରିଦିଏ ପରାଣ
ଭାବନା ତା ଶାନ୍ତି ମୁକ୍ତି ପ୍ରଗତିର ଆହ୍ୱାନ
ଦୀପ୍ତ ଆମ ଶକ୍ତି ସଂଘର ....
କିଏ ସେ ଗାଇବ ତାର କଥା ଅସରନ୍ତି
ଜୀବନେ ସାଗରେ ସିଏ ଶାମୁକା ର ଜ୍ୟୋତି
ପଥ ସେ ଦେଖାଉଛି ଦେଖାଇବ
କେବେ ନପଡିବ ଥକି
ଦୀପ୍ତ ଆମ ଶକ୍ତି ସଂଘର ....
                ତନୟ ପଢିଆରୀ , (ଅସ୍ଥାୟୀ କର୍ମଚାରୀ)

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ