Thursday, October 17, 2013

ଜଳୁଛି ମୁଁ ଜଳୁଥିବି



ଜଳୁଛି ମୁଁ ଜଳୁଥିବି ଦୀପଟିଏ ହୋଇ
ହତାଶରେ ପୋଷେ ତେଲ
ଖଣ୍ଡେ ବଳିତାର ଆଶ୍ରା ନେଇ
ଖାସ୍ ଶକ୍ତି କର୍ମଚାରୀ ସଂଘ ପାଇଁ ୤
ମୋର ଇତିହାସ ପ୍ରତିଟି ପୃଷ୍ଠାରେ
ତୁମରି ମୂଳମନ୍ତ୍ର ମୋର ବୁକୁରେ
ମୋ ଦେହର ପ୍ରତିଟି ଲୋମକୋପ ମଧ୍ୟେ
ରହିଛ କେବଳ ତୁମେ୥
ତୁମେ ମୋର ସ୍ୱପ୍ନର କୋଣାର୍କ
ତା ଦୂଆରେ ମୁଁ ତ ଜଳୁଛି
ଶିଖା ତୋଳି ହୁତ୍ ହୁତ୍ ହୋଇ
ଆଶାକରେ ଜଳୁଥିବି ଜୀବନଟା ସାରା
କେବଳ ଶକ୍ତି କର୍ମଚାରୀ ସଂଘ ପାଇଁ୥
ଏମିତି ବି ସମୟ ଆସିବ ଜଳି ଜଳି ଶେଶ ହୋଇଯିବି
ଚିହ୍ନ ବର୍ଣ୍ଣ କିଛି ରହିବନି ଗନ୍ଧ ବି ରହିବନି ମୋର
ତଥାବି ଜଳୁଛି ଜାଣିଶୁଣି
ସତ୍ୟ,ନ୍ୟାୟ,ଶାନ୍ତିର ପ୍ରତିଷ୍ଠା ପାଇଁ
ଶକ୍ତି କର୍ମଚାରୀ ସଂଘର ଆଦର୍ଶକୁ ନେଇ୤
ଜଳି ଜଳି ଜୀବନର ଶେଷ ସଂଞ୍ଜ ଯାଏଁ
ଗୁହାରି କରିବି ମାଁ ଙ୍କ ଦୂଆରେ
ମାଗିବି ଏତିକି କେବଳ ସଂଘର ମଙ୍ଗଳ ପାଇଁ
କାମନା କରିବି ଏତିକି ଦୀର୍ଘାୟୁ ହେଉ ବୋଲି
ସବୁକିଛି ମାଗିଯିବି କେବଳ
ଶକ୍ତି କର୍ମଚାରୀ ସଂଘ ପାଇଁ୥
ଅବଶିଷ୍ଟ ମୋ ଜୀବନରେ
ଲେଖି ଦେଇଯିବି ଗୋଟିଏ କବିତା
ସ୍ୱର୍ଣ୍ଣାକ୍ଷରେ ସ୍ମୃତି ସେଇଲେଖା ହୋଇଥିବ
କାଳ କାଳ ଜାଏଁ
କେବଳ ଶକ୍ତି କର୍ମଚାରୀ ସଂଘ ପାଇଁ୥
                            ନିଗମାନନ୍ଦ ଗିରି,(ଅସ୍ଥାୟୀ କର୍ମଚାରୀ),ନେସ୍କୋ

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ