ଓଡିଶାର
ଭୂତପୂର୍ବ ତଥା ସ୍ୱର୍ଗତ ବିଜୁ ପଟ୍ଟନାୟକ କହିଥିଲେ , ବିଦ୍ୟୁତ୍ କ୍ଷେତ୍ରରେ ଓଡିଶା ଭାରତ
ବର୍ଷର ଏକ ବଳକା ରାଜ୍ୟ ହେବ
କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ବିଦ୍ୟୁତ୍ ର ଚାହିଦା ଦେଖିବାକୁ ଗଲେ ତାହା ଏକ ଦିବା ସ୍ୱପ୍ନ
ପରି ଲାଗୁଛି ବିଦ୍ୟୁତ୍ ସେବା
ହେଉ ବା ଅନ୍ୟକିଛି ଅତ୍ୟାବଶ୍ୟକ , ସାର୍ବଜନୀକ ସେବା ହେଉ ଶୁଳ୍କ ବୃଦ୍ଧି କରାଗଲେ ଲାଗୁହେବାର
ଯଥେଷ୍ଟ ପୂର୍ବରୁ ସର୍ବସାଧାରଣ ଙ୍କ ଅବଗତି ନିମନ୍ତେ କର୍ତ୍ତୃପକ୍ଷଙ୍କ ତରଫରୁ ବିଧିବଦ୍ଧ ଭାବରେ
ସବିଶେଷ ସୂଚନା ପ୍ରକାଶ କରାଯିବାହିଁ ସ୍ୱଚ୍ଛ ଓ ପ୍ରତ୍ୟକ ସଂପନ୍ନ ପ୍ରଶାସନିକ ବିଧି
ଏହି ଦୃଷ୍ଟିକୋଣରୁ ସଂପ୍ରତି ରାଜ୍ୟରେ ଯେଭଳି ଭାବରେ କଳେ ବଳେ କୌଶଳେ ବିଦ୍ୟୁତ୍ ଶୁଳ୍କ ଆଦାୟ
କରାଯାଉଛି ତାକୁ ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ଶୋଷଣର ରାଜ କହିଲେ ଅତ୍ୟୁକ୍ତି ହେବନାହିଁ
ପ୍ରକାଶ ଥାଉକି ୨୦୧୨-୨୦୧୩ ବର୍ଷ ମଧ୍ୟରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ସମ୍ବଦ୍ଧରେ ବିଧିବଦ୍ଧ
ବିଜ୍ଞପ୍ତି (ଗେଜେଟେଡ ନୋଟିଫିକେସନ) କୌଣସି ଠାରେ ପ୍ରକାଶ ପାଇଥିବାର ଦୃଷ୍ଟିଗୋଚର ହୋଇନାହିଁ
ଏହା କେଉଁ ପ୍ରକାର ନ୍ୟାୟ ? ପ୍ରକୃତ କାରଣ ଅନୁସନ୍ଧାନ ନକରି ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଅନ୍ୟାୟ
ଓ ନିନ୍ଦନୀୟ ଅତଏବ ରାଜ୍ୟର
ବିଦ୍ୟୁତ୍ ସଂସ୍ଥାର ଘରୋଇ କରଣ କରାଯିବା ବେଳେ ସାଧାରଣ ଉପଭୋକ୍ତା ଙ୍କ ସ୍ୱାର୍ଥକୁ ଆଖିଆଗରେ ରଖି ଏବଂ ସେମାନଙ୍କ ସୂରକ୍ଷା ଉଦେଶ୍ୟରେ
ବିଦ୍ୟୁତ୍ ନିୟାମକ ଆୟଗ (ଓ.ଇ.ଆର.ସି) ଗଠନ କରାଯାଇଥିଲା
ହେଲେ ଏହି ସଂସ୍ଥା ଘରୋଇ ଉପଭୋକ୍ତାଙ୍କୁ ମାରି ବଣ୍ଟନ କମ୍ପାନୀ ଓ ଶିଳ୍ପ ସଂସ୍ଥା ମାନଙ୍କର
ଦଲାଲ ସାଜିଛି ଅହେତୁକ
ବିଦ୍ୟୁତ୍ ଦେୟ ବୃଦ୍ଧି ଯୋଗୁଁ ଉପଭୋକ୍ତା ଅଣନିଶ୍ୱାସୀ ହୋଇପଡିଲେଣି ଏମିତିକି ଦେଶର ରାଜଧାନୀ
ଦିଲ୍ଲୀର ବିଦ୍ୟୁତ୍ ଶୁଳ୍କ ଠାରୁ ଓଡିଶାର ବିଦ୍ୟୁତ୍ ଶୁଳ୍କ ଅଧିକ ହୋଇଛି
୨୦୧୧-୨୦୧୨ ବର୍ଷ ପାଇଁ ବିଦ୍ୟୁତ୍ ନିୟାମକ ଆୟଗ ଘରୋଇ ବିଦ୍ୟୁତ୍ ଉପଭୋକ୍ତାଙ୍କ କ୍ଷେତ୍ରରେ
ଇଉନିଟି ପିଛା ୨୦ରୁ୫୦ ପଇସା ଯାଏଁ ଶୁଳ୍କ ବୃଦ୍ଧି କରିଥିବା ବେଳେ ୨୦୧୨-୨୦୧୩ ବର୍ଷ ପାଇଁ
୮୦ ପଇସା ବୃଦ୍ଧି କରିଛି
ଆୟୋଗ ସାଧାରଣ ଗରିବ ଉପଭୋକ୍ତା ଙ୍କ ତଣ୍ଟିଚିପି ବୃହତ ଶିଳ୍ପ ସଂସ୍ଥା ଗୁଡିକୁ ଲାଭଦେବା ପାଇଁ
ସେମାନଙ୍କର ଏଜେଣ୍ଟ ସାଜିଛନ୍ତି , ତେବେ ଆୟୋଗ ଶୁଳ୍କ ବୃଦ୍ଧି କରିବା ବେଳେ ବଣ୍ଟନ କମ୍ପାନୀ
ମାନେ କାହିଁକି ବଣ୍ଟନ ଜନିତ ବିଦ୍ୟୁତ୍ କ୍ଷତି କମାଇ ନାହାନ୍ତି ବୋଲି ତାଗିତ୍ କରୁନାହିଁ ?
ବିଦ୍ୟୁତ୍ ବିଶେଷଜ୍ଞ ମାନଙ୍କ ମତରେ ବଣ୍ଟନ ଜନିତ ଏକ ପ୍ରତିଶତ କ୍ଷତି ପାଇଁ ୮୦କୋଟି ଟଙ୍କା
ହରାଇବାକୁ ପଡୁଛି
ଉପଭୋକ୍ତାଙ୍କ
ଠାରୁ ଅଧିକ ଶୁଳ୍କ ନେଉଥିଲେ ମଧ୍ୟ ନିରନ୍ତର ବିଦ୍ୟୁତ୍ ଯୋଗାଣ ନେଇ କୌଣସି ବ୍ୟବସ୍ଥା
କରାଯାଉନାହିଁ ବରଂ ଲୋ-ଭୋଲ୍ଟେଜ ସମସ୍ୟା ସାଙ୍ଗକୁ ନିଅଣ୍ଟିଆ ବିଦ୍ୟୁତ୍ ଉତ୍ପାଦନ ଯୋଗୁଁ
ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ହେଉଅଛି , ଉପଭୋକ୍ତା ମାନଙ୍କୁ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଇ
ଦେବାରେ ସରକାର ବିଫଳ ହୋଇଥିବା ବେଳେ ବଣ୍ଟନ ଦାୟିତ୍ୱ ନେଇଥିବା ଘରୋଇ କମ୍ପାନୀ କୋଟି କୋଟି
ଟଙ୍କା ଲୁଟି ଚାଲିଛନ୍ତି ଏହାସତ୍ୱେ ସରକାର
ତାଙ୍କ ସହିତ ରାଧେ-ରାଧେ-ଅଧେ-ଅଧେ ନୀତିରେ ଚାଲିଛନ୍ତି
ସରକାରଙ୍କର ଏଭଳି ବିଚିତ୍ର ନିୟମକୁ ନେଇ ଖାଉଟିଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢିବାରେ
ଲାଗିଛି
ରାଜ୍ୟର
ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାରେ ସୁଧାର ଆଣିବାର ଲକ୍ଷନେଇ ରାଜ୍ୟ ସରକାର ସେସ୍କୋ,ୱେସ୍କୋ,ନେସ୍କୋ
ଓ ସାଉଥକୋ ଭଳି ଚାରଟି ବଣ୍ଟନ କମ୍ପାନୀ ସହିତ ୧୯୯୯ ମସିହାରେ ଚୁକ୍ତି ସ୍ୱାକ୍ଷରିତ କରିଥିଲେ
ଘଟଣା କ୍ରମେ ସେସ୍କୋ ବା ବର୍ତ୍ତମାନ ସେସୁ ବ୍ୟତିତ ବଣ୍ଟନ ଦାୟିତ୍ୱରେ ଥିବା ଅନ୍ୟ ତିନଟି
କମ୍ପାନୀର ପରିଚାଳନା ଭାର ରିଲାଏନ୍ସ ଏନାର୍ଜି ନେଇଥିଲା , କିନ୍ତୁ ୨୦୦୪ ମସିହା ଠାରୁ ୨୦୧୨,
ଆଠ ବର୍ଷ ବିତିଗଲାଣି ଏ ପର୍ଯ୍ୟନ୍ତ କମ୍ପାନୀ ଚୁକ୍ତି ନବିକରଣ କରୁନାହିଁ
ବିନା ଚୁକ୍ତିରେ କମ୍ପାନୀ ବେଆଇନ ଭାବେ ତିନୋଟି ବିଦ୍ୟୁତ୍ ବଣ୍ଟନ କମ୍ପାନୀର ପରିଚାଳନା
ଦାୟିତ୍ୱରେ ରହିଛି ରାଜ୍ୟ ସରକାର
କମ୍ପାନୀ ବିରୁଦ୍ଧରେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେବାପାଇଁ ସାହସ କରୁନାହାନ୍ତି
୨୦୦୬ ମସିହାରେ ବିଧାନସଭା ଷ୍ଟାଣ୍ଡିଂ କମିଟି ବିଦ୍ୟୁତ୍ ବଣ୍ଟନ କ୍ଷେତ୍ରରୁ ରାଜ୍ୟରୁ ରିଲାଏନ୍ସ
କମ୍ପାନୀ କୁ ହଟାଇବାକୁ ସୁପାରିଶ କରିଥିଲେ ମଧ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ
କରୁନାହାନ୍ତି ରିଲାଏନ୍ସ
କମ୍ପାନୀ ଦ୍ୱାରା ପରିଚାଳିତ ତିନୋଟି ବଣ୍ଟନ କମ୍ପାନୀ ଉପରେ ୨୦୧୨ ମାର୍ଚ୍ଚ ସୁଦ୍ଧା ପାଖା ପାଖି
ତିନି ହଜାର କୋଟି ଟଙ୍କା ବାକି ପଡିଛି
ରିଲାଏନ୍ସ
କମ୍ପାନୀ ବିଦ୍ୟୁତ୍ ବଣ୍ଟନ ପରିଚାଳନା ରେ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବାରୁ
ବର୍ତ୍ତମାନ ତିନୋଟି କମ୍ପାନୀର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଲାଣି
କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାରେ ସରକାର ଚୁପ୍ ରହୁଥିବା ବେଳେ ସଂସ୍ଥା ନାଁ ରେ
ବାରମ୍ବାର ବିଦ୍ୟୁତ୍ ଦେୟ ବୃଦ୍ଧି ଗ୍ରାହକ ମାନଙ୍କୁ ଅତିଷ୍ଠ କରିଛି
ଏଣୁ ରିଲାଏନ୍ସ କମ୍ପାନୀ ସବୁ ପ୍ରକାର ଫାଇଦା ଉଠାଇବାରେ ଲାଗିଛି
ଓଡିଶା
ରାଜ୍ୟ ବିଦ୍ୟୁତ୍ ବୋର୍ଡ ( ଓ.ଏସ.ଇ.ବି. ) ଥିବାବେଳେ ୧୯୯୩ ମସିହାରେ ବିଦ୍ୟୁତ୍ କ୍ଷତିର
ପରିମାଣ ୪୧.୫୭ ପ୍ରତିଶତ ଥିଲା
ମାତ୍ର ବର୍ତ୍ତମାନ ଏହି କ୍ଷତି ୪୨ ପ୍ରତିଶତ ରେ ପହଞ୍ଚିଛି ଏକ
ବୈଷୟିକ ଆକଳନରୁ ଜଣା ପଡିଛି ଯେ ଏକ ପ୍ରତିଶତ ବିଦ୍ୟୁତ୍ ଅପଚୟ କମିଲେ ୮୦ କୋଟି ଟଙ୍କାର
ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଘଟିବ
ତା ମାନେ ଆମ ରାଜ୍ୟରେ ବାର୍ଷିକ ୩୩୬୦ କୋଟି ଟଙ୍କାର ରାଜସ୍ୱ ନଷ୍ଟ ହେଉଛି
ରାଜ୍ୟର
ବୁଦ୍ଧିଜିବୀ ମହଲ ଓ ଗଣମାଧ୍ୟମ ସାଂପ୍ରତିକ ଶୈଳିରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ଅଯୌକ୍ତିକ ,
ଅଭିସନ୍ଧି ମୂଳକ ଓ ଶତ ପ୍ରତିଶତ ଅଗଣତାନ୍ତ୍ରିକ ବୋଲି ତଥ୍ୟ ଭିତିକ ଯୁକ୍ତି ଉପସ୍ଥାପନା
କରୁଥିବା ସତ୍ୱେ ଏଭଳି ଗୁରୁତ୍ୱର ଆରୋପ ଗୁଡିକୁ ଖଣ୍ଡନ ନକରି କର୍ତ୍ତୃପକ୍ଷ ସ୍ୱେଚ୍ଛାଚାରୀ
ଢଙ୍ଗରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିର ନିଷ୍ପତି କରୁଛନ୍ତି ଓ ଜନତାଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜି
ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ଆଦାୟ ମଧ୍ୟ କରୁଛନ୍ତି
ରାଜ୍ୟ ସରକାରଙ୍କର ଯେଉଁ ଅଧିକାରୀ ମାନେ ବୋର୍ଡର ସଦସ୍ୟ ବା ପରିଚାଳନା ଦାୟିତ୍ୱରେ ଅଛନ୍ତି
ସେମାନେ କମ୍ପାନୀ ମାନଙ୍କ ଠାରୁ ମୋଟା ଅଙ୍କରେ ଦରମା ସାଙ୍ଗକୁ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ କମ୍ପାନୀର
ସ୍ତାବକ ପାଲଟିଛନ୍ତି ତେଣୁ ରିଲାଏନ୍ସ
କମ୍ପାନୀର ମନଇଛା ଦାଦାଗିରୀରେ ଲଗାମ ଲାଗିପାରୁନାହିଁ , ଏହି ସଂସ୍ଥା ଉପରେ ହଜାର ହଜାର କୋଟି
ଟଙ୍କାରୁ ଉର୍ଦ୍ଧ ବକେୟା ରହିଥିଲେ ମଧ୍ୟ ତାହା ଆଦାୟ ହୋଇ ପାରୁନାହିଁ
ଆଦାୟ ପାଇଁ ମାମଲା ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଯାଇଥିଲା କିନ୍ତୁ କୋର୍ଟ ଓଡିଶା ନିୟାମକ ଆୟୋଗ
ଉପରେ ଦାୟିତ୍ୱ ଛାଡିଥିଲେ ଓଡିଶା ନିୟାମକ
ଆୟୋଗ ମାମଲାର ଶୁଣାଣି କରି ସାରିବାର ପ୍ରାୟ ୨ବର୍ଷ ହେବାକୁ ଯାଉଥିବା ବେଳେ ରାୟ ପ୍ରକାଶ
କରୁନାହାନ୍ତି କିନ୍ତୁ ଘରୋଇ
ଗରିବ ଉପଭୋକ୍ତା ମାନେ ଶୋଷଣର ଶିକାର ହୋଇ ଶୁଳ୍କ ଗଣିଚାଲିଛନ୍ତି
୨୦୧୧-୨୦୧୨ବର୍ଷ ପାଇଁ ଆୟୋଗ ବଣ୍ଟନ କମ୍ପାନୀ ମାନଙ୍କ ପାଲରେ ପଡି ସେମାନଙ୍କ ମୁନାଫା ପାଇଁ
ପୂର୍ବରୁ ୧୦୦ ୟୁନିଟି ପାଇଁ ଦେୟ ଧାର୍ଯ୍ୟ କରିଥିବା ବେଳେ ଏ ବର୍ଷ ତାକୁ ୫୦ ୟୁନିଟିକୁ କମାଇ
ଦେଇଛନ୍ତି, ଏ ମାମଲାରେ ହାଇକୋର୍ଟ ମଧ୍ୟ ମୁଣ୍ଡ ହୁଗାଳି ବସିଯାଇଛନ୍ତି
ଯାହା ଜଣାପଡୁଛି ରାଜ୍ୟର ଜନତା ଜନାର୍ଦ୍ଦନଙ୍କ ଗୁହାରୀ ଶୁଣିବାକୁ କେହିନାହାନ୍ତି
ଏ
ସମସ୍ତ ପ୍ରସଙ୍ଗ ଅନୁଶୀଳନ ପରିପ୍ରେକ୍ଷୀରେ ଏହି ନିର୍ଣ୍ଣୟରେ ଉପନିତ ହେବାକୁ ପଡେଯେ ବିଦ୍ୟୁତ୍
ଉତ୍ପାଦନ କ୍ଷେତ୍ରରେ ଆମରାଜ୍ୟ ବଳକା ମାତ୍ର କ୍ଷତି ଆଳରେ ରାଜ୍ୟ ସରକାର , ଓଡିଶା ନିୟାମକ ଆୟୋଗ
ଓ ରିଲାଏନ୍ସ ଏନାର୍ଜୀ କମ୍ପାନୀର ଚରମ ବେଇମାନୀ ଓ ବିଶ୍ୱାସ ଘାତକ କାର୍ଯ୍ୟ ରାଜ୍ୟର ବିଦ୍ୟୁତ୍
ଉପଭୋକ୍ତା ମାନଙ୍କୁ ଏକ ନର୍କକୁ ଠେଲି ଦେଇଛି
ତେବେ ରାଜ୍ୟର ବିଦ୍ୟୁତ୍ ଶୁଳ୍କ କମାଇବା ସାଙ୍ଗକୁ ଗ୍ରାହକଙ୍କୁ ନିରନ୍ତର ଓ ଗୁଣାତ୍ମକ ସେବା
ଯୋଗାଇଦେବାକୁ ହେଲେ ଓଡିଶା ନିୟାମକ ଆୟୋଗ ଭଳି ଦଲାଲଙ୍କୁ ହଟାଇବା ସହିତ ରିଲାଏନ୍ସ ଏନାର୍ଜୀ
ଭଳି ଏକ ଅବାଞ୍ଛିତ ଅନୁପ୍ରବେଶ କାରୀ କମ୍ପାନୀକୁ ବିଜୁଳି ଭଳି ଏକ ଅତ୍ୟାବଶ୍ୟକ ସେବା ଯୋଗାଣରୁ
ବିଦାକରିବା ନିତ୍ୟାନ୍ତ ଜରୁରୀ ଅଟେ
ଜିତେନ୍ଦ୍ର
ମୋହନ ଜେନା , ଜୁନିୟର ଏକାଉଣ୍ଟାଣ୍ଟ୍ , ନେସ୍କୋ
No comments:
Post a Comment