Thursday, October 17, 2013

"ଭାରତୀୟ ଶ୍ରମିକ ଜଗତ"



ଭାରତ ବର୍ଷର ବିଶାଳ ବୃକ୍ଷରେ ମୂଳ ହିଁ ଶ୍ରମିକ ଜଗତ,
ସଭିଙ୍କୁ ଅନ୍ନ,ବସ୍ତ୍ର,କୁଟୀର ପ୍ରଦାନରେ କାର୍ଯ୍ୟରତ ୤
ନିଜ ହାତରେ ଉଷର ଭୂଇଁରେ ସବୁଜିମା ଦିଏ ଭରି,
କୃଷି ଉତ୍ପାଦନ ଶିଳ୍ପର ଚାଳନା ଯନ୍ତ୍ର ହାତେ ଥାଏ ଧରି୤
ସେତୁ ସୌଧ ପଥ ନିର୍ମାଣେ ଦେଶର ଜନତା ପାଇଁ,
ନିଜର ମୌଳିକ ଆବଶ୍ୟକତା ରୁହେ ଅପୂରଣ ହୋଇ୤
ସୁସଂଗଠନର ଅଭାବେ ସଂହତି ସୁଦୃଢ ନୁହଇଁ ଯେଣୁ,
ଶ୍ରମଦାନ କରି ଦେଶ ଗଢି ମଧ୍ୟ ଅଜଣା ରୁହଇ ତେଣୁ୤
ଏଣୁ ଦେଶ ବାସୀ ଶ୍ରମିକ ଜଗତେ କଲ୍ୟାଣ ରଖ ମନ,
ଦେଶର ହିତରେ ଦେଶ ଅର୍ଥନୀତି କର ଶ୍ରମିକ ପ୍ରଧାନ୤
ଉଦ୍ୟୋଗ ପାଇଁ ପୁଞିର ଯେତିକି ରହିଛି ଆବଶ୍ୟକତା,
ଶ୍ରମ ଦାନର ସେତିକି ମୂଲ୍ୟ ଭୁଲନାହିଁ ଏ କଥା୤
ପୁଞି ଓ ଶ୍ରମ ମୂଲ୍ୟ ସମାନ ଉଦ୍ୟୋଗର ଭାଗିଦାରୀ,
ଶ୍ରମିକେ ରାଷ୍ଟ୍ରିୟ କରଣେ ସୁସ୍ଥ ରଖିଲେ ହିତ ସବୁରି୤
ରାଷ୍ଟ୍ରରେ ଶିଳ୍ପ ମେଲାଇ ଦିଅ,ଶିଳ୍ପରେ ଶ୍ରମିକ ଶ୍ରମ,
ରାଷ୍ଟ୍ର ଅର୍ଥନୀତି ସୂଚାରୁ ହୋଇଲେ ହେବ ଉନ୍ନତି ସୁଗମ୤
ଏ ମହାନ ଚିନ୍ତା ନାୟକ ଶ୍ରୀ ଦତ୍ତୋପନ୍ତ ଙ୍କ ଅମର ବାଣୀ,
ତୁଟାଇବ ଦେଶୁ ସକଳ ସମସ୍ୟା ରାଷ୍ଟ୍ରାୟତ ଭାବ ଆଣି୤
ଚକ୍ରମୁଷ୍ଟି ଆଉ ଶସ୍ୟ କେଣ୍ଡା ଚିହ୍ନିତ ଗୌରିକ ଧ୍ୱଜ,
ଦେଶର ପ୍ରତି କୋଣରେ ଉଡି ଆଣୁ ଆର୍ଥିକ ସ୍ୱରାଜ୤
ବିଦେଶି ପୁଞି ସାମ୍ରାଜ୍ୟ ବାଦୀ ବିରୁଦ୍ଧେ ଲଢାଇ କରି,
ଶ୍ରମିକ ଜଗତ ମଢିବ ଭାରତ ପରମ ବୈଭବ ଶାଳୀ୤
ନେସ୍କୋ ଶକ୍ତି ସଂଘ ଉଡାଉ ଥିବ ସଦା,ବିଜୟର ଗୌରିକ ଧ୍ୱଜା୤
ବନ୍ଦେ ମାତରମ ଭାରତ ମାତାର ଜୟଗାନେ ଉଚ୍ଚ ଧ୍ୱନୀ,
ପ୍ରକମ୍ପିତ ହେଉ ଗଗନ ପବନ ଭାରତର ପୂଣ୍ୟ ଭୂମି୤

ବିଶ୍ୱଜିତ ମାଇତୀ (ଜେ.ଟି.),ନେସ୍କୋ
 

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ