Welcome to Vishwakarma Sanketh

Welcome to Vishwakarma Sanketh
बाबा बीश्व्कर्मायः नमः

Tuesday, October 22, 2013

ଗୋସେବା ର ମାହାତ୍ମ୍ୟ ଓ ଗୋ ସୁରକ୍ଷା



ମାନବ ସେବା ହିଁ ମାଧବ ସେବା  ୤ ଯେହେତୁ କୁହାଯାଇଛି ମାନବର ସେବାହିଁ ପ୍ରକୃତ ଇଶ୍ୱରଙ୍କ ସେବା ୤ ଦୀନ,ଦରିଦ୍ର,ରୋଗୀ,ଦୂଃଖି ଏହି ମାନଙ୍କର ସେବା ହିଁ ବାସ୍ତବରେ ଇଶ୍ୱରଙ୍କ ସେବା ୤ ଠିକ ସେହିପରି ଗୋ-ସେବା ମଧ୍ୟ ହେଉଛି ପ୍ରକୃତ ଇଶ୍ୱର ସେବା ୤ ସନାତନ ହିନ୍ଦୁ ଧର୍ମରେ ଗୋ-ସେବାକୁ ସବୁଠାରୁ ମହତ୍‌ ସେବା ବୋଲି କୁହାଯାଇଛି ୤ ଆମ୍ଭର ଆର୍ଯ୍ୟ ସଂସ୍କୃତି ଅନୂଯାୟୀ ଧର୍ମାକାମମୋକ୍ଷ ଅର୍ଥାତ ଧର୍ମ ଅର୍ଥ , କାମ ଏବଂ ମୋକ୍ଷ ଏହି ଚତୁର୍ବର୍ଗ ପୁରୁଷାର୍ଥ ହିଁ ସର୍ବ ଦେବମୟୀ ଗୋ ମାତାଙ୍କ ଠାରୁ ପ୍ରାପ୍ତ ହୋଇଥାଏ ୤ ବେଦ ଗୋ-ସେବାରେ ମହିମା ଗାନ କରି ଗୋ-ମାତା ଙ୍କୁ ଅଖିଳ ବ୍ରହ୍ମାଣ୍ଡର ସ୍ୱରୂପ ବୋଲି କହିଛନ୍ତି ୤ କେବଳ ସେତିକି ନୁହେଁ ଗୋ-ମାତାକୁ ବିଶ୍ୱସ୍ୱରୂପା ବୋଲି ବର୍ଣ୍ଣନା କରି ବ୍ରହ୍ମାଣ୍ଡ ପୂରାଣ,ମହାଭାରତ,ପଦ୍ମପୂରାଣ,ଅର୍ଥବବେଦ,ଭବିଷ୍ୟପୂରାଣ ତଥା ସ୍କନ୍ଧପୂରାଣ ଶତମୂଖ ହୋଇଉଠିଛନ୍ତି ୤ ଏତଦ୍‌ବୈ ବିଶ୍ୱରୂପଂ ସର୍ବରୂପଂ ଗୋରୂପମ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଭଗବତ ଗୀତାରେ କହିଛନ୍ତି ୤ ଗବାଂ ମଧ୍ୟେ ବସାମ୍ୟହମ୍‌ ଏଣୁ ଗୋମାତାର ସେବା କରିବା ଦ୍ୱାରା ସେବକ ହିଁ ଭଗବତ ସ୍ୱରୂପ ଓ ଲକ୍ଷ୍ମୀ ଯୁକ୍ତ ହୋଇଥାନ୍ତି ୤
ପ୍ରାଚୀନ କାଳରେ ଋଷିକୂଳ ଓ ଗୁରୁକୁଳ ରେ ଗୋ-ସେବା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଉଥିଲା ୤ ଗୋ-ମାତାର ସେବା ଦ୍ୱାରା ଆମ୍ଭେ ତେତିଶି କୋଟି ଦେବା ଦେବୀଙ୍କର ସେବା କରିଥାଉ ୤ କାରଣ ସର୍ବ ଦେବା ଦେବୀ ଗୋ ଅଂଶ ରେ ବାସ କରିଥାନ୍ତି ୤ ଏପରିକି ଗୋ-ମାତା ର ପୃଷ୍ଠରେ ବ୍ରହ୍ମା,ଗଳ ପ୍ରଦେଶରେ ବିଷ୍ଣୁ,ମୂଖରେ ରୁଦ୍ର ବାସ କରନ୍ତି ବୋଲି ଶାସ୍ତ୍ରରେ ବର୍ଣ୍ଣିତ ଅଛି ୤ ଯେପରି ପୃଷ୍ଠେ ବ୍ରହ୍ମା ଗଳେ ବିଷ୍ଣୁ ମୁଖେ ରୁଦ୍ର ପ୍ରତିଷ୍ଠିତଃ ୤ ଏହା ଦ୍ୱାରା ସାଧନା ଭକ୍ତିର ସିଦ୍ଧି ଶୀଘ୍ରମିଳେ ୤ ଭକ୍ତି ସଂହିତାରେ ଅତ୍ରି ମୂନୀ କହିହନ୍ତି -
ଯତ୍ର ବେଦଧ୍ୱନୀ ଧ୍ୱାନ୍ତଂ ନଚ ଗୋଭିରଳଂ କୃତମ ୤
ଯନ୍ନ ବାଳୈଃ ପରିବାତଂ ଶ୍ମଶାନମିବତଦ୍‌ ଗୃହମ
 ଅର୍ଥାତ ଯେଉଁ ଗୃହରେ ବେଦଧ୍ୱନୀ ହୁଏନାହିଁ , ଯେଉଁ ଗୃହରେ ଗୋ-ମାତା ନାହାନ୍ତି ଯେଉଁ ଗୃହରେ ସନ୍ତାନର କୋଳାହଳ ନାହିଁ ସେ ଗୃହ ଶ୍ମଶାନ ଭଳି ୤ ଗୋ-ସେବା ଦ୍ୱାରା ଧନ , ସନ୍ତାନ ଓ ଦୀର୍ଘାୟୁଷ ପ୍ରାପ୍ତି ହୋଇଥାଏ ୤ଗୋ-ମାତା ପ୍ରସନ୍ନ ହେଲେ ସମସ୍ତ କାମନା ପୂରଣ ହୋଇଥାଏ ୤ଅତଏବ ପ୍ରତ୍ୟେକ ହିନ୍ଦୁ ଗୋ-ମାତାଙ୍କୁ ସେବା କରିବା ଉଚିତ ୤
ସନାତନ ହିନ୍ଦୁ ଧର୍ମରେ ଗାଇକୁ ମାତା ବୋଲି ସମ୍ବୋଧନ କରାଯାଇଛି ୤ ଏହାର ଯଥେଷ୍ଟ ଯୁକ୍ତି ସଂଗତ କାରଣ ରହିଛି ୤ ମୂଖ୍ୟତଃ ଗାଈର କ୍ଷୀର ମା’ କ୍ଷୀରର ବିକଳ୍ପ ଅଟେ ୤ ଦୁଃର୍ଭାଗ୍ୟ ବସତଃ କୌଣସି ଶିଶୁ ଜନ୍ମପରେ ମାତୃହରା ହେଲେ ଗାଈର କ୍ଷୀର ହିଁ ତାର ଜୀବନ ରକ୍ଷା ହୋଇଥାଏ ୤ ଗାଈର ଗୋବର ଜୀବାଣୁ ପ୍ରତିରୋଧକ ଶକ୍ତି ଥିବାରୁ ମାଟି ଘରର ଚଟାଣ କୁ ଗୋବରରେ ଲିପାଯାଏ ୤ ପ୍ରତ୍ୟେକ ପୂଜାକର୍ମରେ ଗାଈର କ୍ଷୀର ତଥା ତହିଁରୁ ପ୍ରସ୍ତୁତ ଘିଅ,ଦହି,ଲହୁଣୀ ଆଦି ବ୍ୟବହୃତ ହୋଇଥାଏ ୤ ଉଦାହରଣ ସ୍ୱରୂପ ପଞ୍ଚାମୃତ – (କ୍ଷୀର,ଦହି,ଘିଅ,ମହୂ ଓ ଗୁଡ) ଓ ପଞ୍ଚଗବ୍ୟ (କ୍ଷୀର,ଦହି,ଘିଅ,ଗୋମୟ ଓ ଗୋମୂତ୍ର) ପ୍ରତ୍ୟେକ ପୂଜାକର୍ମରେ ଆବଶ୍ୟକ ହେଉଥାଏ ୤ ଗାଈର କ୍ଷୀରରୁ ପ୍ରସ୍ତୁତ ଘିଅ ବିନା ଯଜ୍ଞ କାର୍ଯ୍ୟ ହୋଇପାରେ ନାହିଁ ୤ ଔଷଧ ପ୍ରସ୍ତୁତି ପାଇଁ ବ୍ୟବହୃତ ହେଉଥିବା ଗୋରଚନା କେବଳ ଗାଇର ପାକସ୍ଥଳୀରେ ହିଁ ସୃଷ୍ଟି ହୋଇଥାଏ , ଗୋମୂତ୍ର ହେଉଛି ସକଳ ରୋଗର ବିନାସ କାରି ୤ ଗୋ ବିଶେଷଜ୍ଞ ମାନଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣପଡିଛି ଯେ ଭୟଙ୍କର କର୍କଟ ରୋଗରେ ଗୋ-ମୂତ୍ର,ବିଶଲ୍ୟ କରଣୀ ସଦୃଶ କାମ କରିଥାଏ ୤ ପୁଣି ଗୋ-ମୂତ୍ର ସେବନ ଅତ୍ୟଧିକ ମୋବାଇଲ ଫୋନ ବ୍ୟବହାର ଜନିତ ମସ୍ତିଷ୍କ ଜନିତ ଟ୍ୟୁମରକୁ ଭଲ କରିଥାଏ ୤ ଏପରିକି ମୋବାଇଲ ବିକିରଣ ଯାହା ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଏ ସେଥିରୁ ରକ୍ଷା ପାଇବା ପାଇଁ ଗୋ-ସଂପଦର ସହଯୋଗ ମଧ୍ୟ ଲୋଡାଯାଇପାରେ ୤ ଗାଈର ପୃଷ୍ଠ ଦେଶରେ ଏକ ନାଡିଅଛି , ଯାହା ସୂର୍ଯ୍ୟଙ୍କ ଠାରୁ ଆସୁଥିବା କ୍ଷତିକାରକ ଅତି ବାଇଗଣୀ ରଶ୍ମିକୁ ପ୍ରତିରୋଧ କରିଥାଏ ୤ ସେହିପରି ଗାଈର ଏହି ସୂର୍ଯ୍ୟକେତୁ ନାଡି ମୋବାଇଲ ଟାୱାର ମାଧ୍ୟମରେ ଆସୁଥିବା ରଶ୍ମିକୁ ପ୍ରତିରୋଧ କରିଥାଏ ୤ ଯଦି ଗୃହ ନିକଟରେ ଗୋବର ଗ୍ୟାସ ପ୍ଲାଣ୍ଟ ଥିବ , ଏହି ପ୍ଲାଣ୍ଟର ନିର୍ଗତ ଗ୍ୟାସ ପରିବେଶରେ ଥିବା ବିକରଣ ଜନିତ ରଶ୍ମିକୁ ପ୍ରତିହତ କରିଥାଏ ୤ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବଜାରରେ ପୂଜା ପାର୍ବଣ ସମୟରେ ମିଳୁଥିବା ବିଭିନ୍ନ ପ୍ରକାର ମିଷ୍ଟାନ ରେ ଯେଉଂ ହାଲୁକା ରୂପାର ଜରି ଫଏଲର ସଜାଯାଇଥାଏ ସେଗୁଡିକ ପ୍ରସ୍ତୁତ ପାଇଁ ଗାଈ ଓ ବଳଦର ଅନ୍ତନାଳୀ କୁ ବ୍ୟବହାର କରାଯାଇଥାଏ ୤ ଗାଈ ଅନ୍ତର ସ୍ୱତନ୍ତ୍ରତା ହେଉଛି ଯେ ଏହାବେଶ ମୁଲାୟମ ଓ ମଜଭୁତ ୤ ଏହା ଏତେ ମଜଭୁତ ଯେ ଅନେକ ଥର ହାତୁଡିରେ ପିଟିଲେ ମଧ୍ୟ ଏହା ଫାଟିଯାଏ ନାହିଁ ୤ ଚାନ୍ଦିର ପତଳା ପତଳା ଖଣ୍ଡକୁ ଗାଈ ଓ ବଳଦ ର ଅନ୍ତରେ ଗୁଡାଇ ଗୋଟିଏ ଉପରେ ଗୋଟିଏ ପରସ୍ତକୁ ରଖିଦିଆଯାଇ କାଠ ହାତୁଡିରେ ସେ ପର୍ଯ୍ୟନ୍ତ ପିଟାଯାଏ ଯେ ପର୍ଯ୍ୟନ୍ତ ଉକ୍ତଚାନ୍ଦି ଖଣ୍ଡ ଗୁଡିକ ମେଳିଯାଇ ଚାନ୍ଦି ଫଏଲରେ ପରିଣତ ନହୋଇଛି ୤ ଏହି ପତଳା ଫଏଲକୁ ବିଭିନ୍ନ ମିଷ୍ଟାନ ଉପରେ ଲଗାଯାଇ ମିଷ୍ଟାନ ଆକର୍ଷଣିୟ କରାଯାଏ ୤ କିନ୍ତୁ ଏହା ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ଓ ମସ୍ତିଷ୍କ ଉପରେ ଅନେକ କୁପ୍ରଭାବ ପଡିଥାଏ କାରଣ ଫଏଲ ପ୍ରସ୍ତୁତ ପାଇଁ ବ୍ୟବହୃତ ଚାନ୍ଦି ଖଣ୍ଡରେ ଯେଉଁ ପରିମାଣରେ ଚାନ୍ଦି ରହିବାକଥା ତାହା ଦିଆନଯାଇ ସେଥିରେ ସୀସା,କ୍ରୋମିୟମ ଏବଂ ନିମ୍ନମାନର ଏଲୁମିନିୟମ ମିଶ୍ରଣ କରାଯାଏ ୤ କୋଲକାତା ବଜାରରେ ମିଳୁଥିବା ଏ ପ୍ରକାର ଜରିଗୁଡା ମିଠାଇ କୁ ଇଣ୍ଡିଆନ ଟେକ୍ନୋଲଜି ରିସର୍ଚ୍ଚ ସେଣ୍ଟର ଏବଂ ପି.ଜି.ଆଇ. ର କ୍ୟାନସର ବିଭାଗ ଦ୍ୱାରା ଯାଞ୍ଚ କରାଯିବା ପରେ ଜଣା ପଡିଛି ୤ ଏହା ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହେବା ସହିତ ଶାକାହାରି ଏବଂ ଧାର୍ମିକ ଚିନ୍ତାଧାରା ସମ୍ପର୍ନ୍ନ ବ୍ୟକ୍ତି ବିଷେଶ ଙ୍କ ପାଇଁ ଘୋର ପାପ ସମାନ ୤ ଖାଦ୍ୟ ପଦାର୍ଥରେ ଏହା ବର୍ଜିତ ହେବା ଆବଶ୍ୟକ ୤ ଏତଦ୍‌ ବ୍ୟତିତ କୃଷି ପ୍ରଧାନ ଦେଶ ଭାରତ ବର୍ଷର ସମୃଦ୍ଧି ଅନେକାଂଶରେ ଗୋ-ବଂଶ ସହିତ ଜଡିତ ୤ ଜମିର ଉର୍ବରତା ପାଇଁ ଗୋବର ଖତର ପ୍ରୟୋଗ ଆଦିମ କାଳରୁ କରାଯାଇଛି ୤ ରାସାୟନିକ ସାର ପ୍ରୟୋଗ ଦ୍ୱାରା ଫସଲ ଉତ୍ପାଦନ ସାମୟିକ ବୃଦ୍ଧି ପାଉଥିଲେ ମଧ୍ୟ ଜମିର ଉର୍ବରତାର ମାନ ଓ ଫସଲ ଉତ୍ପାଦନ କ୍ରମସଃ ହ୍ରାସ ପାଉଛି  ଓ ଉତ୍ପାଦନ ବ୍ୟୟ ବୃଦ୍ଧି ହେବାରେ ଲାଗିଛି ୤ ଯାହା ଫଳରେ ଋଣ କରଜ କରି ଚାଷୀ ଅଧିକ ଉତ୍ପାଦନ ପାଇଁ ଆଶା ରଖି ଚାଷରେ ଅଧିକ ବ୍ୟୟ କରୁଥିଲେ ମଧ୍ୟ ଆଶାନୂରୁପ ଉତ୍ପାଦନ ନପାଇ ଋଣ ସୁଝିବାକୁ ଅସମର୍ଥ ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି ୤ ଫଳରେ କୃଷି କ୍ଷେତ୍ରରେ ଗୋବର ଖତ ଓ ଯୈବିକ ସାର ର ପ୍ରୟୋଗ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି ୤ କିନ୍ତୁ ଗାଈ ଗୋରୁଙ୍କ ସଂଖ୍ୟା ହ୍ରସ ହେବା ଯୋଗୁ ପର୍ଯ୍ୟାପ୍ତ ପରିମାଣରେ ଖତ ଉପଲଭଧ ହୋଇପାରୁନାହିଁ ୤  ଆବଶ୍ୟକ ଅନୁଯାୟୀ କ୍ଷୀର ମଧ୍ୟ ଉତ୍ପାଦନ ହୋଇପାରୁନାହିଁ ୤
ଗୋ-ବଂଶର ହ୍ରାସର ପ୍ରମୂଖ କାରଣ ହେଉଛି ଗୋ-ହତ୍ୟା ୤ ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଗାଈ ଗୋରୁଙ୍କୁ ହତ୍ୟା କରାଯାଉଛି ୤ ପରାଧନ ଭାରତ ବର୍ଷ ଅପେକ୍ଷା ସ୍ୱାଧୀନ ଭାରତ ବର୍ଷରେ ଗୋ-ହତ୍ୟାର ସଂଖ୍ୟା ଅଧିକ ହୋଇଛି ୤ ଗୋ-ହତ୍ୟାକୁ ସଂପୁର୍ଣ୍ନ ବିରୋଧ କରୁଥିବା ମହାତ୍ମା ଗାନ୍ଧି ଏକଦା ଚିନ୍ତା କରୁଥିଲେ ଯେ ସ୍ୱାଧିନତା ପରେ କଲମ ମୂନରେ ଗୋ-ହତ୍ୟା ବନ୍ଦ ହୋଇଯିବ ୤ କିନ୍ତୁ ହେଲା ଓଲୋଟା ୤ ଯେତେ ପରିମାଣରେ ମୋଗଲ ଓ ଇଂରେଜ ମାନଙ୍କ ଅମଳରେ ହେଉନଥିଲା ତାହାଠାରୁ ଅଧିକ ପରିମାଣରେ ଗୋ-ହତ୍ୟା ଏବେ ହେବାରେ ଲାଗିଛି ୤ ଦେଶରେ ଏବେ ୪୦,୦୦୦ କଂସେଇ ଖାନା କାର୍ଯ୍ୟ କରୁଛି ୤ ଗୋ-ହତ୍ୟା ବର୍ତ୍ତମାନ ଘରୋଇ ଉଦ୍ୟୋଗରେ ପରିଣତ ହୋଇଗଲାଣି ୤ ପ୍ରତିଦିନ ଶହ ଶହ ସଂଖ୍ୟାରେ ଗାଈଗୋରୁ ଟ୍ରକରେ ଲଦାହୋଇ ବା ଚଲାଇ ଚଲାଇ କଂସାଇ ଖାନାକୁ ନିଆଯିବାର ଦେଖିବାକୁ ମିଳୁଛି ୤ ପ୍ରତିଦିନ ହଜାର ହଜାର ସଂଖ୍ୟାରେ କଂସାଇ ଖାନାରେ ନୃଶଂସ ଭାବରେ ହତ୍ୟା କରାଯାଉଛି ୤ ଗୋ-ମାତା ଭଳି ଏକ ଉପକାରୀ ପ୍ରାଣୀକୁ ହତ୍ୟା କରିବା କେତେଦୁର ଯୁକ୍ତି ଯୁକ୍ତ ? ପବିତ୍ର ଧର୍ମ ଗ୍ରନ୍ଥ ମାନଙ୍କରେ ଗାଈ ବଳଦଙ୍କୁ ହତ୍ୟାକରିବା କେଉଁଠି ଲେଖାଯାଇନାହିଁ ୤ ଅନ୍ୟ ପକ୍ଷରେ ମନୁଷ୍ୟ କ’ଣ ଖାଇବା ଉଚିତ ଲେଖାଯାଇଅଛି ୤ ଆମ୍ଭ ମାନଙ୍କୁ ଜୀବନ ଦାନ କରୁଥିବା ଗୋ-ମାତା ର ସୁରକ୍ଷା କରିବା ଆମ୍ଭର ନୈତିକ କର୍ତ୍ତବ୍ୟ ନୁହେଁ ବରଂ ଏହା ହେଉଛି ମାନବତାର ଧର୍ମ ୤ ଭାରତରେ ଗୋ-ହତ୍ୟାକୁ ନେଇ ଅନେକ ଫତୱା ଜାରି କରାଯାଇଛି ୤ ହିନ୍ଦୁ ଓ ମୁସଲମାନ ମାନଙ୍କ ମଧ୍ୟରେ ଐକ୍ୟସ୍ଥାପନ କରିବା ପାଇଁ ମୋଗଲ ସମ୍ରାଟ ବାହାଦୂର ଶାହାଜାଫର ୨୮ ଜୁଲାଇ ୧୮୫୭ରେ ଏକ ଘୋଷଣା ନାମାରେ ଭାରତରେ ଗୋ-ହତ୍ୟାକୁ ନିଷେଧ କରିଥିଲେ ୤ ଗୋ-ହତ୍ୟା କରୁଥିବା ଲୋକେ ଶମ୍ରାଟଙ୍କର ଶତୃ ବୋଲି ବିବେଚିତ ହେବେ ଓ ତାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ଏଥିରେ ଉଲ୍ଲେଖ ଥିଲା ୤ ଇସଲାମିକ ପଣ୍ଡିତ ଓ ଧର୍ମଗୁରୁ ମାନେ ଗୋ-ହତ୍ୟା ବିରୁଦ୍ଧରେ ଏ ପର୍ଯ୍ୟନ୍ତ ୧୭୭ଟି ଫତୱା ଜାରି କରିସାରିଲେଣି ୤
ଗୋ-ସମ୍ପଦର ସୂରକ୍ଷା ପାଇଁ ଭାରତରେ ୧୮୭୦ ଦଶକରେ ଗୋ-ସୂରକ୍ଷା ଆନ୍ଦୋଳନର ସୂତ୍ରପାତ ହୋଇଥିଲା ୤ ୧୮୮୨ ମସିହା ପଞ୍ଜାବରେ ସର୍ବପ୍ରଥମେ ଗୌରକ୍ଷଣ ସଭା ପ୍ରତିଷ୍ଠା କରାଯାଇ ଏହି ଆନ୍ଦୋଳନକୁ ତିବ୍ରତର କରାଯାଇଥିଲା ୤ ଏହା ଦୃତ ଗତିରେ ଭାରତର ଉତ୍ତର ପଶ୍ଚିମାଞ୍ଚଳ ରାଜ୍ୟ , ଅବଧ , ରୋହିଲା ଖଣ୍ଡ , ବମ୍ବେ , ବଙ୍ଗଳା ଓ ସମଗ୍ର ମାନ୍ଦ୍ରାଜ ଓ ସମଗ୍ର ଉତ୍ତର ଭରତକୁ ବ୍ୟାପିଯାଇଥିଲା ୤ ଗୌରକ୍ଷିଣୀ ସଭା ଗାଈ ମାନଙ୍କୁ ଉଦ୍ଧାର କରି ଗୋଶାଳା ନିର୍ମାଣ କରି ସେଠାରେ ସେମାନଙ୍କର ଯତ୍ନ ନେଉଥିଲେ ୤ ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ସ୍ୱାମୀ ଦୟାନନ୍ଦ ସ୍ୱରସ୍ୱତୀ ଙ୍କ ପୃଷ୍ଠପୋଷକତାରେ ୧୮୮୨ ରୁ ୧୮୯୩ ମସିହା ମଧ୍ୟରେ ଏହାକୁ ପରିବ୍ୟାପ୍ତ କରାଯାଇଥିଲା ୤ ଆର୍ଯ୍ୟ ସମାଜର ସଦସ୍ୟ ମାନେ ଭାରତର ଚତୁର୍ଦିଗ ଭ୍ରମଣ କରି ଗୋ-ସୁରକ୍ଷା ଅନୁଷ୍ଠାନ ମାନ ଗଢିଥିଲେ ଓ ସେଥିରେ ଲୋକଙ୍କୁ ସାମିଲ କରାଇଥିଲେ ୤ ୧୮୮୧ ରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଲିଖିତ ‘ଗୋ କରୁଣା ନିଧି’ ପୁସ୍ତକରେ ଗୋ-ହତ୍ୟାକୁ ଦୃଢ ବିରୋଧ କରି ଏହାକୁ ହିନ୍ଦୁ ବିରୋଧି କାର୍ଯ୍ୟ ବୋଲି ସେ ମତ ଦେଇଥିଲେ ୤ ସେତେବେଳେ ଉତ୍ତର ଭାରତର ଗୋ-ସୁରକ୍ଷା ଆନ୍ଦୋଳନର ଆଉଜଣେ ଉତ୍ସଗୀକୃତ ବ୍ୟକ୍ତିତ୍ୱଥିଲେ ବିଜୟପାଲ ବାଘଲେ ଯିଏକି ଏହି ଆନ୍ଦୋଳନକୁ ଚରମ ଶିଖରରେ ପହଞ୍ଚାଇଥିଲେ ୤ ସେତେବେଳେ ପ୍ରାୟ ତିନି ଲକ୍ଷ ପଚାଶ ହଜାର ଦସ୍ତଖତ ସଂଗ୍ରହ କରାଯାଇ ଗୋ-ହତ୍ୟାକୁ ନିଷେଧ କରିବା ପାଇଁ ସରକାରଙ୍କଠାରେ ଦାବୀ କରାଯାଇଥିଲା ୤ ୧୮୯୩ ମସିହାରେ ଗୋ-ସୁରକ୍ଷା ଆନ୍ଦୋଳନ ଚରମ ସୀମାରେ ପହଞ୍ଚିଥିଲା ୤ ଏହି ଆନ୍ଦୋଳନକୁ ମୁସଲମାନ ସମ୍ପ୍ରଦାୟ ବିରିଧ କରିବା ଯୋଗୁଁ ଦୁଇ ସମ୍ପ୍ରଦାୟ ମଧ୍ୟରେ ପ୍ରାୟ ୪୦ ରୁ ୪୫ ଟି ଦଙ୍ଗା ସଂଗଠିତ ହୋଇଥିଲା ଯେଉଁଥିରେ ମୋଟ ୧୦୭ଜଣ ଲୋକ ପ୍ରାଣ ହରାଇଥିଲେ ୤
ଯାହାହେଉ ସର୍ବଶେଷରେ ବିଭିନ୍ନ ରାଜ୍ୟରେ ସରକାର ଗୋ-ହତ୍ୟାକୁ ରୋକିବା ପାଇଁ ଗୋ ସୁରକ୍ଷା ଆଇନ ପ୍ରଣୟନ କଲେ ୤ ସର୍ବପ୍ରଥମେ ୧୯୩୨ ମସିହାରେ ଜାମ୍ମୁ କାଶ୍ମିର ସରକାର ଗୋ-ସୁରକ୍ଷା ଆଇନ ପ୍ରଣୟନ କରିଥିଲେ ୤ ଓଡିଶାରେ ୧୯୬୦ ମସିହାରେ The Odisha Prevention of cow slaughter Act ପ୍ରଣୟନ କରାଯାଇଥିଲା ୤
ଗୋ-ମାତାଙ୍କର ପୂଜା,ସୁରକ୍ଷା ଓ ସଂବର୍ଦ୍ଧନ ପାଇଁ କଟକରେ ସ୍ୱାଧିନତା ପୂର୍ବରୁ ଭିକ୍ଟୋରିୟା ଗୋରକ୍ଷଣୀ ସଭା ଆରମ୍ଭ ହୋଇଥିଲା ୤ ଏବେ ଏହାର ନାମ ପରିବର୍ତ୍ତନ କରାଯାଇ ଶ୍ରୀ ଗୋପାଳ କୃଷ୍ଣ ଗୋଶାଳା ହୋଇଛି ୤ ଯେଉଁଠି ବର୍ତ୍ତମାନ ୭୮୫ଟି ଗାଈ ଓ ୩୯୦ଟି ବାଛୁରି ଅଛନ୍ତି ୤
ସେହିପରି ବାଲେଶ୍ୱରର ନୀଳଗିରି ଅଞ୍ଚଳରେ ଖଇରବଣୀ ଠାରେ ବିଧାୟକ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଙ୍କ ତତ୍ତ୍ୱାବଧାନରେ ଏକ ଗୋଶାଳା ପ୍ରତିଷ୍ଠା କରାଯାଇଛି ୤ ବେଆଇନ ଭାବେ ଗାଈ ଗୋରୁଙ୍କୁ ଟ୍ରକରେ ବସ୍ତାଲଦିଲା ପରି ଲଦି କଂସେଇ ଖାନାକୁ ନିଆଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ଖଇରବଣୀ ଠାରେ ସେମାନଙ୍କର ଯତ୍ନ ନିଆଯାଉଛି ୤ ବର୍ତ୍ତମାନ ଉକ୍ତ ଗୋଶାଳାରେ ୮ଶହ ରୁ ଅଧିକ ଗାଈ ଗୋରୁ ଅଛନ୍ତି ୤
ସବୁଠାରୁ ଦୁଃଖ ଓ ଲଜ୍ଜାର କଥାଯେ ବର୍ତ୍ତମାନ ସମାଜରେ କୁକୁରର ଆଦର ବେଶି ୤ ଦାମୀ ସାବୁନରେ ଗାଧୋଉଛି ମାଉଁସ ଭାତ,କ୍ଷୀର ଖାଉଛି ଓ ପାଖରେ ବିଛଣାରେ ଶୋଉଛି ୤ ଦୈନିକ ଶହ ଶହ ଟଙ୍କା ତା ପାଇଁ ଖର୍ଚ୍ଚ କରାଯାଉଛି ୤ କିନ୍ତୁ ଘିଅ ଦୁଗ୍ଧ ଦେଇ ଆମ ଶରୀର ଓ ପ୍ରାଣ କୁ ପୁଷ୍ଟ କରୁଥିବା ଗୋମାତା ବୁଢୀ ହେଲେ ଓ ଜୀବନ ସାରା ସେବାଦେଉଥିବା ବଳଦ ବୁଢା ହେଲେ ତାଙ୍କୁ କଂସେଇ କୁ ବିକ୍ରୀ କରାଯାଉଛି ୤ ଏହା ଠାରୁ ଆଉ ଲଜ୍ଜାର କଥା କ’ଣ ଅଛି ?
ବୁଢୀ ହେଲେ ଗାଈ ମାଉଁସ ହୁଅଇ
କ୍ଷୀର ଦେଲା ବେଳେ ମାତା
ହଡା ବଳଦର ଆତ୍ମକାହାଣୀରେ
ପୁରିଛି ରଚନା ଖାତା ୤
ଏଠି କଂସେଇ ହାତରେ ନେତା
ଶିଙ୍ଗ ପାନିଆରେ ମୁଣ୍ଡ୍ରେ ସୁତାଲୋ
ପାଦରେ ଚମଡା ଯୋତା ୤
ଆଉ ଶେଜରେ ଶୋଉଛି କୁତ୍ତା
ଲହୁ ଲୁହ ଢାଳି ଗୁମୁରି ଗୁମୁରି
କାନ୍ଦୁଛି ଗୋ-ମାତା

ନିରଞ୍ଜନ ପଢିଆରୀ,ସାଧାରଣ ସମ୍ପାଦକ,
ନେସ୍କୋ ଶକ୍ତି କର୍ମଚାରୀ ସଂଘ