Thursday, October 24, 2013

ଶ୍ରମିକ ଓ ଉପଭୋକ୍ତା ମାନଙ୍କ ସ୍ୱାର୍ଥର ସୁରକ୍ଷା,ବିଦ୍ୟୁତ୍ ବଣ୍ଟନ କ୍ଷେତ୍ରରେ ଘରୋଇ କରଣ ସମ୍ପୂର୍ଣ୍ଣ ବିଫଳ



ବର୍ତ୍ତମାନ ବିଦ୍ୟୁତ୍ ବଣ୍ଟନ କ୍ଷେତ୍ରରେ ହୋଇଥିବା ଘରୋଇକରଣ ସଂପୁର୍ନ ବିଫଳ ହୋଇଛି ୤ ଭିତ୍ତିଭୂମିର ବିକାଶ ପାଇଁ ଘରୋଇ ପୁଞ୍ଜି ଖର୍ଚ୍ଚ ହେବ ବୋଲି ରାଜ୍ୟ ସରକାର ଯେଉଁ ଆଶା ରଖି ଥିଲେ ତାହା ସମ୍ଭବ ହୋଇନାହିଁ ୤ ଗତ ୧୩ ବର୍ଷ ଧରି ବିଏସ୍ଇଏସ୍/ରିଲାଏନ୍ସ୍ କଁପାନୀ ୩ ଟି ବିଦ୍ୟୁତ୍ ବଣ୍ଟନ କଁପାନୀର ପରିଚାଳନାରେ ରହିବା ଫଳରେ ବିଦ୍ୟୁତ୍ ବଣ୍ଟନ କ୍ଷେତ୍ରରେ ପ୍ରଭୁତ  କ୍ଷତି ହୋଇଛି ୤ ନେସ୍କୋ ସେଥିରୁ ଗୋଟାଏ ୤ ନେସ୍କୋ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଆମ୍ଭ ସଂଗଠନ ସବୁ ପ୍ରକାର ଗଠନ ମୂଳକ ପନ୍ଥା ଗ୍ରହଣ କରି ଆସିଛି ୤ ଆଜି ମଧ୍ୟ ଆମ୍ଭର ପ୍ରକ୍ରିୟା ଚାଲୁ ରହିଛି୤ ନେସ୍କୋ  ସ୍ୱାର୍ଥ ବିରୋଧି କାର୍ଯ୍ୟରେ ଯେଉଁମାନେ ସଂପୃକ୍ତ ଅଛନ୍ତି ତାହା ବିରୋଧରେ ସ୍ୱର ଉତ୍ତୋଳନ କରିବା ଆମର ପରମ କର୍ତ୍ତବ୍ୟ ବୋଲି ଆମ୍ଭେ ମନେ କରୁ ୤ ନେସ୍କୋରେ କିଛି ଦାୟିତ୍ୱ ହିନତା ଅଫିସର , ନକାରାତ୍ମକ କାର୍ଯ୍ୟ ଯୋଗୁ ରକ୍ଷଣା ବେକ୍ଷଣର ଅଭାବ , ସମସ୍ୟା ଜର୍ଜରିତ ବିଦ୍ୟୁତ୍ ବ୍ୟବସ୍ଥା , ବ୍ୟାପକ  ବିଦ୍ୟୁତ୍ ଚୋରୀ ପ୍ରଭୁତି ବିଦ୍ୟୁତ୍ ବଣ୍ଟନ କ୍ଷେତ୍ରରେ ପ୍ରଗତିକୁ ମନ୍ଥର କରି ଦେଇଛି ୤ ଏଭଳି ପରିସ୍ଥିତି କୁ ଆମ୍ଭେ ହିଁ କେବଳ ପରିବର୍ତ୍ତନ କରିପାରିବା ୤
                           ବିଦ୍ୟୁତ୍ ବୋର୍ଡ କୁ ଭଙ୍ଗା ଗଲା ବେଳେ ଓ  ଘରୋଇକରଣ ବେଳେ ସରକାରଙ୍କ ତରଫରୁ ଦୃଢ ପ୍ରତିଶ୍ରୁତି ଦିଆଗଲା ଯେ କର୍ମଚାରୀ ମାନେ ପୂର୍ବାପେକ୍ଷା ବହୁ ଅଧିକ ଦରମା ଓ ସୁବିଧା ସୁଯୋଗ ପାଇବେ , କିନ୍ତୁ   ବର୍ତ୍ତମାନ ଅଧିକ ସୁବିଧା ସୁଯୋଗ ପାଇବା ଦୁରରେ ଥାଉ ଗ୍ରୀଡ୍କୋ କର୍ମଚାରୀ ମାନେ ଯାହା ପାଉଛନ୍ତି , ସେହି ଅନୁସାରେ ବଣ୍ଟନ କର୍ମଚାରୀ ମାନେ ପାଉ ନାହାନ୍ତି ୤ ସେହିପରି  ବିଦ୍ୟୁତ୍ ଉପଭୋକ୍ତା ମାନେ ମଧ୍ୟ ଶୋଷଣର ଶିକାର ହେଉଛନ୍ତି ୤ ସରକାରଙ୍କର ଓ ନେସ୍କୋର ଅପାରଗତା ପାଇଁ ବାରମ୍ବାର   ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହେଉଛି ୤ ଯାହା ଫଳରେ ଉପଭୋକ୍ତା ମାନଙ୍କର ଆକ୍ରୋଶର ଶିକାର ଶ୍ରମିକ ମାନେ ହିଁ ଭୋଗିଥାନ୍ତି ୤ ଅଫିସର୍ ମାନେ ଯେପରି ବିନା ସାକ୍ଷାତକାର ରେ ପ୍ରମୋଶନ ପାଉଛନ୍ତି ତଳିଆ କର୍ମଚାରୀ ମାନେ ଏଥିରୁ ବଞ୍ଚିତ ହେଉଛନ୍ତି୤   ନେସ୍କୋରେ ଶହ ଶହ ଠିକା  ଶ୍ରମିକ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ  ନକରି ଏବଂ ଅନ୍ୟ ସୁବିଧା ସୁଯୋଗ ନଦେଇ ବାହାର ଶ୍ରମିକଙ୍କୁ  ନିଯୁକ୍ତି ଦେବା ପାଇଁ ହିନ ଚକ୍ରାନ୍ତ ଚାଲୁଛି ୤ ସେଥିପାଇଁ   ଶ୍ରମିକ ମାନଙ୍କ ମଧ୍ୟରେ ଅସୋନ୍ତଷ ବଢିବାରେ ଲାଗିଛି ୤ ବର୍ତ୍ତମାନ ଠାରୁ ଗ୍ରାହକ ଏବଂ ଶ୍ରମିକ ମାନେ ଯଦି ଏହା ବିରୁଦ୍ଧରେ ସ୍ୱରଉତ୍ତଳନ ନ କରିବେ ତେବେ ଆଗାମି ଦିନରେ ପରିସ୍ଥିତି ଅଣାୟତ ହେବାର ସମ୍ଭାବନା ଅଧିକ ରହିଛି ୤

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ