Friday, October 25, 2013

“ବିଦ୍ୟୁତ୍‌ କର୍ମଚାରୀଙ୍କ ବର୍ଦ୍ଧିତ ଦରମା ପାଇଁ ସବୁଜ ସଙ୍କେତ”



ବର୍ଦ୍ଧିତ ଦରମା ପାଇଁ ନେସ୍କୋ ଶକ୍ତି କର୍ମଚାରୀ ସଂଘ  ଓ ନିଖିଳ ଓଡିଶା ବିଦ୍ୟୁତ ମଜଦୂର ମହାସଂଘ ଗତ ଅଗଷ୍ଟ ୨୨ ତାରିଖରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିବା ସହ ଗଣ ଧାରଣା ଦେଇଥିଲେ ୤ ଏହାପରେ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା ୤ ଏହି ପରିପ୍ରେକ୍ଷିରେ ବିଦ୍ୟୁତ୍‌ କର୍ମଚାରୀ ମାନଙ୍କ  ବର୍ଦ୍ଧିତ ଦରମା ୧/୪/୨୦୧୦ ଠାରୁ ଲାଗୁ ହୋଇଥିବା ଜଣାପଡିଛି ୤ ଅନ୍ୟ ପକ୍ଷରେ ଅସ୍ଥାୟୀ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଓ କର୍ମଚାରୀ ମାନଙ୍କ ବର୍ଦ୍ଧିତ ଦରମା ୧/୪/୨୦୧୦ ରିଖ ଠାରୁ ତୁରନ୍ତ ପ୍ରଦାନ କରିବା  ପାଇଁ ମହାସଂଘର ମହାସଚିବ ପ୍ରଭାକର ଦାସ ଓ ଶକ୍ତି କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ନିରଞ୍ଜନ ପଢିଆରୀ ଦାବି କରିଥିଲେ ୤
                       ଧରିତ୍ରୀ,୨୫/୧୦/୨୦୧୩

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ