Monday, October 28, 2013

ବିଦ୍ୟୁତ ଚୋରୀ ବିଦ୍ୟୁତ ଶୁଳ୍କ ବୃଦ୍ଧିର ଏକ ପ୍ରମୂଖ କାରଣ



ଖାଦ୍ୟ , ବସ୍ତ୍ର , ବାସ ଗୃହ ଭଳି ମୌଳିକ ଆବଶ୍ୟକତା ସହିତ ଯୋଡି ହୋଇ ଯାଇଛି ବିଦ୍ୟୁତ ୤ ବିଂଶ ଶତାବ୍ଦିର ଆଧୁନିକ ମନୁଷ୍ୟ ପାଇଁ ବିଦ୍ୟୁତ୍ ଏକ ମୌଳିକ ଆବଶ୍ୟକତାରେ ପରିଣତ ହୋଇଯାଇଛି ୤ ବିଦ୍ୟୁତ ବିନା ଆଧୁନିକ ସମାଜରେ ଉନ୍ନତିର ଚିନ୍ତା ଏକ ପ୍ରକାର ଅସମ୍ଭବ ୤ ଗାଁ ରୁ ଆରମ୍ଭ କରି ନଗର ପର୍ଯ୍ୟନ୍ତ , ବିଦ୍ୟାଳୟ ଠୁଁ ଶିଳ୍ପାନୁଷ୍ଠାନ ପର୍ଯ୍ୟନ୍ତ ସବୁଠି ରହିଛି ବିଦ୍ୟୁତ ର ଚାହିଦା ଏବଂ ଆବଶ୍ୟକତା ୤ କିନ୍ତୁ ଏ ସବୁରି କ୍ଷେତ୍ରରେ ଆମେ କ’ଣ ବିଦ୍ୟୁତ ର ସଦୁପଯୋଗ କରୁଛୁ? ବିଜ୍ଞାନର ଏହି ଆଶିର୍ବାଦ କୁ କେତେ କାର୍ଯ୍ୟକ୍ଷମ କରିପାରିବା ସମାଜ ଓ ଦେଶ ଗଠନରେ ? ଏ ସବୁରି ମୂଳରେ ରହିଛି ମନୂଷ୍ୟର ସଚେତନ ଜ୍ଞାନ,ସମାଜ ପ୍ରତି ନିଷ୍ଠା ଏବଂ ସକାରତ୍ମକ ଚିନ୍ତାଧାରାର ଆବଶ୍ୟକତା ୤
ନିକଟରେ  ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ଙ୍କ ଦ୍ୱାରା ବିଦ୍ୟୁତ ଦେୟର ସଂଶୋଧନ କରାଯାଇଥିଲା ୤ କିନ୍ତୁ ଘୋରଇ ଗ୍ରାହକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମାନ୍ୟବର ଉଚ୍ଚନ୍ୟାୟାଳୟ ଙ୍କ ଦ୍ୱାରା ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ଉପରେ ରହିତା ଦେଶ ଜାରି କରିଥିଲେ ୤ ବିଦ୍ୟୁତ ଦେୟ ବୃଦ୍ଧି, ବିଦ୍ୟୁତ ଚୋରୀର ପ୍ରମୂଖ କାରଣ ୤ ଆମ ରାଜ୍ୟରେ ବାର୍ଷିକ ମୋଟ ୨୨୪୭୭ ମିଲିୟନ ୟୁନିଟି ବିଦ୍ୟୁତ ଗ୍ରାହକ ମାନଙ୍କ ଦ୍ୱାରା ବ୍ୟବହାର ହେଉଥିବା ବେଳେ ଏହାର ଆନୁମାନିକ ୩୭% ଅର୍ଥାତ ୮୩୧୬.୪୯ ମିଲିୟନ ୟୁନିଟି ର ବିଦ୍ୟୁତ ଚୋରୀ ଏବଂ ବଣ୍ଟନ ଜନିତ କ୍ଷତି ହେଉଛି ୤ ଯାହାକି ବିଲ ହୋଇ ପାରୁ ନାହିଁ ୤ ଯଦି ଏହି ୩୭% ବିଦ୍ୟୁତ କ୍ଷତି ରୋକାଯାଇ ପାରନ୍ତା,ଏଥିରେ ଅଧିକରୁ ଅଧିକ ଗ୍ରାହକ ସଠିକ ବିଦ୍ୟୁତ ସେବା ପାଇବା ସହିତ ବିଦ୍ୟୁତ ଶୁଳ୍କର ହ୍ରାସ ପାଇ ପାରନ୍ତା ୤ ଅଥବା ଏହି ବିଦ୍ୟୁତ ବଳକା ଭାବରେ ବାହାର ରାଜ୍ୟକୁ ଦିଆଯାଇ ବଦଳରେ ରାଜ୍ୟ ପାଇଁ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରାଯାଇ ପାରନ୍ତା ୤
ବିଦ୍ୟୁତ ଚୋରି ରୋକିବା ପାଇଁ ରାଜ୍ୟ ସରକାର ଅନେକ ନିୟମ ପ୍ରଣୟନ କରିଛନ୍ତି ୤ ଇଲେକ୍ଟ୍ରିସିଟି ଆକ୍ଟ ୨୦୦୩ ର  ଧାରା ୧୩୫ ରୁ ୧୫୨ ଭଳି କଡା ନିୟମର କାର୍ଯ୍ୟ କରାଯାଇଅଛି ୤ ସ୍ୱତନ୍ତ୍ର ବିଦ୍ୟୁତ ଥାନା ଏବଂ ସ୍ୱତନ୍ତ୍ର କୋର୍ଟ ର ବ୍ୟବସ୍ଥା କରାଯାଇଛି ୤ କିନ୍ତୁ ଏହିସବୁ ସତ୍ୱେ ବିଦ୍ୟୁତ ଚୋରି ରୋକିବା ଉପରେ ଏହାର କୌଣସି ପ୍ରଭାବ ନଥିଲା ପରି ମନେ ହେଉଛି ୤ ଏଥିପାଇଁ ଦାୟୀ କିଏ ? ଆମ ସରକାର ନା ଆମ୍ଭେମାନେ .......? ଏଥିପାଇଁ ଦାୟୀ ଆମେ ୤ ଅଳ୍ପ କିଛି ପାଇବା ଲୋଭରେ ମିଟର ଟ୍ୟାମ୍ପରିଂ , ମିଟର ବାଇପାସ , ହୋକିଂ , ଏକ୍ସଟେନସନ ଆଦି ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଛେ ୤ କିନ୍ତୁ ଭୁଲି ଯାଉଛେ ଏହି ଅଳ୍ପ ଚୋରିର ଆଲୁଅ ଭବିଷ୍ୟତରେ ଘୋର ଅନ୍ଧକାର କୁ ଡାକି ଆଣିପାରେ ୤ ଦିନ ଆସିବ ବିଦ୍ୟୁତ ର ମୂଲ୍ୟ , ଏହାକୁ ବ୍ୟବହାର କରୁଥିବା ଯନ୍ତ୍ରାଂଶ ମୂଲ୍ୟ ଠାରୁ ଅଧିକ ହେବ ୤ ଏହାକୁ ରୋକିବା ପାଇଁ ସରକାରଙ୍କୁ ଠାରୁ ଆରମ୍ଭ କରି ବିଦ୍ୟୁତ କର୍ମଚାରୀ ଓ ଗ୍ରାହକ , ସମସ୍ତେ ସଚେତନ ହେବା ଉଚିତ ୤ ଏହି ଅମୂଲ୍ୟ ଶକ୍ତିର ସତ୍‌ବ୍ୟବହାର ହିଁ ଏହାର ଏକମାତ୍ର ସଂରକ୍ଷଣ ୤
ରତିରଞ୍ଜନ ରାଉତ,ଡେପୁଟି ମ୍ୟାନେଜର, (ଇଲେକ୍ଟ୍ରି) ନେସ୍କୋ

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ