Wednesday, October 23, 2013

ପରଧନକୁ ଲୋଭ କର ନାହିଁ



ପ୍ରବଳ ଶୀତ ରାତିରେ ପ୍ରକାଶ ନାମକ ଗୋଟିଏ ବାଳକ ନିଜ ବନ୍ଧୁ ସାଙ୍ଗରେ ଘର ବାହାରେ ନିଆଁ ପୁଆଉଥିଲା ୤ ସେହି ସମୟରେ ଗୋଟିଏ ବେପାରୀ ଆସିଲା ୤ ତା ସହିତ ବସି ନିଆଁ ସେକି ହେଲା ୤ କିଛି ସମୟ ସେକି ହେଲା ପରେ ସେ ଆଗକୁ ବଢିଗଲା ୤ ତା ପରେ ପ୍ରକାଶର ନଜର ବେପାରୀର ପୋଟଳୀ ଉପରେ ପଡିଲା ଯାହାକୁ ସେ ବେପାରୀ ସେଠାରେ ଛାଡି ଚାଲିଯାଇଥିଲା ୤ ପୋଟଳି ଖୋଲି ଦେଖିଲା ବେଳକୁ ସେଥିରେ ଅନେକ ଟଙ୍କା ଥିଲା ୤ ଏହା ଦେଖି ପ୍ରକାଶର ବନ୍ଧୁ ସେ ଟଙ୍କାକୁ ରଖିନେବାକୁ କହିଲା ୤ ତାହା ଶୁଣି ପ୍ରକାଶ ପ୍ରତିବାଦ କଲା ୤ ସେ କହିଲା ପରଧନ ଉପରେ ଲୋଭ ରଖିବା ଉଚିତ ନୁହେଁ ୤ ଏହା ଶୁଣି ତାର ବନ୍ଧୁ କହିଥିଲା ସେ ଟଙ୍କା ମିଳିଗଲେ ଆମ ଦୁଇ ଜଣଙ୍କର ଦୂଃଖ ଦୁର ହୋଇଯିବ ୤ ଏହାପରେ ପ୍ରକାଶ କହିଲା ପରଧନ ଉପରେ ନଜର ପକାଇବା ଉଚିତ ନୁହେଁ ୤ ଆମେ ଗରିବ ନିଶ୍ଚୟ କିନ୍ତୁ ଆମ ରକ୍ତରେ ବେଇମାନି ନାହିଁ ୤ ଏହା ପରେ ପ୍ରକାଶ ସେ ପୋଟଳିକୁ ଧରି ବେପାରି ପଛରେ ଦୌଡିଲା ୤ ବେପାରିକୁ ଯେତେବେଳେ ସେ ପୋଟଳି ଫେରାଇଲା ସେତେବେଳେ ସେ ବହୁତ ଖୁସି ହୋଇଯାଇ ବେପାରି ଜଣକ ପ୍ରକାଶକୁ ଶହେ ଟଙ୍କା ଉପହାର ଯାଚିଥିଲେ ୤ କିନ୍ତୁ ପ୍ରକାଶ ମନାକରିଦେଲା  ଓ କହିଲା  ସେ କୌଣସି ବଡ କାମ କରିନାହିଁ ୤ ତାଙ୍କୁ ତାଙ୍କ ପରିଶ୍ରମର ରୋଜଗାର ଫେରାଇଥିଲା ଓ ସେଇଟା ତାର କର୍ତ୍ତବ୍ୟ ଥିଲା ୤

ପଞ୍ଚାନନ ପରମାଣିକ,ଅସ୍ଥାୟୀ କର୍ମଚାରୀ,ନେସ୍କୋ

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ