Friday, October 18, 2013

ବିଜୁଳି ଆମର ବନ୍ଧୁ



ଦେଖିବ ଆସ ଦେଖିବ ଆସ ବିଜୁଳି କରାମତି,
ସଭିଙ୍କ ଘର ଉଜ୍ୱଳ କରି କମାଏ ଦେହ ତାତି,
ବରଷା ଝଡ ଗ୍ରୀଷ୍ମ ଶିତ ଖାତର ନାହିଁ ତାର,
ସିମେଣ୍ଟ ଅବା ଲୁହା ର ଖୁଣ୍ଟେ ସଜାଡେ ତାର ଘର,
ଗ୍ରୀଷ୍ମ ତାତି ମାନବ ସେବା ଭାବି ମାଧବ ସେବା,
ଶୀତରେ ଥରି ମୁରୁକି ହସେ ଦୁଃଖ ବୁଝିବ କେବା?
ପିଲାଠୁ ବୁଢା ଜବାନ ଟୋକା ସଭିଙ୍କ ପାଇଁ ପ୍ରିୟ,
ସଭିଙ୍କ ମନ ପରାଣ ତୋଷି ଲଭିଛି ସ୍ଥାନ ଶ୍ରେୟ,
ଖୁଣ୍ଟରୁ ଆସି ପ୍ରବେଶ ଘରେ ଆଲ୍ଲାଦ କରେ ମନ,
ଶୀତ ରେ ଉଷ୍ମ ଗ୍ରୀଶ୍ମ ରେ ଥଣ୍ଡା ବଢାଏ ପ୍ରୀତି ଧନ,
ଜଳରୁ ଜନ୍ମି ଜଳୁଛି ସିଏ ମାନବ ସୁଖ ପାଇଁ,
ଖୁଣ୍ଟରୁ ଖୁଣ୍ଟ ତାରରୁ ତାରେ ପ୍ରଖର ବେଗେ ଧାଇଁ,
ଚଳାଏ ଯନ୍ତ୍ର ଫୁଙ୍କି ସେ ମନ୍ତ୍ର ଗୁଣି ଗାରେଡି ପରି,
କିଏ ସେ କୁହ ବିଜୁଳି ପରି ସହିବା ଗୁଣେ ସରି?
ଅନ୍ଧାରେ ଯାଇକି ପାର ସିଢି ପାହାଚ ଚଢି,
ବିଜୁଳି ବିନା କେହି କି ପାରେ ସୁଖ ସଂସାର ଗଢି?
ଆଖିରେ ସିନା ଶକତି ଅଛି ଦେଖି ପାରିବା ଆମେ,
ଅନ୍ଧାର ଭେଦି ଦେଖିବା ପାଇଁ ନୁହେ ସମ୍ଭବ କାମେ,
ଡିବିରି ଜାଳି ପଢିବା ପାଠ ସ୍ୱାସ୍ଥ୍ୟ ପକ୍ଷେ ହାନି,
ଚାଲନ୍ତି ବାଟ ପିଲାଏ ଧରି ମାଁ ପଣତ କାନି,
ଦୁରୁପଯୋଗ ଯୋଗୁଁ ହି ଦେଶ ସହିବ ଋଣ ଭାର,
ସଦୁପଯୋଗ କରିଲେ ହେବ ଅର୍ଥ ଦଣ୍ଡରୁ ପାର,
ବିବାହ ବ୍ରତେ ବିଜୁଳି ସଜା ଆନନ୍ଦ ଭରେ ମନେ,
ନୂତନ ସ୍ମୃତି ବିଜୁଳି ଭରେ ଗିତର ତାଳେ ତାଳେ,
ବିଜୁଳି ପାଇଁ ନାଟକ ,ନୃତ୍ୟ,ଭାଷଣ,ଯାତ୍ରା ହସେ,
ଏହାର ବିନା ନିରସ ଶୁଷ୍କ ପାଣ୍ଡୁର ସବୁ ଦିଶେ,
କିଏ ସେ ତାର ସମାନ ହେବ ସେବାର ହୋଇ ସଙ୍ଗୀ
ଦୁଃଖକୁ ସହି ବାଣ୍ଟୁଛି ସୁଖ ଆଲୋକ ରଙ୍ଗେ ରଙ୍ଗି
ପରମ ଶତୃ ଅନ୍ଧାର ବୋଲି କହନ୍ତି ଟୁନି,ମୁନି
ବିଜୁଳି ଆମ ପରମ ବନ୍ଧୁ ନୀତି ଚଳିବା ମାନି୥

ସୁସାନ୍ତ ଶେଖର ପ୍ରଧାନ,(ଅସ୍ଥାୟୀ କର୍ମଚାରୀ)




No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ