ସମୟ ର ଚକ ସଦାସର୍ବଦା ଘୁରି ଚାଲିଛି ସଂସାର
ପ୍ରତି ମୂହୁର୍ତରେ ପରିବର୍ତ୍ତନ ହେଉଛି କେହି ତାର ହିସାବ ରଖି
ପାରୁନି ଦେଶର ଘଟୁଥିବା ବଡ ବଡ ଘଟଣା , ନେତା ବାଦଶାହା
ମାନଙ୍କ କଥା ହୁଏତ ଇତିହାସ ,
କାହାଣୀ ଆଦିରେ ସ୍ଥାନ ପାଉଛି କିନ୍ତୁ ଜଣେ ସାଧାରଣ ଲୋକ ର ଜୀବନରେ ଘଟୁଥିବା ଘଟଣା କେହି ଜାଣୁ ନାହାନ୍ତି ବଣ ମଲ୍ଲୀ ବଣରେ ଫୁଟି ଝଡି ଗଲା ଭଳି ସେମାନଙ୍କ କଥା ଲୋକ ଲୋଚନର ଅଢୁଆଳରେ ରହିଯାଉଛି
ମୁଁ ଜଣେ କବି , ଭାବୁକ ବା ଚିନ୍ତାଶୀଳ ବ୍ୟକ୍ତି ନୁହେଁ ତେଲ ଲୁଣର ସଂସାର ର ବୋଝ ମୁଣ୍ଡରେ ମୁଣ୍ଡେଇ ସମୟ କେମିତି ଚାଲିଗଲା ଜାଣିପାରିଲିନି ଯେମିତି ବିଲାତର ପ୍ରଧାନ ମନ୍ତ୍ରୀ ପିଟ ଦିୟଙ୍ଗର ଦେଶ ଶାସନ ରେ ଏତେ ବ୍ୟସ୍ତ ଥିଲେ ଯେ ୪୦/୫୦ ପର୍ଯ୍ୟନ୍ତ ନିଜର ବାହା ହେବା କଥା ଭୁଲି ଯାଇଥିଲେ ଅବଶ୍ୟ ସେ ଜଣେ ସୁଶାସକ ଥିଲେ ୨୩ ବର୍ଷ ବୟସରୁ ବିଲାତର ପ୍ରଧାନମନ୍ତ୍ରୀ ଦାୟିତ୍ୱ ସେ ନେଇଥିଲେ ଠିକ୍ ସେମିତି ୧୯୬୫ ମସିହାରେ ମ୍ୟାଟ୍ରିକ ପାଶ କରିବାର ୪ଦିନ ପରେ ମୁଁ (ଏନ୍.ଏମ୍.ଆର୍.) ଭାବରେ ଈ.ଏସ୍.ଓ ଷ୍ଟୋର ଓଫ ଲାଇନ୍ ,ବାଲେଶ୍ୱରରେ
ଚାକିରୀ ରେ ଯୋଗ ଦେଇଥିଲି ସେତେବେଳେ ଆମ ଘରର ପରିସ୍ଥିତି ଭଲ ନଥିଲା ଛିଣ୍ଡା ହ୍ୟାପ୍ ପ୍ୟାଣ୍ଟ୍ ସାର୍ଟ ଓ ବିନା ଯୋତାରେ ଚାକିରୀ କରିବାକୁ ଆସିଥିଲି ମୋ ଉପରେ ୧୨/୧୪ ଜଣ ପରିବାର ସଂମ୍ପୁର୍ଣ୍ଣ ଭାବରେ ନିର୍ଭର କରୁଥିଲେ ଚାକିରୀ ଥିଲା ମୋର ଭାତ ହାଣ୍ଡି ତେଣୁ ୪୪ ବର୍ଷର ଚାକିରୀ କାଳ ଭିତରେ ମୁଁ କେବେବି ନିଜକଥା ଭାବିବାକୁ ସମୟ ପାଇନାହିଁ ୪୪ବର୍ଷ ଚାକିରୀ ଭିତରୁ ବାଲେଶ୍ୱର ଇଲେକ୍ଟ୍ରିକାଲ ଡିଭିଜନ ରେ ୧୬ବର୍ଷ କଟିଛି ଏହି ସମୟ ଟି ଥିଲା ମୋ ଜୀବନର ସବୁଠାରୁ ଦୂଃଖ ପୂର୍ଣ୍ଣ ସମୟ ୧୯୮୨ରେ ମୁଁ କନିଷ୍ଠ ହିସାବ ରକ୍ଷକ ପଦବୀ ପାଇଁ ଇଣ୍ଟରନାଲ ଅଡିଟ ଅଫିସ ବାଲେଶ୍ୱରକୁ ବଦଳ ହେଲି ଏହି ଅଫିସ ରେ ମୋର ସୁଖ ଦୂଃଖ ଅଭାବ ,ଅନାଟନ ,କଲେଜ
ପଢା ,ଟିଉସନ ଏବଂ
ତତ୍ ସଙ୍ଗେ ସଙ୍ଗେ ମୋର ନିରବଚ୍ଛିନ୍ନ ସାଧନା ମୋତେ ଏନ୍.ଏମ୍.ଆର୍.
ଚାକିରୀରୁ
ଜୁନିୟର ମ୍ୟାନେଜର ଫାଇନାନ୍ସ ପର୍ଯ୍ୟନ୍ତ ନେଇଗଲା ଦିନସାରା ଅଫିସ
କାର୍ଯ୍ୟ କଲାପରେ
୫ଟା ବେଳେ ଅଫିସସାରି ତିନିଟା ଟିଉସନ କରି ପୁଣି ରାତି ୧୦ଟା ବେଳକୁ
ଅଫିସ ଆସି ଅଖିଆ
ଅପିଆ କର୍ଯ୍ୟ କରୁଥିଲି ୰କିଶୋରୀ ମୋହନ ସାହୁ ରାତ୍ରୀ ଯୋଗୁଆଳି
ସେହିଁ ଥିଲା ମୋର
ସୁଖ ଦୂଃଖର ସାଥି ମା ଘରୁ ଦେଇଥିବା ମୂଢି ଗଣ୍ଡାଏ ଖାଇ ମୁଁ
ଅଧରାତି ପର୍ଯ୍ୟନ୍ତ
ଅଫିସ କାର୍ଯ୍ୟ କରୁଥାଏ କାରଣ ମୋର ମୂଳ ମନ୍ତ୍ର ହେଲା
"ବିଶ୍ୱ ଯଦି ଚାଲି ଯାଏ କାନ୍ଦିତେ କାନ୍ଦିତେ , ଏକା
ଆମି ବସେ ରବ କର୍ତ୍ତବ୍ୟ ସାଥିତେ" ମୋର ସାମୟିକ ସହକର୍ମୀ
ମାନେ ହିଁ ଏହାର ସାକ୍ଷୀ
ସେତେବେଳର ହିସାବ ରକ୍ଷକ , ବଡବାବୁ
ଓ ଇଞ୍ଜିନିୟର ମାନଙ୍କର ଦକ୍ଷତା ଓ ବ୍ୟକ୍ତିତ୍ୱ ଏମିତି ଥିଲା ଯେ ସେମାନଙ୍କ ସମ୍ମୂଖକୁ ଯିବାକୁ ଭୟ ଲାଗୁଥିଲା ତାଙ୍କ ରୁମ କୁ ପସିବାକୁ ଛାତି ଥରେ ଗୋଡରୁ ଜୋତା ଖୋଲି ଖୁବ ସାବଧାନରେ ତାଙ୍କ ରୁମକୁ ଯାଉଥିଲୁ ସେମାନଙ୍କ ପାଖରେ ଖାଲି ଦକ୍ଷତା ଯେ ଥିଲା ତାହା ନୁହେଁ ମାନବତା ଗୁଣ ମଧ୍ୟ ଥିଲା ସେମାନେ ଖୁବ ସଚ୍ଚୋଟ,କର୍ତ୍ତବ୍ୟ
ପରାୟଣ ଓ
କର୍ମଚାରୀଙ୍କ ପ୍ରତି ନ୍ୟାୟବାନ ଓ ନିରପେକ୍ଷ ଥିଲେ ସେମାନଙ୍କ
ପ୍ରତି ଆମର ଭୟ ଥିଲା ଓ ଭକ୍ତି ମଧ୍ୟ ଥିଲା ଅଫିସ କାର୍ଯ୍ୟ ନିୟମଅନୁସାରେ
ସୁରୁଖୁରୁରେ ଚାଲୁଥିଲା ଦୋଶୀକୁ ଠିକ ଦଣ୍ଡ ଦିଆଯାଉଥିଲା
କ୍ଷମା ବି ଦିଆଯାଉଥିଲା ସାନ ମାନଙ୍କର ବରିଷ୍ଠ ଅମଲା ମାନଙ୍କ
ପ୍ରତି ସମ୍ମାନ ଓ ଭକ୍ତି ଥିଲା ସେ ସମୟର ଅଧିକାରୀ ଓ ବଡ ବାବୁଙ୍କୁ ଏବେ ବି ସମ୍ମୁଖରେ ଦେଖିଲେ ଏ ୬୮ ବର୍ଷ ବୟସରେ ବି ମୁଁ ମୁଣ୍ଡ ନୁଆଇ ତାଙ୍କ ଠାରୁ ଆର୍ଶିବାଦ ନେଉଛି
କିନ୍ତୁ ସମୟ ବଦଳିଛି , ସେବର
ବି.ଇ.ଡି. ,
ବାଲେଶ୍ୱର ରେ କେବଳ ୪ଟି ସବଡିବିଜନ
ଓ ୧୨/୧୩ଟି ସେକସନ ଥିଲା ଏବେ ତା ଯାଗାରେ ଗଣ୍ଡା ଗଣ୍ଡା ଡିବିଜନ ଓ ସର୍କଲ ପ୍ରତିଷ୍ଠା ହେଲାଣି ବ୍ରିଟିଶ ଶାସନ ବେଳେ ଯେମିତି ରାଜା ଓ ଜମିଦାର ମାନଙ୍କୁ ଶାସନ ଭାର ଦେଇ ଇଂରେଜ ସରକାର ତାଙ୍କ ଠାରୁ ବାର୍ଷିକ ପାଉଣା ଆଦାୟ ହେଉଥିଲା ଓ ରାଜା ଜମିଦାର ମାନେ ପ୍ରଜା ମାନଙ୍କର ତଣ୍ଟି ଚିପି ପ୍ରଜାଙ୍କ ଠାରୁ କର ଆଦାୟ କରି ମଉଜ ମଜଲିସ ରେ ଦିନ କାଟୁଥିଲେ ଠିକ୍ ସେମିତି ଏବେ ଡ୍ରିଷ୍ଟ୍ରିବ୍ୟୁସନ କମ୍ପାନୀ ମାନେ ଇନଭେଷ୍ଟ କରିଥିବା ଅର୍ଥର କୋଟି କୋଟି ଗୁଣ ଟଙ୍କା ଉଠାଇ ନେଉଛନ୍ତି ସଂସ୍ଥା ରହୁ ବା ନରହୁ ସେମାନେ କେବଳ ନିଜ ସ୍ୱାର୍ଥହିଁ ଦେଖୁଛନ୍ତି ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ ଶୋଷଣ କରି ତାଙ୍କ ପୁଞ୍ଜି ବଢାଇ ଚାଲିଛନ୍ତି ଏବର ଶାସକ ଓ ପଦାଧିକାରୀ ମାନେତ ଆଧୁନିକ ଗୋପବନ୍ଧୁ ସେମାନଙ୍କ ମନ୍ତ୍ର ହେଲା "ମିଶୁ ଦେଶ ପାଣ୍ଠି ମୋ ହାତ ପାଣ୍ଠିରେ , ମୁଁ
ଚାଲି ଯାଏ
ଦେଶବାସୀଙ୍କ ପିଠି ରେ" ତଳଠୁ ଉପର ଯାଏ ସମସ୍ତ କର୍ମଚାରୀ ଓ
ପଦାଧିକାରୀ ଯଦି ନିଜ
ସ୍ୱାର୍ଥରେ ଚାଲିବେ ତେବେ ଏ ସଂସ୍ଥାକୁ ଚଳୁ କରିବାକୁ କେତେ ବା ସମୟ ? ନୈତିକତା
, ଦକ୍ଷତା ,
ସାଧୁତା ଆଦି ଶବ୍ଦର ମାନେ କିଛି ନାହିଁ ନେସ୍କୋର ସବୁ କାମ ଏବେ
ଠିକାଦାର ଓ
ଏଜେନ୍ସୀ ମାଧ୍ୟମରେ ହେଉଛି ବିଭାଗର
କର୍ମଚାରୀ ଓ ଅଧିକାରୀ ଙ୍କର ଯାଏ ଆସେ କେତେ ? ମିଟର ରିଡିଂ,ବିଲିଂ
ଆଦି କାର୍ଯ୍ୟ ଯଦି ଠିକାଦାର କରିବେ ତାହେଲେ ସଂସ୍ଥାର ଭବିଷ୍ୟତ କିପରି
ଉଜ୍ୱଳ ହେବ ତାହା ଜଳ ଜଳ ହୋଇ ଦିଶୁଛି ଦେଶ ପ୍ରାଣ ମଧୁସୂଦନ ଦାସ ଙ୍କ ଭାସା ରେ " ଟାଣେ କିରେ ଗାଡି ଦାନାର ତୋବଡା ଘୋଡା ମୁହେଁ ବନ୍ଧା ଥିଲେ " ? ଏହା
ଚୋର ହାତରେ
ଚାବିକାଠିଭଳି ମିଟର ରିଡିଂ ଠିକ ଆସୁଛି କି ? ବିଲ
ଠିକ ସମୟରେ ଦିଆଯାଉଛି କି ?
କେଉଁଠି ବିଲ ରାସ୍ତା କଡରେ ଗଦା ହେଲାଣି ଦେଖୁଛି କିଏ ? ରିଡିଂ
ନେଉଥିବା ଓ ବିଲ୍
ଦେଉଥିବା ଲୋକଙ୍କ ଉପରେ ବିଭାଗର କିଛି କର୍ତ୍ତୁତ୍ୱ ଅଛିକି ? ସେମାନେ
ହରିଲୁଟ
କରୁଛନ୍ତି କି ? ଠିକାଦାର ସେମାନଙ୍କୁ ଠିକ
ସମୟରେ ପଇସା ନଦେଲେ ସେମାନେ ରାଗରେ ବିଲିଂ କରୁନାହାନ୍ତି କି ଠିକ ସମୟରେ
ଦେଉନାହାନ୍ତି ବରଂ ଅଳିଆ ଗଦାରେ ଫିଙ୍ଗି ଦେଉଛନ୍ତି ଏମିତି
ନଜିର ଅନେକ ଅଛି ତା ହେଲେ ଆପଣ ମାନେ ଚିନ୍ତା କରନ୍ତୁ ସଂସ୍ଥା ଅଧିକାରୀ ମାନେ ଚିନ୍ତା କରନ୍ତୁ ଏ ସଂସ୍ଥା ର ଭବିଷ୍ୟତ କଣ ? ହେ ପ୍ରଭୁ ତୁମେ ହିଁ
ଭରଷା
ପ୍ରତାପ
ଚନ୍ଦ୍ର ବାଗୁଡାଇ , ଅବସର ପ୍ରାପ୍ତ ପରିଚାଳକ (
ଅର୍ଥ ) , ନେସ୍କୋ
No comments:
Post a Comment