Monday, October 14, 2013

“ସଂଘ ପାଇଁ ଆମ୍ଭର ଦାୟିତ୍ୱ ଓ କର୍ତ୍ତବ୍ୟ”

ମନୁଷ୍ୟ ଏକ ସାମାଜିକ ଏବଂ ଦାୟିତ୍ୱଶୀଳ ପ୍ରାଣୀ | ମନୁଷ୍ୟର ଦାୟିତ୍ୱ ଓ କର୍ତ୍ତବ୍ୟ ତାର ପଶ୍ଚାଦଧାବନ କରିଥାଏ କେବଳ ମନୁଷ୍ୟ କାହିଁକି ସମାଜର ପ୍ରଭୁଙ୍କ ସୃଷ୍ଟି ସମସ୍ତ ଜୀବଜନ୍ତୁଙ୍କ ଜୀବନ ଚର୍ଯ୍ୟା କ୍ଷେତ୍ରରେ ଅନେକାଂଶରେ ଦାୟିତ୍ୱ ସମ୍ପାଦନ ଦୃଷ୍ଟିଗୋଚର ହୁଏ | ଏହା ସତେ ଯେପରି ଏକ ପ୍ରାକୃତିକ ନିୟମଧାରାର ପର୍ଯ୍ୟାୟ ଭୁକ୍ତ | ମନୁଷ୍ୟର ଜୀବନ ଧାରଣ ନିମନ୍ତେ ଯେପରି ଖାଦ୍ୟ,ବସ୍ତ୍ର ଓ ବାସଗୃହ ଆବଶ୍ୟକ ସେହିପରି ଜୀବନକୁ ସୁନ୍ଦର ଓ ସହଜ ଭାବରେ ନିର୍ବାହ କରିବା ନିମିତ୍ତ ତାର ଜୀବନ ଚଳଣୀ କ୍ଷେତ୍ରରେ ବିଭିନ୍ନ କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପାଦନ ନିତ୍ୟାନ୍ତ ଆବଶ୍ୟକ | ନିଜ କ୍ଷେତ୍ରରେ କିମ୍ବା ଜନ କଲ୍ୟାଣ ମୂଳକ ଯେ କୌଣସି ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ ପରିପ୍ରେକ୍ଷିରେ ଦାୟିତ୍ୱ ଗ୍ରହଣ କାରି ବ୍ୟକ୍ତିର ହୃଦୟ ଓ ମନରେ ଶୁଭ ଚିନ୍ତା ଓ ଉତ୍ତମ ପରିକଳ୍ପନା ସ୍ୱାଭାବତଃ କ୍ରିୟାଶିଳ ହୋଇଥାଏ |
କର୍ତ୍ତବ୍ୟ ଦାୟିତ୍ୱକୁ ଅନୁସରଣ କରିଥାଏ | ଯେଉଁଠାରେ କର୍ତ୍ତବ୍ୟ ସେହିଠାରେ ମଧ୍ୟ ଦାୟିତ୍ୱ ନିହିତ ଥାଏ | ଅତଏବ ଦାୟିତ୍ୱ ଓ କର୍ତ୍ତବ୍ୟ ଅଙ୍ଗାଙ୍ଗୀ ଭାବେ ଜଡିତ | ଯେ କୌଣସି ପ୍ରକାର ଦାୟିତ୍ୱ ଗ୍ରହଣ କରି ବାସ୍ତବ କର୍ତ୍ତବ୍ୟ ଜଗତରେ ତାହାକୁ ରୂପ ଦେବା ପାଇଁ କେତେ ଗୁଡିଏ ନିତି ନିୟମ ଏକାନ୍ତ ଆବଶ୍ୟକ |
୧. ଯେ କୌଣସି ଦାୟିତ୍ୱ ଆମକୁ ଦିଆଯାଉନା କାହିଁକି ତାହାକୁ ସମ୍ପାଦନ କରିବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରି ତାଙ୍କରି କରୁଣା ଭିକ୍ଷା କରି ତନ,ମନ ଦେଇ ତାହାକୁ ସଂପାଦନ କରିବା ଉଚିତ |
୨. କର୍ତ୍ତବ୍ୟକୁ ଅନ୍ୟ ଉପରେ ନିଶ୍ଚିତ ହୋଇ ନଛାଡି,ଦାୟିତ୍ୱ ସହକାରେ କାର୍ଯ୍ୟ କରିବାକୁ ହୁଏ |
୩. କୌଣସି ସନ୍ଦେହ ଓ ଭୟ ନରଖି ଶାନ୍ତି ପୂର୍ଣ୍ଣ ଭାବରେ ଦାୟିତ୍ୱ ନେଇ କର୍ମ କରିବାକୁ ହୁଏ |
୪. ଆମ୍ଭକୁ ଯେଉଁ ଦାୟିତ୍ୱ ଦିଆ ଯାଉଛି ତାହାକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କରିବା ଉଚିତ |
୫. ଦାୟିତ୍ୱ ନେଇ କର୍ତ୍ତବ୍ୟ କରିବା ସମୟରେ ଅନ୍ୟର ଅସୁବିଧା ବା ଅନ୍ୟର କ୍ଷତି ଯେପରି ନହୁଏ , ସେଥି ପ୍ରତି ଧ୍ୟାନ ଦେବାକୁ ହୁଏ |
୬. ଯେ କୌଣସି ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ କରିବା ସମୟରେ ଭାବିବାକୁ ହୁଏ ଏହା ସଂଘ କାର୍ଯ୍ୟ | ଏହିପରି ଧାରଣା ଆଣି ଦାୟିତ୍ୱ କ୍ଷେତ୍ରରେ ତାହାକୁ ସୁଚାରୁ ରୂପେ ପରିଚାଳିତ କରିବା ଉଚିତ |
୭. ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ କରିବା ସମୟରେ ଯେଉଁ ବାଧା ବିଘ୍ନ ଆସେ ତାହାକୁ ସହ୍ୟ କରି ବାଧାବିଘ୍ନକୁ ଅତିକ୍ରମ କରି ଦାୟିତ୍ୱ ସହକାରେ କାର୍ଯ୍ୟ କରିବାକୁ ହୁଏ |
ତେଣୁ ଯଥାର୍ଥରେ କୁହାଯାଇଛି ଯେ ଦାୟିତ୍ୱ ଓ କର୍ତ୍ତବ୍ୟ ପରସ୍ପର ଓତପ୍ରୋତଃ ଭାବେ ଜଡିତ |
“ଚାରିଯୁଗେ ସତ ଧର୍ମ ହିଁ ସେ ପରିବାର
ଧର୍ମକାଇଂ ଲଂଘିଲେ ପ୍ରାଣୀଙ୍କି ନାହିଁଟି ପ୍ରତିକାର |”…..(ଦ୍ରୋଣ ପର୍ବ)


         ସୁଦର୍ଶନ ବେହେରା,ଅସ୍ଥାୟୀ କର୍ମଚାରୀ,ନେସ୍କୋ

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ