Wednesday, October 16, 2013

୬ ଦିନ ହେଲା ଉଦଳା ଉପଖଣ୍ଡ ଅନ୍ଧାର , ଭଞ୍ଜସେନା ପକ୍ଷରୁ ରାସ୍ତାରୋକ

ବାରିପଦା,୧୬/୧୦(ଇମିସି) :- ଫାଇଲିନ ପ୍ରଭାବରେ ସାରା ଓଡିଶା କବଳିତ ହୋଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲାରେ ବନ୍ୟା ଯୋଗୁ ବ୍ୟାପକ କ୍ଷୟ କ୍ଷତି ହୋଇଛି ୤ ଉଦଳା ଉପଖଣ୍ଡରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି ୤ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ବିଦ୍ୟୁତ ସେବା ୤ ୬ ଦିନ ଧରି ସମଗ୍ର ଉପଖଣ୍ଡ ଅନ୍ଧାର ରହିଥିବା ବେଳେ ଆଜି ଭଞ୍ଜସେନା ପକ୍ଷରୁ ୭ ଘଣ୍ଟା ଧରି ରାସ୍ତାରୋକ କରାଯାଇଥିଲା ୤ ଏନେଇ ସାଧାରଣରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି ୤ ବିଭାଗୀୟ ଅବହେଳା ଯୋଗୁଁ ଉପଖଣ୍ଡରେ ବିଦ୍ୟୁତ ସେବା ସ୍ୱାଭାବିକ ହୋଇପାରୁନଥିବା ଲୋକେ ଅଭିଯୋଗ ଆଣିଛନ୍ତି ୤ ସକାଳା ୮ଟାରୁ ଭଞ୍ଜସେନା ଉପଖଣ୍ଡ ସଭାପତି ରବୀନ ମହାନ୍ତି , ଉପ ସଭାପତି ଆଇନଜୀବି ଦିଲ୍ଲୀପ ବାସ୍କେ ଙ୍କ ନେତୃତ୍ୱରେ ଅତୁଲ ଛକ ଠାରେ ଟାୟାର ଜାଳି ପ୍ରତିବାଦ କରିଥିଲେ ୤ ସ୍ଥାନିୟ ଲୋକେ ଏହାକୁ ସମର୍ଥନ କରି କର୍ମଚାରୀ ଓ ଯନ୍ତ୍ରୀଙ୍କ ବଦଳି ଦାବି କରିଥିଲେ ୤ ଉପଜିଲ୍ଲାପାଳ ସନତ କୁମାର ମହାନ୍ତି , ଏସଡିପିଓ କୈଳାସ ନାୟକ , ଆଇଆଇସି ସୁବ୍ରତ ବେହେରା , ନେସ୍କୋ କନିଷ୍ଠ ଯନ୍ତ୍ରୀ ଗିରିଜା ସାହୁ ପ୍ରମୂଖ ଆଲୋଚନା କରି ରାତି ସୁଦ୍ଧା ବିଦ୍ୟୁତ ସେବା ଯୋଗାଇ ଦେବା କୁ ପ୍ରତିଶୃତି ଦେଇଥିଲେ ୤ ଦିନ ପ୍ରାୟ ଦେଢ ଟା ରେ ଏହି ରାସ୍ତା ରୋକ ହଟିଥିଲା ୤ ରାସ୍ତା ଅବରୋଧ ଯୋଗୁଁ ଉଦଳା ଅଞ୍ଚଳକୁ ବସ ଚଳା ଚଳ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିଲା ୤

୧୭/୧୦/୨୦୧୩,ସମ୍ବାଦ

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ