Friday, October 18, 2013

ଗାନ୍ଧାରୀ ସାଜିଛି ମୁହିଁ



ଗାନ୍ଧାରୀ ସାଜିଛି ମୁହିଁ
ଗାନ୍ଧାରୀ ସାଜିଛି
ଦୂର୍ନୀତୀ ବଢୁଛି ବୋଲି
ମୋତେ ନ ଦିସୁଛି
ଲାଞ୍ଚ ଦେଲେ କେବେ ମୁହିଁ
ତାକୁ ନଦେଖୁଛି
ଗୋପନରେ ନେଇ ସଦା
ସାଇତି ରଖୁଛି
ସୁଇସ୍ ବ୍ୟାଙ୍କ୍ ରେ ରଖି
ସୁଧ ମୁଁ ପାଉଛି
ନୋଟ୍ ଦେଇ ଭୋଟ୍ କିଣା
ସହଜେ ହେଉଛି
ଆନ୍ନା ହଜାରେଙ୍କୁ କେତେ
ବୁଝାଇ କହୁଛି
ତଥାପି ସେ ବାରମ୍ବାର
ଉପାସ ରହୁଛି
ତାଙ୍କ ଉପବାସ କେବେ
ମୋତେ ନ ଦିସୁଛି
ଜନ ଲୋକ ପାଳ ଅବା
ବିଳାପ କରୁଛି


ମୋନଜ କୁମାର ସାହୁ ,(ଜେ.ଟି)

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ