Friday, October 18, 2013

ବିଜୁଳି



ଏହି ଯୁଗ ବିଜୁଳି ର ଯୁଗ ଅଟେ ପରା

ବିଜୁଳି ବିନା ଏଠି ଲାଗେ ସବୁ ନିଆରା

ରହି ଅଛି ହୀରାକୁଦେ ଜଳର ଭଣ୍ଡାର

ଏହା ଅଟେ ବିଜୁଳି ର ଉତ୍ପାଦନ ଘର

ସହର ନଗର ଓ ଗାଁ ଆଉ ସାହି

ସବୁଠାରେ ବିଦ୍ୟମାନ ବିଜୁଳିରେ ଭାଇ

ବୁଢି ମାଉସୀ ରୁ ଘରଣୀ ରାଣୀ

ତାର ବ୍ୟବହାର କିଏ ନ ଜାଣେ ପୁଣି

ଭାତ ରାନ୍ଧି ବସୁଥିଲା କାଠିକୁଟା ଜାଳି

ବିଜ୍ଞାନର ଯୁଗ ତାକୁ ଦେଲା ବିଜୁଳି

ଡିବିରି ଆଲୁଅ ଲଣ୍ଠନରେ କଟୁଥିଲା ଦିନ

ବିଜୁଳି ପାଇଲା ଦିନୁ ଦେଖେ କେତେ ସପନ

କେତେ ବେଳେ ହୋଇଯିବ ୭.୩୦

ସଂନ୍ଧ୍ୟା କାଳ କଟାଇବେ ଟିଭି ପାଖେ ବସି

ବାଟିବାକୁ ଗ୍ରାଇଣ୍ଡର ଶୋଇବାକୁ ଏସି

ସଫା କରିବାକୁ ୱାସିଙ୍ଗ୍ ମେସିନ୍

ଚାଲିଗଲେ ବିଜୁଳି ରାଗହୁଏ କିଟ୍ ମିଟ୍

ଜଣାପଡେ ନାହିଁ ଉଠେ କେତେ ୟୁନିଟ୍

ବିଜୁଳି ଦେଇଛି ସୁଖ ସଂସାର ର ସାର

ନ୍ୟୁଟ୍ରାଲ୍ ଫେଜ୍ ଯୋଡିଗଲେ ହୁଏ ଅପକାର
 ପ୍ରଦୀପ କୁମାର ଦାସ,(ଜେ.ଟି.)

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ