Friday, October 18, 2013

ସ୍ମୃତି ଓ ଅନୁଭୂତି



ଜୀବନର ପ୍ରତିଟି ମୁହୂର୍ତ୍ତ ସଂଘର୍ଷ ମୟ ସଂଘର୍ଷମୟ ଜୀବନର ପ୍ରତିଟି ସୋପାନ କଣ୍ଟକିତ ଲାଗୁଥିଲେ ମଧ୍ୟ ସମୟ ସମୟରେ ଶ୍ରମ ମାଧ୍ୟମରେ ସୋପାନ ଗୁଡିକ ହୋଇଥାଏ କୁସୁମିତ ଶ୍ରମ ଓ କର୍ମ ମଧ୍ୟରେ ସାମାନ୍ୟତମ ଅନ୍ତର ପରିଲିକ୍ଷିତ ହୋଇଥିଲେ ମଧ୍ୟ କର୍ମଯୋଗକୁ ଶ୍ରୀମଦ ଭାଗବତ ଗୀତାରେ ପ୍ରଧାନ୍ୟ ଦିଆଯାଇଛି ଶ୍ରମକୁ ଯେଉଁ ମାନେ ଜୀବିକା ରୂପରେ ଗ୍ରହଣ କରିଥାନ୍ତି ସେମାନଙ୍କ ପରିଚୟ ହୋଇଥାଏ ଶ୍ରମିକ ଶ୍ରମିକ ମାନଙ୍କର ଅର୍ଥ ଉପାର୍ଜନ ର ପ୍ରଧାନ ସହାୟକ ହୋଇଥାଏ ସେମାନଙ୍କ ଠାରେ ଗଚ୍ଛିତ ଶ୍ରମ ଶକ୍ତି ଶ୍ରମ ଓ ଶ୍ରମିକ ପରସ୍ପର ପରିପୂରକ ଶ୍ରମକୁ ଆଧାର କରି ପୋଷଣ ହେଉଥିବା ପରିବାର ହୋଇଥାନ୍ତି ସମାଜରେ ଲାଞ୍ଛିତ ଓ ଅବହେଳିତ ଏହି ଲାଞ୍ଛିତ ଓ ଅବହେଳିତ ଗୋଷ୍ଠିକୁ ସମାଜର ନୂତନ ପରିଚୟ ଦେବା ପାଇଁ ସୃଷ୍ଟି ହେଲା ୨୦୦୩ ମସିହାରେ ନେସ୍କୋ ଶକ୍ତି କର୍ମଚାରୀ ସଂଘ ଏହି ସଂଘର ଉନ୍ନତି ପାଇଁ ଆଜି ଅଣ୍ଟାକୁ ଅଣ୍ଟା ଭିଡିଛନ୍ତି ସଂଘର ସାଧାରଣ ସମ୍ପାଦକ ଓ ମୂଖ୍ୟ ଉପଦେଷ୍ଟା ଙ୍କ ସହ ଅନେକ ସଦସ୍ୟ
ଏହି ସଂଘର ମୁଖ୍ୟ ଆଭିମୁଖ୍ୟ ହେଉଛି ରାଷ୍ଟ୍ର ହିତ୍‌ , ଉଦ୍ୟୋଗ ହିତ୍‌ ଓ ଶ୍ରମିକ ହିତ୍‌ ତେଣୁ ଏହି ସଂଘଠନ ତାର ପ୍ରତ୍ୟେକ ସଦସ୍ୟଙ୍କୁ ଶିଖାଉଛି ଯେ ଶ୍ରମିକ ମାନେହିଁ ଉନ୍ନତ ଦେଶର ସଜାଗ ପ୍ରହରୀ , କର୍ମହିଁ ତାଙ୍କର ଧର୍ମ ତେଣୁ ଯଥାର୍ଥରେ କୁହାଯାଇଛି –
“ମାନବ ଜୀବନ ନୁହଁଇ କେବଳ ବର୍ଷ,ମାସ,ଦିନ,ଦଣ୍ଡ
କର୍ମ ଜିଁଏ ନର ଏକତାର ଜୀବନର ମାନଦଣ୍ଡ
ଶ୍ରମିକ ମାନଙ୍କ ପ୍ରତିଟି ମୂହୁର୍ତ୍ତରେ କଠିନ ଶ୍ରମ ସେମାନଙ୍କ ରକ୍ତର ଉଷ୍ମତା ବଢାଇ ଦେଇଥାଏ ରକ୍ତର ଉଷ୍ମତା ପ୍ରତିଫଳନ ସ୍ୱରୂପ ଦେଶର ଜନ୍ମ ନିଏ ଶ୍ୱେତ ବିପ୍ଳବ , ସବୁଜ ବିପ୍ଳବ ତଥା ଶିଳ୍ପ ବିପ୍ଳବ ପୁଣି ଉନ୍ନତ ଦେଶର ପରିକଳ୍ପନା କରିଥାନ୍ତି ଶ୍ରମିକମାନେ ସେମାନଙ୍କ ଶ୍ରମ ବଦଳରେ ତେଣୁ କୁହାଯାଇଛି :-
‘Without Water Fish cannot Live,
Without Labour Country cannot progress and exist ,
Because we cannot produce any thing Without Labour’
ଯେଉଁ ଦେଶର ଶ୍ରମିକ ମାନେ ଯେତେ ଉନ୍ନତ ସେ ଦେଶ ଓ ଜାତି ସେତିକି ଉନ୍ନତ ଶ୍ରମିକ ଓ ଶ୍ରମର ଯଦି ପରସ୍ପର ବିଚ୍ଛେଦ ହୁଏ ତାହାଲେ ଦେଶର ଗତିପଥ ଅନ୍ନଗ୍ରସତାର ଆଡକୁ ଯିବା ଅବଶ୍ୟାମ୍ଭାବି ହୋଇଉଠେ ଏହାହିଁ ଦେଶର ଅନ୍ନଗ୍ରସତାର ବିଜମନ୍ତ୍ର ହୋଇଥାଏ
“କର୍ମେ ବଳେ ନର ଲଭେ ବୈକୁଣ୍ଠ”
ଯେପରି ଶ୍ରମିକ ଓ ଶ୍ରମର ସଂପର୍କ କ୍ଷୀର ନୀର ସଦୃଶ , ସେହିପରି ଶ୍ରମିକ ଓ ଶ୍ରମିକ ସଂଗଠନ ର ସଂପର୍କ ଅତି ନିବିଡ ଶ୍ରମିକ ମାନଙ୍କ ଉପରେ ଅବହେଳା କିମ୍ବା ପକ୍ଷପାତିତା ହେଲେ ଶ୍ରମିକ ସଂଗଠନ ଆନ୍ଦୋଳନ ଡାକରା ଦେଇଥାଏ ଶେଷରେ ତାର ନ୍ୟାୟଚିତ ଅଧିକାର ସାବସ୍ତ୍ୟ କରେ ଶ୍ରମିକ ମାନଙ୍କ ମନରେ ଗୋଟିଏ କଥା ଉଙ୍କିମାରେ ତାହା ହେଲା “କର୍ମ ହିଁ ଧର୍ମ” ସେମାନଙ୍କ ଧାରଣା କର୍ମ କଲେ ଭଗବାନ ନିଶ୍ଚୟ ସୂଫଳ ଦେବା ସଙ୍ଗେ ସଙ୍ଗେ ବୈକୁଣ୍ଠରେ ସ୍ଥାନ ପାଆନ୍ତି ତେଣୁ ଯଥାର୍ଥ ରେ :-
“କର୍ମେ କରି ନର ଲଭେ ବୈକୁଣ୍ଠ କର୍ମ ମିଳେ କର୍ମ ପାଇଁ ,
ଗୁଣ ସିନା କରେ ମଣିଷକୁ ବଡ ଜାତି ବଡ କରେ ନାହିଁ ” 


    ଶ୍ରୀକାନ୍ତ ଦାଶ,ଅସ୍ଥାୟୀ କର୍ମଚାରୀ , ନେସ୍କୋ

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ