Friday, October 18, 2013

ସମସ୍ତ ଶ୍ରମିକଙ୍କୁ ପଦେ



ବୁଦ୍ଧି ଓ ଆଭିଜାତ୍ୟ,କାମନା-ବାସନା,ସ୍ନେହ-ଶ୍ରଦ୍ଧା,ଇଛା ଶକ୍ତି,ଧୈର୍ଯ୍ୟ ଓ ସାହସକୁ ନେଇ ମଣିଷର ବିକ୍ରମ ଓ ବ୍ୟକ୍ତିତ୍ୱର ପରିପ୍ରକାସ ହୋଇଥାଏ ୤ ଅଭାବ ଓ ଅସୁବିଧାର ଅଗ୍ନିଦାହ ଭିତର ଦେଇ ଶ୍ରମିକ ଦିନ ରାତି ଏକ କରି ମଣିଷ ସମାଜର ସୁଖ ସାନ୍ତି ଓ ପ୍ରଗତି ପାଇଁ ଲାଗିଥାଏ ୤ ଶ୍ରମ ହିଁ ତାର ଅସ୍ତ୍ର ୤ ଶ୍ରମ ସହିତ ଏକତା ମିଶିଲେ ଶ୍ରମଜୀବୀ ମାନେ ଦ୍ରୁତ ଗତିରେ ଇପସିତ ଲକ୍ଷ୍ୟ ମାର୍ଗରେ ଅଗ୍ରସର ହୁଅନ୍ତି ୤ ତେଣୁ ଉଦ୍ୟମରୁ ବିରତ ନହୋଇ ପ୍ରଭୁଙ୍କୁ ଭରସା କରି କର୍ମରତ ହୁଅ ଓ ଜନନୀ ଜନ୍ମ ଭୂମିର ଉନ୍ନତି ପାଇଁ ଅନ୍ୟ ଭାଇ ମାନଙ୍କୁ ଆହ୍ୱାନ କର ୤
ତୋହର ଜନନୀ ବୀର ପ୍ରସବିନୀ
ଧୂଳି ପଡିଛି ଦେଖ
ଜନ ସମାଜରେ ଏମହୀ ମଧ୍ୟରେ
କିପରି ଦେଖାଉ ମୂଖ ୤
“କୋଟିଏ ଶ୍ରମିକ-ଗୋଟିଏ ସ୍ୱରରେ
ଡାକ ତ୍ରାହି ଜଗନ୍ନାଥ
ଅନ୍ଧାର ଘୁଞ୍ଚିବ ନିଶ୍ଚୟ ଦେଖିବ
ଜାତିର ଉନ୍ନତି ପଥ
“ଶକ୍ତିର ଚକ୍ର ଗରଜି ଉଠିବ
ଶକ୍ତିର ବାହୁ ବଳେ
ମାତାଙ୍କ ଶ୍ରୀଅଙ୍ଗ ପୂର୍ବବତ୍ତ ହେବ
ଶତୃ ପଳାଇବେ ଡରେ


ମହେଶ୍ୱର ପ୍ରଧାନ (ଜେ.ଟି)

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ