Friday, October 18, 2013

“ମୋ ଅନୁଭୂତି”



ଆଜକୁ  ଏହି ସଂଘ ର ବୟସ ୯ବର୍ଷ ଦୀର୍ଘ ୯ବର୍ଷର ଅନ୍ତରାଳେ ବହୁତ କଥା ଆତ୍ମଗୋପନ କରିଛି ଏହି ସଂଘ ପ୍ରଥମେ ଆଠ,ଦଶ ଜଣଙ୍କୁ ନେଇ ଆରମ୍ଭ ହୋଇଥିଲା ଏହି ସମୟରେ କିଛି ଠିକା ଶ୍ରମିକ ନେସ୍କୋରେ କାର୍ଯ୍ୟ କରୁଥିଲେ ସେମାନଙ୍କ ମଧ୍ୟରେ ନରୋତ୍ତମ ମିଶ୍ର , ଅଜୟ ପଢିଆରୀ , ବିଷ୍ନୁପଦ ମିଶ୍ର , ସୁଧାଂଶୁ ପତି ଶିମାଚଂଳ ପାତ୍ର ଅନ୍ୟତମ ଆମ୍ଭ ମାନଙ୍କ ସ୍ଥାୟୀ ଚାକିରୀ ନିମନ୍ତେ ଆମ୍ଭେ ବିଭିନ୍ନ ସଂଗଠନ ମାନଙ୍କ ପାଖରୁ ଆରମ୍ଭ କରି କିଛି ରାଜନୈତିକ ନେତାଙ୍କୁ ମଧ୍ୟ ଯାଇ ଭେଟି ଆମ୍ଭ ଦୂଃଖ ଜଣାଇଥିଲୁ ଓ କହିଥିଲୁ ଯେ ନେସ୍କୋ ବର୍ତ୍ତମାନ ଆଇ.ଟି.ଆଇ ଆପଏଣ୍ଟମେଣ୍ଟ କରିବା ପାଇଁ ବିଜ୍ଞାପନ ବାହାର କରିଛି ମାତ୍ର ଆମ୍ଭେ ଏହି ସଂସ୍ଥା ରେ ଦୀର୍ଘ ବର୍ଷ ବର୍ଷ ଧରି ଦୂଃଖ କଷ୍ଟ ସହି ନେସ୍କୋକୁ ହ୍ୟାଲଦି କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ କାମ କରିଥିଲେ ମଧ୍ୟ ନେସ୍କୋ ଯେଊଁ ଭଳି କ୍ରାଏଟେରିଆ ମେନସନ କରିଛି ସେଥିରେ ଆମ୍ଭେ ମାନେ କେହିହେଲେ ସ୍ଥାନିତ ହେଉନାହୁଁ ଏହାର ଉତ୍ତରରେ ସେମାନେ ଆମକୁ କହିଲେ ଯେ ତୁମର ବୟସ ବହୁତ ହୋଇଯାଇଛି ତୁମ୍ଭମାନଙ୍କର ୨୫ବର୍ଷ ଅତିକ୍ରମ କରିସାରିଛି ତେଣୁ ତୁମର ଚାକିରି ଅନିଶ୍ଚିତ ଶେଷରେ ସେମାନଙ୍କ ପାଖରୁ ଏହି କଥା ଶୁଣିବା ପରେ ଆମକୁ ଯେପରି ବଜ୍ରାଘାତ ପରି ଲାଗିଲା ତଥାପି ଆମ୍ଭେ ଭାଙ୍ଗି ନପଡି ଛାତିରେ ଛାତିଏ ସାହସ ବାନ୍ଧି ବାହାରି ପଡିଲୁ ଆମ୍ଭକୁ ସ୍ଥାୟୀ ଚାକିରୀ କିଏ ଦେଇ ପାରିବ ସେହି ମହାତ୍ମାର ସନ୍ଧାନରେ ଯେମିତି ଗୋଟିଏ ଭିକାରୀ ଖାଦ୍ୟ ଅନ୍ୟୁଷଣରେ ଘରୁ ବାହାରି ଥାଏ ଓ ଖାଦ୍ୟ ବା ଭିକ୍ଷା ଯୋଗାଡ ନକରିବା ପର୍ଯ୍ୟନ୍ତ ଘରକୁ ଫେରି ନଥାଏ ଆମ୍ଭର କର୍ମମୟ ଜୀବନରେ ଗୋଟିଏ ପ୍ରବାଦ ଆଛି “କର୍ମ ଘେନି ଫଳ” ବା କର୍ମ କରିଥିଲେ ଫଳ ଆପେ ଆପେ ମିଳେ ଠିକ ସେହିପରି ଆମର ସତ୍‌ କର୍ମ ସେହି ମହାତ୍ମାଙ୍କୁ ଆଣି ଆମ ପାଖରେ ପହଞ୍ଚାଇ ଦେଇଥିଲା ସେ ଆଉ କେହି ନୁହନ୍ତି ଜଣେ ନେସ୍କୋର ହେଡ୍‌ କ୍ଲର୍କ ଯାହାଙ୍କ ନାମ ଶ୍ରୀଯୁକ୍ତ ନିରଞ୍ଜନ ପଢିଆରୀ ଆମ୍ଭେ ତାଙ୍କୁ ଗୁହାରୀ ଜଣାଇଲୁ ସେ ଆମ୍ଭ ମାନଙ୍କ ସାହସ ଦେଖି ଅତି ଖୁସିହେଲେ ଓ ଆମ ସାହସରେ ତାଙ୍କ ସାହସ ଦ୍ୱିଗୁଣିତ ହୋଇଗଲା ଏବଂ ଏକ ସ୍ୱରରେ କହିଲେ ପ୍ରଥମେ ନେସ୍କୋ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିବା ସ୍ଥାୟୀ ଚାକିରୀ ନିମନ୍ତେ ସେଥିରେ ହୋଇପାରେ ବା ନହୋଇପାରେ ତାପରେ ହାଇ କୋର୍ଟ ରେ ଅପିଲ୍‌ କରିବା ସେଥିରେ ମଧ୍ୟ ହୋଇପାରେ ବା ନହୋଇପାରେ ତାପରେ କହିଲେ ତୁମ୍ଭେମାନେ ଯଦି ଏକତ୍ରିତ ହୋଇପାରିବ ତାହେଲେ ତୁମ୍ଭେ ଆନ୍ଦୋଳନାତ୍ମକ ପନ୍ଥା ଦ୍ୱାରା ନିଶ୍ଚିତ ଭାବରେ ଫଳ ପାଇବ ବୋଲି ମୋର ଦୃଢ ବିଶ୍ୱାସ ତାଙ୍କର ଏହିକଥା ଆମ ମନକୁ ପାଇଲା ପରେ ଆମ୍ଭେ ଏକତ୍ରୀତ ହୋଇ ସ୍ଥାୟୀ ଚାକିରୀ ନିମନ୍ତେ ସଙ୍ଘର୍ଷ କରିବାକୁ ବାହାରି ପଡିଲୁ ସଂଘ ମଧ୍ୟ ରେଜିଷ୍ଟ୍ରେସନ ନଂ ଆଣିବା ପାଇଁ ବାହାରି ପଡିଲା  ଯେଉଁ ବ୍ୟକ୍ତି ମାନଙ୍କୁ ନେଇ ସଂଘ ରେଜିଷ୍ଟ୍ରେସନ ନଂ ଆଣିଥିଲା ସେମାନଙ୍କ ମଧ୍ୟରେ ଥିଲେ ୰କେଳୁ ଚରଣ ଦାସ , ନିରଞ୍ଜନ ପଡିଆରୀ , ଅଭିମନ୍ୟୁ ମହଲ , ସୁଧାକର ପ୍ରଧାନ , ମାନସ ମଣ୍ଡଳ ଅନ୍ୟତମ
ସଂଘ ତରଫରୁ ପ୍ରଥମ ଥର ପାଇଁ ଠିକା କର୍ମଚାରୀ ଙ୍କୁ ଛଟେଇ ନକରିବା ଓ ଅବସର ପ୍ରାପ୍ତ କର୍ମଚାରୀଙ୍କୁ ଯଥାଶିଘ୍ର ପ୍ରାପ୍ୟ ପ୍ରଦାନ କରିବା ଏହି ଦୁଇଟି ଦାବି ନେଇ ନେସ୍କୋ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିଲା ପ୍ରଥମେ ଆମକୁ ବହୁତ ଝଡ ଝଞ୍ଜା ଭିତରେ ଗତି କରିବାକୁ ପଡିଥିଲା ଏହାର ଏକମାତ୍ର କାରଣ ଆମ ପାଖରେ ବହୁତ କମ ସଂଖ୍ୟକ ସଭ୍ୟ ଓ ଅନ୍ୟ ସଂଘ ମାନଙ୍କ ପାଖରେ ଥିଲେ ଅଧିକ ଏହା ମହାଭାରତର ପାଣ୍ଡବ ଓ କୌରବ ଦଳ ସଦୃଶ୍ୟ ଥିଲା ପାଣ୍ଡବ ମାନଙ୍କ ପାଖରେ ଧର୍ମ ଓ ସତ୍‌ ଥିଲା ବୋଲି ଭଗବାନ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧରେ ଗାଣ୍ଡିବଧାରୀ ଅର୍ଜୁନଙ୍କ ରଥରେ ସାରଥୀ ସାଜିଥିଲେ ଠିକ ସେହିଭଳି ଏହି ସଂଘର ଧର୍ମ ନ୍ୟାୟ ଓ ସଚ୍ଚୋଟ ପଣିଆ ଯୋଗୁ ଭଗବାନ ଆମ ପାଖକୁ ଆଉ ଜଣେ କୃଷ୍ଣ ରୂପି ମାନବ ରୂପରେ ଶ୍ରୀଯୁକ୍ତ ପ୍ରତାପ ଷଡଙ୍ଗୀ ଙ୍କୁ ଆମର ସାରଥୀ ରୂପେ ପଠାଇଲେ ସେ ଆମ୍ଭ ସଂଘରେ ମୂଖ୍ୟ ଉପଦେଷ୍ଟା ଭାବରେ ରହିଲେ
ପେଟ ପାଇଁ ମୁଠେ ଦାନା ଯୋଗାଡ କରିବା ନିମନ୍ତେ ଆମକୁ ବହୁତ ଦୂଃଖ କଷ୍ଟ ତଥା ମାଲି ମକଦ୍ଦମା ର ସମ୍ମୁଖିନ ହେବାକୁ ପଡିଛି ଆମକୁ ହଇରାଣ କରିବା ନିମନ୍ତେ ଆମ୍ଭ ମାନଙ୍କୁ ପୋଲିସ ହାତରେ ଧରାଇବା ପାଇଁ ପ୍ରତିପକ୍ଷ ସଂଘ ମାନେ ନେସ୍କୋ କର୍ତ୍ତୃପକ୍ଷଙ୍କୁ କମ୍‌ ସାହାଯ୍ୟ ମଧ୍ୟ କରିନାହାନ୍ତି  କିନ୍ତୁ ହେଲେ କ’ଣ ହେବ ସତ୍‌ ବୋଲି ଦୂନିଆରେ କିଛି ଅଛି ଯାହାର ଜଳନ୍ତ ଉଦାହରଣ ସୂର୍ଯ୍ୟ ଙ୍କର ପୂର୍ବ ଦିଗରେ ଉଦୟ ଓ ପଶ୍ଚିମ ଦିଗରେ ଅସ୍ତ ଆମ୍ଭେ ସତ ମାର୍ଗରେ ଥିବାରୁ ବ କହାରି ଅନିଷ୍ଟ କଥା ଚିନ୍ତା ନକରିଥିବାରୁ ଭଗବାନ ଆମକୁ ରକ୍ଷା କରିଛନ୍ତି ଯାହା ଫଳରେ ମେନେଜମ୍ୟାଣ୍ଟ ପୋଲିସକୁ ଟଙ୍କା ଦେଇ ମଧ୍ୟ ଆମ୍ଭକୁ ଗିରଫ କରିବା ପାଣିର ଗାର ସଦୃଶ ହୋଇଯାଇଥିଲା ଯେଉଁ ମାନଙ୍କ ତ୍ୟାଗ ଯୋଗୁଁ ଆଇ.ଟି.ଆଇ. ତାଲିମ ପ୍ରାପ୍ତ ଠିକା ଶ୍ରମିକ ମାନେ ଆଜି ନେସ୍କୋରେ ସ୍ଥାୟୀ ଚାକିରୀ ପାଇଛନ୍ତି ବା ଆଗକୁ ପାଇବେ ସେହିମାନଙ୍କୁ ମେନେଜମ୍ୟାଣ୍ଟ ଆକ୍ରୋଶ ମୂଳକ ଭାବେ ଦଣ୍ଡବିଧାନ ସ୍ୱରୂପ ତାଙ୍କ ନିଜ ଜିଲ୍ଲା ଠାରୁ ସୂଦୁର ଜିଲ୍ଲାକୁ ପଠାଇ ଦେଇଛି ଏଣୁ ସେମାନେ ନିଜ ପରିବାରକୁ ଛାଡି ଦୂରରେ ବହୁଅସୁବିଧାରେ କାଳାତିପାତ କରୁଛନ୍ତି ଆଉ ସଂଘର ସମ୍ପାଦକ ମଧ୍ୟ ଏଥିରୁ ବର୍ତ୍ତୀନାହାନ୍ତି ନେସ୍କୋ କର୍ତ୍ତୃପକ୍ଷଙ୍କର ପାତର ଅନ୍ତର ନୀତି ଯୋଗୁ ସେ ଅବସର କାଳୀନ ସମସ୍ତ ପ୍ରାପ୍ୟ ଅବସରର ୩ବର୍ଷ ପରେ ବହୁତ ସଂଗ୍ରାମ କରି ପାଇପାରିଛନ୍ତି
ଏଣୁ ମୋର ସମସ୍ତ ସଂଗ୍ରାମୀ ସଭ୍ୟମାନଙ୍କୁ ନିବେଦନ ଆମେ ଯେପରି ପ୍ରଥମେ ଏକତ୍ରୀତ ହୋଇ ସଂଗ୍ରାମ କରି ସ୍ଥାୟୀ ଚାକିରୀ ପାଇପାରିଥିଲୁ ବର୍ତ୍ତମାନ ସମୟ ଆସିଛି ଆଉ ଗୋଟେ ସଂଗ୍ରାମର ଯାହାକି ଅଣ ତାଲିମ ପ୍ରାପ୍ତ ଓ ରହିଯାଇଥିବା ତାଲିମ ପ୍ରାପ୍ତ ଠିକା ଶ୍ରମିକ ମାନଙ୍କର ସ୍ଥାୟୀ ଚାକିରୀ ରେ ନିଯୁକ୍ତି ନିମନ୍ତେ ତେଣୁ ଆମେ ସମସ୍ତେ ଏକତ୍ରିତ ହୋଇ ଏକ ମନ , ଏକ ପ୍ରାଣ ହୋଇ  ସଂଗ୍ରାମ ଜାରି ରଖିବା


    ସିମାଚଂଳ ପାତ୍ର , ଜେ.ଟି. , ନେସ୍କୋ 

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ