Thursday, October 17, 2013

ହାତେ ହାତ ଦେଇ ସଭିଏଁ ଚାଲ



ଅଛି ଏ ସଂସାରରେ କୁହତ କିଏ
ଭୋଗ ବିଳାସତା ନାହିଁ ଟିକିଏ ୤
ହାତରେ ଧରି ସେ ଖଣ୍ଡେ ଡାଇରି
କାମ କରିଯାନ୍ତି ଦେଖିଣ ଘଡି୤
ଆମ ଦୂଃଖ ଦେଖି ଝରଇ ଲୂହ
ଶ୍ରମିକଙ୍କ ପାଇଁ ତାଙ୍କ ମନ ଅଥୟ୤
ପରକି ଆପଣା ନମଣି କରେ
ସଭିଙ୍କୁ ବାନ୍ଧନ୍ତି ଏକତା ଡୋରେ୤
ହିନ୍ଦୁ,ଖ୍ରୀଷ୍ଟିଆନ,ମୁସଲମାନ
ତାଙ୍କ ଆଖିରେ ସବୁ ସମାନ୤
ଶାନ୍ତି ଅହିଂସାର ପୁଣ୍ୟ ମନ୍ତ୍ରର
ଶ୍ରମିକ ଭଜନ୍ତୁ ମତ ତାଙ୍କର୤
ଶହ ଶହ ମନ ଗୋଟିଏ କରି
ସବୁରି ମନେ ଦେଲେ ଏକତା ଭରି୤
ପୁଲିସ ଧମକ କୁ ନକରି ଭୟ
ଏକତା ବଳରେ ଅରି କରିଲେ ଜୟ
ଶ୍ରମିକ ନିଯୁକ୍ତି କଲେ ନେସ୍କୋରେ ଯାଇ
ସତ୍ୟ ରବି ନଭେ ଆସିଲା ଉଇଁ୤
ଆସ ଯେତେ ଅଛ ଭଉଣୀ ଭାଇ
ଶପଥ ନେବାରେ ହାତ ମିଳାଇ୤
ସମ୍ପାଦକଙ୍କ ନୀତି ଆଦର୍ଶ ନେଇ
ଜୀବନ ଡୋରୀକୁ ନେବାରେ ବାହୀ୤
କରିବା ଆମେ ସଂଘର ଭଲ
ହାତେ ହାତ ଦେଇ ସଭିଏଁ ଚାଲ୥
               ଲକ୍ଷ୍ମୀନାରାୟଣ ଦାସ,(ଅସ୍ଥାୟୀ କର୍ମଚାରୀ),ନେସ୍କୋ

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ