Thursday, October 17, 2013

ଶ୍ରମିକ ଏକତା ଜିନ୍ଦାବାଦ



ଆମ ଭିତରେ କିଛି ଅଛି କି ?
ହଁ ଅଛି ଶ୍ରମିକ ଏକତା ହିଁ ଅଛି୤
ଶ୍ରମିକ ଭାଇ ରେ ଶ୍ରମିକ ଭାଇ
ଦୂଃଖେ ତୁମେ କିଆଁ ହୁଅ ହାଇଁ ପାଇଁ
ଶ୍ରମ ଦୂନିଆରେ ଶ୍ରମିକ ମାନେ
ଦୂଃଖେ ହୁଅନ୍ତି ହୋ-ହୋ-ହାଏ
ଶ୍ରମିକ ଜୀବନ ତ ଲଟର ପଟର
ଏମାନଙ୍କୁ ଦୂଃଖରୁ କେ କରିବ ପାର
ଯଦି ନମାନନ୍ତି ଅଫିସର କଥା
ତେବେ ଉଠିଥାଏ ଟ୍ରାନ୍ସଫର କଥା
ନ୍ୟାୟ କଥାରେ ଯଦି ସତ କହିଲ
ତେବେ ସମସ୍ତଙ୍କ ଅପ୍ରିୟ ହେଲ
ଏବେ ମୋ ଜୀବନୁ ଦୂଃଖ ଯାଇଛି
ସଂଘ ମୋର ସାଥେ ରହିଛି
ମୋ ସଂଘ ମୋ ପାଇଁ ଦିନରେ ଖରା
ରାତିରେ ମୋ ପାଇଁ ଯୋଛନା ପରା
ସଂଘ ଆମ ପାଇଁ ପିତା ଓ ମାତା
ଯଦି ରହିଥିବ ଆମ ଏକତା
ଏହି ସଂଘ ସାଥେ ଯିଏ ରହିବ
ବିପତ୍ତିରେ ତାକୁ ପାଖେ ପାଇବ
ଶ୍ରମିକ ଏକତା ଜିନ୍ଦାବାଦ
ଅନ୍ୟାୟୀ ଭ୍ରଷ୍ଟାଚାର ମୂର୍ଦାବାଦ୥
ଶ୍ରମିକ ଅଟଇ ଦେଶର ମାନ
କରେନାହିଁ କେବେ ସେ ଅଭିମାନ
ଶ୍ରମିକ ଶୋଷଣ କରେ ଯେଉଁ ନେତା
ଫୁଲ ହାର ବଦଳେ ପାଆନ୍ତି ସେ ଜୋତା
ଶ୍ରମିକ ମାନଙ୍କୁ ଯେହୁ କରଇ ଅଶାନ୍ତି
ସେ କେବେ ଜୀବନେ ନପାଏ ଶାନ୍ତି
ସତ୍ୟ ଓ ନ୍ୟାୟ ପାଇଁ ହେଲା ପାଣ୍ଡବଙ୍କ ଜୟ
ସେହି ପଥ ଯୋଗୁଁ ଆଜି ଶକ୍ତିର ବିଜୟ
ଶ୍ରମିକ ଏକତା ଜିନ୍ଦାବାଦ
ଅନ୍ୟାୟୀ ଭ୍ରଷ୍ଟାଚାର ମୂର୍ଦାବାଦ୥
                            ଶରତ ଜେନା, (ଅସ୍ଥାୟୀ କର୍ମଚାରୀ)

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ