Friday, October 18, 2013

“ସଂଘର ଆଭିମୂଖ୍ୟ”



ନେସ୍କୋରେ ଏହି ସଂଗଠନ ତିଆରି ହେବା ପୂର୍ବରୁ ଅନେକ ଶ୍ରମିକ ସଙ୍ଗଠନ ସୃଷ୍ଟି ହୋଇଥିଲେ ବି ସେମାନେ କେବେବି ନେସ୍କୋରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକ ମାନଙ୍କର କଲ୍ୟାଣ ଚାହିଁନାହାନ୍ତି ୤ ପରନ୍ତୁ ଶହ ଶହ ଠିକା ଶ୍ରମିକ ମାନଙ୍କ ପାଖରୁ ଅର୍ଥ ଶୋଷଣ କରି ତାଙ୍କୁ କାର୍ଯ୍ୟରେ ସ୍ଥାୟୀ ନିଯୁକ୍ତି କରିଦେବେ କହି ଅର୍ଥ ଆତ୍ମସାତ କରିଛନ୍ତି ୤ ତେଣୁ ଆଜିର ଶ୍ରମିକ ମାନେ ଠିକ ଜିନିଷ ବୁଝି ଆପଣେଇ ନେଇଛନ୍ତି ସେହି ମହାନ ସଂଘ ନେସ୍କୋ ଶକ୍ତି କର୍ମଚାରୀ ସଂଘ ଯାହାର ମେରୁଦଣ୍ଡ ହେଉଛନ୍ତି ଶ୍ରୀଯୁକ୍ତ ନିରଞ୍ଜନ ପଢିଆରୀ ଓ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଙ୍କ ଭଳି ଉର୍ତ୍ସଗୀ କୃତ ଓ ନିସ୍ୱାର୍ଥପର ମଣିଷ ମାନେ ୤ ଦୀର୍ଘ ୩ବର୍ଷ କାଳ ଶ୍ରମିକ ମାନେ ନାଳ ନର୍ଦ୍ଦମା କଡରେ ପଡି ନିଜର ଅଧିକାର ଭିକ୍ଷା କରୁଥିବା ବେଳେ କେତେକ ଶ୍ରମିକ ବିରୋଧି ନରହନ୍ତାକାରୀ ଦଲାଲ , ଭ୍ରଷ୍ଟାଚାରୀ କଥାରେ ପୂର୍ବତନ ସି.ଇ.ଓ. , ଏମ୍‌.ଡି. ସାହେବ ଶ୍ରମିକ ମାନଙ୍କୁ ତାଙ୍କର ନ୍ୟାୟରୁ ବଞ୍ଚିତ କରିଥିଲେ ୤ ଏହିପରି କ୍ରମାଗତ ଭାବେ ସଂଗ୍ରାମ ଜାରି ରଖି ଶେଷରେ ଶ୍ରମିକ ଧୈର୍ଯ୍ୟର ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରି ଶ୍ରମିକ ମାନେ ନ୍ୟାୟ ପାଇପାରିଛନ୍ତି ୤ ଶ୍ରୀ ନିରଞ୍ଜନ ପଢିଆରୀ ହେଉଛନ୍ତି ଶ୍ରମିକ ମାନଙ୍କର ପିତା-ମାତା ସଦୃଶ୍ୟ ତାଙ୍କରି ଚେଷ୍ଟାରେ ଆଜି ଅନେକ ଆଇ.ଟି.ଆଇ ତାଲିମ ପ୍ରାପ୍ତ ଠିକା କର୍ମଚାରୀ ଦାନା ଗଣ୍ଡେ ପାଇପାରିଛନ୍ତି ୤ ଛୋଟେଇ ହୋଇଥିବା ଅନେକ ଶିକ୍ଷିତ ଯୁବକ କର୍ମରେ ନିଯୁକ୍ତ ହୋଇ ତାଙ୍କ ପରିବାର ମୁହଁ ରେ ହସ ଫୁଟାଇ ପାରିଛନ୍ତି ୤ ଶ୍ରୀ ପଢିଆରୀ ହେଉଛନ୍ତି ସତ୍ୟ ଓ ସାଧୁତାର ପ୍ରତୀକ ୤ ଆଗାମି ଦିନରେ ଶ୍ରମିକ ମାନଙ୍କ ପାଇଁ ମଧ୍ୟ କାର୍ଯ୍ୟ କରିବେ ଏବଂ ସେମାନଙ୍କ ମୁହଁରେ ହସ ଫୁଟାଇବା ଏ ଦୃଢ ବିଶ୍ୱାସ ଆମ୍ଭ ମାନଙ୍କ ମନରେ ରହିବା ଉଚିତ ୤ କଥାରେ ଅଛି :-
ଆଳସ୍ୟ ବଳ ବୁଦ୍ଧି କ୍ଷୟ ଉଦ୍ୟମେ ସର୍ବ କାର୍ଯ୍ୟ ଜୟ ,
ଦୃଢ ନଥାଇ କର୍ମ ଯେତେ ଫଳ ନ ଫଳେ କଦାଚିତେ


                                    ଶ୍ରୀକାନ୍ତ ଦାଶ,
                             ଅସ୍ଥାୟୀ କର୍ମଚାରୀ , ନେସ୍କୋ


No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ