ଜଳୁଛି ମୁଁ ଜଳୁଥିବି ଦୀପଟିଏ ହୋଇ ହତାଶରେ ପୋଷେ ତେଲ ଖଣ୍ଡେ ବଳିତାର ଆଶ୍ରା ନେଇ ଖାସ୍ ଶକ୍ତି କର୍ମଚାରୀ ସଂଘ ପାଇଁ ମୋର ଇତିହାସ ପ୍ରତିଟି ପୃଷ୍ଠାରେ ତୁମରି ମୂଳମନ୍ତ୍ର ମୋର ବୁକୁରେ ମୋ ଦେହର ପ୍ରତିଟି ଲୋମକୋପ ମଧ୍ୟେ ରହିଛ କେବଳ ତୁମେ ତୁମେ ମୋର ସ୍ୱପ୍ନର କୋଣାର୍କ ତା ଦୂଆରେ ମୁଁ ତ ଜଳୁଛି ଶିଖା ତୋଳି ହୁତ୍ ହୁତ୍ ହୋଇ ଆଶାକରେ ଜଳୁଥିବି ଜୀବନଟା ସାରା କେବଳ ଶକ୍ତି କର୍ମଚାରୀ ସଂଘ ପାଇଁ ଏମିତି ବି ସମୟ ଆସିବ ଜଳି ଜଳି ଶେଶ ହୋଇଯିବି ଚିହ୍ନ ବର୍ଣ୍ଣ କିଛି ରହିବନି ଗନ୍ଧ ବି ରହିବନି ମୋର ତଥାବି ଜଳୁଛି ଜାଣିଶୁଣି ସତ୍ୟ,ନ୍ୟାୟ,ଶାନ୍ତିର ପ୍ରତିଷ୍ଠା ପାଇଁ ଶକ୍ତି କର୍ମଚାରୀ ସଂଘର ଆଦର୍ଶକୁ ନେଇ ଜଳି ଜଳି ଜୀବନର ଶେଷ ସଂଞ୍ଜ ଯାଏଁ ଗୁହାରି କରିବି ମାଁ ଙ୍କ ଦୂଆରେ ମାଗିବି ଏତିକି କେବଳ ସଂଘର ମଙ୍ଗଳ ପାଇଁ କାମନା କରିବି ଏତିକି ଦୀର୍ଘାୟୁ ହେଉ ବୋଲି ସବୁକିଛି ମାଗିଯିବି କେବଳ ଶକ୍ତି କର୍ମଚାରୀ ସଂଘ ପାଇଁ ଅବଶିଷ୍ଟ ମୋ ଜୀବନରେ ଲେଖି ଦେଇଯିବି ଗୋଟିଏ କବିତା ସ୍ୱର୍ଣ୍ଣାକ୍ଷରେ ସ୍ମୃତି ସେଇଲେଖା ହୋଇଥିବ କାଳ କାଳ ଜାଏଁ କେବଳ ଶକ୍ତି କର୍ମଚାରୀ ସଂଘ ପାଇଁ ନିଗମାନନ୍ଦ ଗିରି,(ଅସ୍ଥାୟୀ କର୍ମଚାରୀ)