Skip to main content

Posts

Showing posts with the label ବୈଠକ

NESCO SHAKTI KARMACHARI SANGHA ର ଜଳେଶ୍ଵର ଶାଖା ତରଫରୁ ଶାଖା ସମ୍ପାଦକ ଶ୍ରୀ ପ୍ରଦୀପ ଜେନା ଙ୍କ ନେତୃତ୍ୱ ରେ ସାଧାରଣ ବୈଠକ

NESCO SHAKTI KARMACHARI SANGHA ର ଜଳେଶ୍ଵର ଶାଖା ତରଫରୁ ଶାଖା ସମ୍ପାଦକ ଶ୍ରୀ ପ୍ରଦୀପ ଜେନା ଙ୍କ ନେତୃତ୍ୱ ରେ ସାଧାରଣ ବୈଠକ 

ସାଧାରଣ ସଭା (ଉଦଳା ଶାଖା)

 ଅଦ୍ୟ ତା 23/06/2024 ରିଖ ରବିବାର ଦିବା 11 ଘଟିକା ସମୟରେ ନେସ୍କୋ ଶକ୍ତି କର୍ମଚାରୀ ସଂଘର ଉଦଳା ଶାଖା ପକ୍ଷରୁ ବଡ଼ସାହି ସେକ୍ସନ୍ ରେ ସଂଘର କର୍ଯ୍ୟକାରୀ ସଭାପତି ଶ୍ରୀ ଶିବ ନାରାୟଣ ଗିରି ଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି |  ଉଦଳା ଡିଭିଜନର ସ୍ୱାର୍ଥ ତଥା ଶ୍ରମିକ କର୍ମଚାରୀ ମାନଙ୍କ ହିତ କୁ ଦୃଷ୍ଟି ରେ ରଖି ପ୍ରକାଶ କୁମାର ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଆଗାମୀ ଦିନରେ ଶକ୍ତି କର୍ମଚାରୀ ସଂଘର କର୍ମକର୍ତ୍ତା ଙ୍କ ନିସ୍ୱାର୍ଥପର କାମ ପାଇଁ ବାରିପଦା ମଣ୍ଡଳ ରେ ପୁଣିଥରେ ଏକ ନମ୍ବର ହେବ | TPNODL ର ଠିକଦାରି ପ୍ରଥା ପାଇଁ  ଶ୍ରମିକ କର୍ମଚାରୀ ମାନଙ୍କୁ ଯେଉଁଭଳି ଭାବେ ବ୍ୟବହାର କରାଯାଉଛି ତାହା ବାସ୍ତବରେ ଅତୀତ ରେ ରାଜତନ୍ତ୍ର ଶାସନ କୁ ସୂଚିତ କରୁଛି ବୋଲି ଶ୍ରୀ ଅଜୟ ପଢ଼ିଆରୀ  ତାଙ୍କର ବକ୍ତବ୍ୟରେ ଉପସ୍ଥିତ ଶ୍ରମିକ କର୍ମଚାରୀ ମାନଙ୍କୁ ଅବଗତ କରାଇଥିଲେ | ଶ୍ରମିକମାନଙ୍କ EPF , ସେଲାରି ସ୍ଲିପ୍ ଓ ESI ଏପରିକି କାର୍ଯ୍ୟ କରିବାର ପରିଚୟ ପତ୍ର ଏବଂ ପ୍ରବେଶ ପତ୍ର ଦେବାରେ ଆଜି ପର୍ଯ୍ୟନ୍ତ  AMC-BA ଏଜେନ୍ସି ବିଫଳ ହୋଇଛି | ଶ୍ରମିକ ମାନେ ପ୍ରତ୍ୟକ ଦିନ  8 ଘଣ୍ଟା ରୁ ଅଧିକ ସମୟ କାର୍ଯ୍ୟ କରୁଥିଲେ ମଧ୍ଯ ତାଙ୍କର ପ୍ରାପ୍ୟ ଠିକ୍ ଭାବରେ ପାଇପାରୁନାହାନ୍ତି | ବାରମ୍ଵାର ବିଦ୍ୟୁତ କାଟ ପାଇଁ ଶ୍ରମିକ ମାନେ ଗ୍ରାହକ ମାନଙ୍କ ର ଆକ୍ରୋଶ ର ଶୀକ...

ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ........

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ

ନେସ୍କୋ କର୍ତ୍ତୃପକ୍ଷଙ୍କ ଅବହେଳା ବିରୋଧରେ ବୈଠକ

ବାଲେଶ୍ୱର,୧୦/୫(ସ.ପ୍ର) -ବିଦ୍ୟୁତ୍ ବଣ୍ଟନ ଦାୟିତ୍ୱରେ ଥିବା ନେସ୍କୋ କର୍ତ୍ତୃପକ୍ଷ ବାଲେଶ୍ୱର ଜିଲ୍ଲାରେ ବିଦ୍ୟୁତ୍ ଗ୍ରାହକଙ୍କୁ ସେବା ଯୋଗାଇବାରେ ଲଗାତର ଅବହେଳା କରୁଥିବା ସଂପର୍କରେ ସିଭିଲ ସୋସାଇଟି ତରଫରୁ ଗଭିର ଉଦବେଗ ପ୍ରକାଶ ପାଇଛି ୤ ବରିଷ୍ଠ ନାଗରିକ ମଞ୍ଛର ସାଧାରଣ ସମ୍ପାଦକ ଲକ୍ଷ୍ମିଧର ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ବିଦ୍ୟୁତ ଗ୍ରାହକଙ୍କୁ ସଂଗଠିତ କରି ଜନଆନ୍ଦୋଳନ କରିବାକୁ ଏହି ବୈଠକରେ ନିଷ୍ପତି ନିଆଯାଇଛି ୤ ସୋସାଇଟିର ଆବାହକ ମୋନଜ ନାୟକ ତାଙ୍କ ବକ୍ତବ୍ୟରେ ଅଘୋସିତ ବିଦ୍ୟୁତ କାଟ ଓ ବିଦ୍ୟୁତ ବିଲ୍ ପ୍ରଦାନରେ ଏକ ମାସ ବିଳମ୍ବ ହେଲେ ୧୫୦ଟଙ୍କା ଜରିମାନା , ଲୋ-ଭଲଟେଜ ଦାରିଦ୍ର ସିମାରେଖା ତଳେ ଥିବା ପରିବାରଙ୍କୁ ବିଦ୍ୟୁତ୍ ଯୋଗାଣ ପ୍ରଭୃତି କାର୍ଯ୍ୟରେ ନେସ୍କୋ କର୍ତ୍ତୃପକ୍ଷଙ୍କ ଚରମ ଅଭହେଳା ଯୋଗୁ ଗ୍ରାହକ ମାନେ ହତ ସନ୍ତ ହେଉଛନ୍ତି ୤ ବିଦ୍ୟୁତ୍ ଶକ୍ତି ପରିବହନ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତିର ଅଭାବ ସମସ୍ୟାକୁ ଅଧିକ ଜଟିଳ କରିଛି ୤ ବିଦ୍ୟୁତ୍ ସେବା ଯୋଗାଇବାରେ ଶ୍ରମିକଙ୍କ ଅଭାବ ଓ ସ୍ଥାୟୀ କାମରେ ଠିକା ଶ୍ରମିକ ନିଜୁକ୍ତି ବ୍ୟବସ୍ଥା ଯୋଗୁ ଗ୍ରାହକ ମାନେ ଉପଯୁକ୍ତ ସେବା ପାଇପାରୁନାହାନ୍ତି ୤ ଏ ସମସ୍ତ ଅଭିଯୋଗ ସମ୍ପର୍କରେ ତୁରନ୍ତ ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ୤ ବିଦ୍ୟୁତ ଗ୍ରାହକଙ୍କୁ ସଚେତନ କରିବା ପାଇଁ ଏକ ପ୍ର...