Skip to main content

ସାଧାରଣ ସଭା (ଉଦଳା ଶାଖା)

 ଅଦ୍ୟ ତା 23/06/2024 ରିଖ ରବିବାର ଦିବା 11 ଘଟିକା ସମୟରେ ନେସ୍କୋ ଶକ୍ତି କର୍ମଚାରୀ ସଂଘର ଉଦଳା ଶାଖା ପକ୍ଷରୁ ବଡ଼ସାହି ସେକ୍ସନ୍ ରେ ସଂଘର କର୍ଯ୍ୟକାରୀ ସଭାପତି ଶ୍ରୀ ଶିବ ନାରାୟଣ ଗିରି ଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି |

 ଉଦଳା ଡିଭିଜନର ସ୍ୱାର୍ଥ ତଥା ଶ୍ରମିକ କର୍ମଚାରୀ ମାନଙ୍କ ହିତ କୁ ଦୃଷ୍ଟି ରେ ରଖି ପ୍ରକାଶ କୁମାର ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଆଗାମୀ ଦିନରେ ଶକ୍ତି କର୍ମଚାରୀ ସଂଘର କର୍ମକର୍ତ୍ତା ଙ୍କ ନିସ୍ୱାର୍ଥପର କାମ ପାଇଁ ବାରିପଦା ମଣ୍ଡଳ ରେ ପୁଣିଥରେ ଏକ ନମ୍ବର ହେବ |

TPNODL ର ଠିକଦାରି ପ୍ରଥା ପାଇଁ  ଶ୍ରମିକ କର୍ମଚାରୀ ମାନଙ୍କୁ ଯେଉଁଭଳି ଭାବେ ବ୍ୟବହାର କରାଯାଉଛି ତାହା ବାସ୍ତବରେ ଅତୀତ ରେ ରାଜତନ୍ତ୍ର ଶାସନ କୁ ସୂଚିତ କରୁଛି ବୋଲି ଶ୍ରୀ ଅଜୟ ପଢ଼ିଆରୀ  ତାଙ୍କର ବକ୍ତବ୍ୟରେ ଉପସ୍ଥିତ ଶ୍ରମିକ କର୍ମଚାରୀ ମାନଙ୍କୁ ଅବଗତ କରାଇଥିଲେ |

ଶ୍ରମିକମାନଙ୍କ EPF , ସେଲାରି ସ୍ଲିପ୍ ଓ ESI ଏପରିକି କାର୍ଯ୍ୟ କରିବାର ପରିଚୟ ପତ୍ର ଏବଂ ପ୍ରବେଶ ପତ୍ର ଦେବାରେ ଆଜି ପର୍ଯ୍ୟନ୍ତ  AMC-BA ଏଜେନ୍ସି ବିଫଳ ହୋଇଛି | ଶ୍ରମିକ ମାନେ ପ୍ରତ୍ୟକ ଦିନ  8 ଘଣ୍ଟା ରୁ ଅଧିକ ସମୟ କାର୍ଯ୍ୟ କରୁଥିଲେ ମଧ୍ଯ ତାଙ୍କର ପ୍ରାପ୍ୟ ଠିକ୍ ଭାବରେ ପାଇପାରୁନାହାନ୍ତି | ବାରମ୍ଵାର ବିଦ୍ୟୁତ କାଟ ପାଇଁ ଶ୍ରମିକ ମାନେ ଗ୍ରାହକ ମାନଙ୍କ ର ଆକ୍ରୋଶ ର ଶୀକାର ହେଉଛନ୍ତି | ଆଗାମି ଦିନରେ TPNODL ର କତୃପକ୍ଷ ଏ ସବୁ ବାବଦରେ ଟାଳଟୁଳ ନୀତି ଅବଲମ୍ବନ କରନ୍ତି ତେବେ ଶକ୍ତି କର୍ମଚାରୀ ସଂଘ ଆନ୍ଦୋଳନ କୁ ଓହ୍ଲାଇବ ବୋଲି Dy.gen.secratary ଶୁଭେନ୍ଦୁ ସୂର୍ୟ ନାରାୟଣ ବେହେରା ତାଙ୍କ ବକ୍ତବ୍ଯରେ ପ୍ରକାଶ କରିଥିଲେ |ଶେଷରେ ଶାଖା ସମ୍ପାଦକ ଉପସ୍ଥିତ ଶ୍ରମିକମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଆଗାମୀ ଦିନରେ ଶକ୍ତି କର୍ମଚାରୀ ସଂଘ କୁ ବାରିପଦା ମଣ୍ଡଳ ରେ ମଜବୁତ କରିବା ପାଇଁ ନିବେଦନ କରିଥିଲେ | ଉପସ୍ଥିତ ସଭ୍ୟଙ୍କ ମଧ୍ୟରେ ବାଲେଶ୍ବର ଶାଖା ସମ୍ପାଦକ କୋମଲ ଲୋଚନ ବେହେରା, CED ଶାଖା ସମ୍ପାଦକ ବଳଭଦ୍ର ଗିରି,ଅଜିତ ବେହେରା,  ବସନ୍ତ କୁମାର ନାୟକ, ଅଭୟ ସାହୁ, ବରେନ ଧଳ, ସିଦ୍ଧାର୍ଥ ମୁଖୀ, ଦୀପକ ବାରିକ ଉପସ୍ଥିତ ଥିଲେ |




POPULAR POSTS

ନେସ୍କୋ ଶକ୍ତି କର୍ମଚାରୀ ସଂଘ ପ୍ରାଙ୍ଗଣରେ କାର୍ଯ୍ୟ ନିର୍ବାହୀ ସଦସ୍ୟ ମାନଙ୍କ ଦ୍ଵାରା ପୂର୍ବ ସାଧାରଣ ସମ୍ପାଦକ ଙ୍କୁ ପଦରୁ ଅବ୍ୟାହତି

ବିଜୟା ବନ୍ଧୁ ମିଳନ ସମାରୋହ-୨୦୨୫