Skip to main content

Posts

Showing posts with the label ସାଉଥ୍‌କୋ ଖବର

ଗଞ୍ଜାମ ଅନ୍ଧାରରେ ରହିବ

ଭୁବନେଶ୍ୱର, ୧୫/୧୦(ଇମିସି):- ନିକଟ ଭବିଷ୍ୟତରେ ସମଗ୍ର ଗଞ୍ଜାମ ଜିଲ୍ଲାକୁ ବିଦ୍ୟୁତ ସଂଯୋଗ ସମ୍ଭାବନା ନାହିଁ ୤ ଏ ଜିଲ୍ଲା ବାସୀ ଅନିର୍ଦିଷ୍ଟ କାଳ ପାଇଁ ଅନ୍ଧାରରେ ରହିବେ ୤ ଆଜି ରାଜ୍ୟ ସରକାର ଏଭଳି ଆସଙ୍କା ପ୍ରକାଶ କରିଛନ୍ତି ୤ କ୍ଷୟ କ୍ଷତିର ବ୍ୟାପକତା ଦର୍ଶାଇ କହିଛନ୍ତି ଯେ ପରିସ୍ଥିତି ଯାହା,ସମଗ୍ର ଗଂଜାମ ଜିଲ୍ଲାକୁ ବିଦ୍ୟୁତ ସଂଯୋଗ ଦେବା ଏତେ ସହଜ ନୁହେଁ ୤ ମରାମତି ହୋଇପାରିବ ନାହିଁ ୤ ଆଉଥରେ ସାନି ନିର୍ମାଣ କରାହେବ ୤ ବିଦ୍ୟୁତ ଟାୱାର ନିର୍ମାଣ ଲାଗି ଯେଉଁ ଅଭିଜ୍ଞ କୁଶଳି ଶ୍ରମିକ ଦରକାର , ତାହାବି ପାଖରେ ନାହିଁ , ଏକଥା ବି ସରକାର ମାନିଛନ୍ତି ୤ ଅପେକ୍ଷା କରୁଛନ୍ତି , କେନ୍ଦ୍ରୀୟ ଉଦ୍ୟୋଗରୁ କୁଶଳି ଶ୍ରମିକ ଆସିଲେ ମୁଖ୍ୟ କାମ ଆରମ୍ଭ ହେବ ୤ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି , ବିଦ୍ୟୁତ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ସାଉଥ୍‌କୋ ଟଙ୍କା ଖର୍ଚ୍ଚ କରିବା ଲାଗି ଅମଙ୍ଗ ହେଉଛି ୤ କେବଳ ଗଞ୍ଜାମ ନୁହେଁ , ନୟାଗଡର ଦଶପଲ୍ଲା ସମେତ ଖୋର୍ଦ୍ଦା , ପୁରୀ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ବି ଏବେ ବିଦ୍ୟୁତ ସଂଯୋଗ ହେବାର ସମ୍ଭାବନା ନାହିଁ ୤ ସେସୁ ଅଧିକାରୀଙ୍କ ହାଲୁକା ପଣ ଏବେ ବାତ୍ୟା ବିପନ୍ନଙ୍କୁ ଦୂର୍ଦ୍ଦଶାକୁ ବଢେଇ ଦେଇଛି ୤ ବିଦ୍ୟୁତ ତାର ଯୋଡିବା , ଖୁଣ୍ଟ ପୋତିବା ତ ଦୂରର କଥା , ସେସୁର ଅଧିକାଂଶ ଅଧିକାରୀଙ୍କ ପତ୍ତାମିଳୁନି ୤ ଶକ୍ତି ବିଭାଗ କିନ୍ତୁ ସେସୁର ମନମାନି ଓ...