Skip to main content

Posts

Showing posts with the label ଓଡିଶା ବିଦ୍ୟୁତ୍

Happy 76th Republic Day

"Freedom in mind, faith in words, pride in our hearts, and memories in our souls. Let us celebrate the spirit of a united and proud India. Happy 76th Republic Day!"  

ଟାଟା ନେଲା ପରେ ପୁଣି ବଢିଲା ବିଜୁଳି କ୍ଷତି

 ଶକ୍ତି କ୍ଷେତ୍ରରେ ସଂସ୍କାର ନାଁ ରେ ଘରୋଇ କଂପାନୀ ସବୁ କିଭଳି ରାଜ୍ୟବାସୀ ଓ ରାଜକୋଷକୁ ଧାରାବାହିକ ଭାବେ ଲୁଟି ଚାଲିଛନ୍ତି ତାର ପ୍ରମାଣ ହେଉଛି ନିକଟରେ ସି ଏ ଜି ଦେଇଥିବା ରିପୋର୍ଟ। ପ୍ରଥମେ ରିଲାଏନ୍ସ ଓ ଏବେ ଟାଟା କଂପାନୀ। ବିଦ୍ୟୁତ ବିତରଣ କଂପାନୀ ଙ୍କ ପାଇଁ ସରକାର ଋଣ କରିବେ, ସୁଧ ବି ଗଣିବେ ହେଲେ ପ୍ରତି ବର୍ଷ ତଣ୍ଡ ଗଣିବେ ଗ୍ରାହକ। ଟ୍ରାନସମିସନ୍ ଓ ଡିଷ୍ଟ୍ରିବ୍ୟୁସନ୍ କ୍ଷତି ହ୍ରାସ କରିବା ପାଇଁ ନବେ ଦଶକ ରେ ୮୦୦ କୋଟି ଋଣ କଲେ ସରକାର। ଅଥଚ ନାଁ କମିଲା ଟି ଆଣ୍ଡ ଡି ଲସ୍ ନା କଂପାନୀ ସୁଝିଲେ ଋଣ। ରିଲାଏନ୍ସ ଗଲା ପରେ ସରକାର ରାଜ୍ୟବାସୀଙ୍କୁ ଟାଟା କମ୍ପାନୀ ଚକଲେଟ୍ ଦେଖେଇଲେ ହେଲେ ବର୍ଷେ ପରେ ଟି ଆଣ୍ଡ ଡି ଲସ କମିବ କଣ ଓଲଟା ବଢ଼ିବାରେ ଲାଗିଛି। ସମସ୍ତ ପ୍ରକାର ପ୍ରୋତ୍ସାହନ ଓ ପ୍ରଚେଷ୍ଟା ସତ୍ୱେ ରାଜ୍ୟରେ ବିଦ୍ୟୁତ୍‍ ପରିବହନ ଓ ବଣ୍ଟନ ଜନିତ କ୍ଷତି ବଢି ବଢି ଚାଲିଛି । ଟାଟା ପାୱାରର ଟିପିସିଓଡିଏଲ୍‍ ଇଲାକାରେ ଏହି କ୍ଷତି ସର୍ବାଧିକ ରହିଛି ।ବିଦ୍ୟୁତ୍‍ ପରିବହନ ଓ ବଣ୍ଟନ (ଟିଆଣ୍ଡଡି) କ୍ଷତି ହ୍ରାସ ପାଇଁ ରାଜ୍ୟ ସରକାର ବିଶ୍ୱବ୍ୟାଙ୍କ୍‍ ଠାରୁ ଋଣ ଆଣି ବଣ୍ଟନକାରୀ କମ୍ପାନୀମାନଙ୍କୁ ଯୋଗାଇବା ସହିତ କାପେକ୍ସ ଭଳି ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ତେବେ ଏହି କ୍ଷତି କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଫଳରେ ରାଜ୍ୟରେ ଯେତେ ବିଜୁଳି ଉତ୍ପାଦନ ହେଉଛି ତାହା ଗ୍ରାହକଙ୍କ ନିକଟରେ ପହଞ୍ଚିଲା...

ନିଦାବିଷ୍ଣୁ ଟାଟା ପାୱାର କେତେଦିନ ଆଉ ଠକିବ ଠିକା ଶ୍ରମିକଙ୍କୁ ?

ଠିକା ପ୍ରଥା ଏକ ବଡ଼ ଦୁରାରୋଗ୍ୟ ବ୍ୟାଧି , ଦିନ କୁ ଦିନ ରାଜ୍ୟ ରୁ ରାଜ୍ୟ ଏହା ମହାମାରୀ ଭଳି ବ୍ୟାପିବାରେ ଲାଗିଛି। ଯେଉଁ ବୟସରେ ଗୋଟିଏ ଚାକିରି କରି ବାପା ମା , ଘର ପରିବାର ପୋଷିବା କଥା , ସେହି ବୟସରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାର ମାନେ ଦେଶର ଯୁବ ପୀଢ଼ି କୁ ଠିକା ନିଯୁକ୍ତି ଦେଇ ବର୍ଷ ବର୍ଷ ବେଠିଆ ଖଟାଉଛନ୍ତି । ସେ କେନ୍ଦ୍ର ସରକାର ହୁଅନ୍ତୁ କିମ୍ବା ରାଜ୍ୟ ସରକାର ସମସ୍ତେ ଏହି ପାପ ରେ ଭାଗିଦାରୀ। ଇଂରାଜୀ ବିରୁଦ୍ଧରେ ଆନ୍ଦୋଳନ କରି ସ୍ୱାଧୀନତା ଆଣିଥିବା ଆମ ପୂର୍ବପୁରୁଷ ମାନେ କେବେ ଭାବି ନଥିବେ ତାଙ୍କ ନାତି ନାତୁଣୀ ମାନଙ୍କୁ ସ୍ଵାଧୀନ ଭାରତରେ ମଧ୍ୟ ବେଠିଆ ଖଟିବା କୁ ପଡ଼ିବ। ଗତ କିଛି ଦିନ ତଳେ ଚିକିତ୍ସା ଓ ଔଷଧ ନ ପାଇ ବିଦ୍ୟୁତ ବିଭାଗ ପାଇଁ ବର୍ଷ ବର୍ଷ କାର୍ଯ୍ୟ କରିଥିବା ବାଲେଶ୍ବର ର ପଦ୍ମଲୋଚନ ସିଂ ଙ୍କ ର ମୃତ୍ୟୁ ହୋଇଥିଲା। ତାଙ୍କର ଗୋଟିଏ ଦୋଷ ଥିଲା ,ସେ ଥିଲେ ଜଣେ ଠିକା କର୍ମଚାରୀ , ଆଉ ଏହି ଅଭିଶପ୍ତ ଜୀବନ ହିଁ ତାଙ୍କ ମୃତ୍ୟୁ ର କାରଣ ହୋଇଥିଲା। ଓଡ଼ିଶାର ଚାରୋଟି ବିତରଣ ସଂସ୍ଥା କୁ ଟାଟା ପାୱାର ନେବା ପରେ ଟାଟା ପାୱାର ର ଓଡ଼ିଶା ଦାୟିତ୍ୱରେ ଥିବା ଅଧିକାରୀମାନେ ଆଉ ଇନ୍ଦ୍ର ଚନ୍ଦ୍ର ମାନିବା କୁ ପ୍ରସ୍ତୁତ ନୁହେଁ। ସେ ବ୍ରହ୍ମପୁର ହେଉ କି ବାଲେଶ୍ଵର କର୍ମଚାରୀ ମାନେ ମାସ ମାସ ଧରି ଆନ୍ଦୋଳନ ଚଳାଇଥିବା ବେଳେ ଟାଟା ପାୱାର ନିଦାବିଷ୍ଣୁ ପାଲଟି ଯାଇଛି। ଟାଟା ପାୱାର କତ୍ତୃପକ୍...

କେତେ ଦିନ ଶୋଷଣ ର ଶିକାର ହେବେ ଅସ୍ଥାୟୀ କର୍ମଚାରୀ ?

 ଓଡ଼ିଶା ବିଦ୍ୟୁତ୍ ବିଭାଗରେ ଶକ୍ତି କର୍ମଚାରୀ ସଂଘ ତିଆରି ହେବା ପୂର୍ବରୁ ଅନେକ ଶ୍ରମିକ ସଙ୍ଗଠନ ସୃଷ୍ଟି ହୋଇଥିଲେ ବି ସେମାନେ କେବେବି ନେସ୍କୋରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକ ମାନଙ୍କର କଲ୍ୟାଣ ଚାହିଁନାହାନ୍ତି କି ସେମାନଙ୍କୁ ସଂଘର ସଦସ୍ୟତା  ଭାବରେ ଗ୍ରହଣ ମଧ୍ୟ କରିନଥିଲେ  ୤ ପରନ୍ତୁ ଶହ ଶହ ଠିକା ଶ୍ରମିକ ମାନଙ୍କ ପାଖରୁ ଅର୍ଥ ଶୋଷଣ କରି ତାଙ୍କୁ କାର୍ଯ୍ୟରେ ସ୍ଥାୟୀ ନିଯୁକ୍ତି କରିଦେବେ କହି ଅର୍ଥ ଆତ୍ମସାତ କରିଛନ୍ତି ୤   ୤ ଦୀର୍ଘ ବର୍ଷ ଧରି ଶ୍ରମିକ ମାନେ ନାଳ ନର୍ଦ୍ଦମା କଡରେ ପଡି ନିଜର ଅଧିକାର ଭିକ୍ଷା କରୁଥିବା ବେଳେ କେତେକ ଶ୍ରମିକ ବିରୋଧି ନେତା ଓ ଭ୍ରଷ୍ଟାଚାରୀ ଅଫିସର୍  ଶ୍ରମିକ ମାନଙ୍କୁ ତାଙ୍କର ନ୍ୟାୟରୁ ବଞ୍ଚିତ କରିଚାଲିଥିବା ସ୍ଥଳେ ଶକ୍ତି  ସଂଘ କ୍ରମାଗତ ଭାବେ ସଂଗ୍ରାମ ଜାରି ରଖି  ଧୈର୍ଯ୍ୟର ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରି   ଅନେକ ଆଇ.ଟି.ଆଇ ତାଲିମ ପ୍ରାପ୍ତ ଠିକା କର୍ମଚାରୀ  ମାନଙ୍କୁ ସ୍ଥାୟୀ ନିଯୁକ୍ତି କରାଇ ପାରିଥିଲା ୤ ଛୋଟେଇ ହୋଇଥିବା ଅନେକ ଶିକ୍ଷିତ ଯୁବକ କର୍ମରେ ନିଯୁକ୍ତ ହୋଇ ତାଙ୍କ ପରିବାର ମୁହଁ ରେ ହସ ଫୁଟାଇ ପାରିଥିଲେ । ରିଲାଏନ୍ସ କଂପାନୀ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା କିଛି ଠିକା କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେଇଥିବା ସ୍ଥଳେ ବକେୟା ରହିଥିବା ବହୁସଂଖ୍ୟକ ଅସ୍ଥାୟୀ ଠିକା ଶ୍ରମି...

" ଶ୍ରଦ୍ଧାଞ୍ଜଳି "

  ମାଧବ ନୀଉଜ  : nesco shakti karmachari sangha general secretary passed Away at Balasore - 17/03/2020

ନେସ୍କୋ କର୍ତ୍ତୃପକ୍ଷଙ୍କ ଅବହେଳା ବିରୋଧରେ ବୈଠକ

ବାଲେଶ୍ୱର,୧୦/୫(ସ.ପ୍ର) -ବିଦ୍ୟୁତ୍ ବଣ୍ଟନ ଦାୟିତ୍ୱରେ ଥିବା ନେସ୍କୋ କର୍ତ୍ତୃପକ୍ଷ ବାଲେଶ୍ୱର ଜିଲ୍ଲାରେ ବିଦ୍ୟୁତ୍ ଗ୍ରାହକଙ୍କୁ ସେବା ଯୋଗାଇବାରେ ଲଗାତର ଅବହେଳା କରୁଥିବା ସଂପର୍କରେ ସିଭିଲ ସୋସାଇଟି ତରଫରୁ ଗଭିର ଉଦବେଗ ପ୍ରକାଶ ପାଇଛି ୤ ବରିଷ୍ଠ ନାଗରିକ ମଞ୍ଛର ସାଧାରଣ ସମ୍ପାଦକ ଲକ୍ଷ୍ମିଧର ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ବିଦ୍ୟୁତ ଗ୍ରାହକଙ୍କୁ ସଂଗଠିତ କରି ଜନଆନ୍ଦୋଳନ କରିବାକୁ ଏହି ବୈଠକରେ ନିଷ୍ପତି ନିଆଯାଇଛି ୤ ସୋସାଇଟିର ଆବାହକ ମୋନଜ ନାୟକ ତାଙ୍କ ବକ୍ତବ୍ୟରେ ଅଘୋସିତ ବିଦ୍ୟୁତ କାଟ ଓ ବିଦ୍ୟୁତ ବିଲ୍ ପ୍ରଦାନରେ ଏକ ମାସ ବିଳମ୍ବ ହେଲେ ୧୫୦ଟଙ୍କା ଜରିମାନା , ଲୋ-ଭଲଟେଜ ଦାରିଦ୍ର ସିମାରେଖା ତଳେ ଥିବା ପରିବାରଙ୍କୁ ବିଦ୍ୟୁତ୍ ଯୋଗାଣ ପ୍ରଭୃତି କାର୍ଯ୍ୟରେ ନେସ୍କୋ କର୍ତ୍ତୃପକ୍ଷଙ୍କ ଚରମ ଅଭହେଳା ଯୋଗୁ ଗ୍ରାହକ ମାନେ ହତ ସନ୍ତ ହେଉଛନ୍ତି ୤ ବିଦ୍ୟୁତ୍ ଶକ୍ତି ପରିବହନ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତିର ଅଭାବ ସମସ୍ୟାକୁ ଅଧିକ ଜଟିଳ କରିଛି ୤ ବିଦ୍ୟୁତ୍ ସେବା ଯୋଗାଇବାରେ ଶ୍ରମିକଙ୍କ ଅଭାବ ଓ ସ୍ଥାୟୀ କାମରେ ଠିକା ଶ୍ରମିକ ନିଜୁକ୍ତି ବ୍ୟବସ୍ଥା ଯୋଗୁ ଗ୍ରାହକ ମାନେ ଉପଯୁକ୍ତ ସେବା ପାଇପାରୁନାହାନ୍ତି ୤ ଏ ସମସ୍ତ ଅଭିଯୋଗ ସମ୍ପର୍କରେ ତୁରନ୍ତ ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ୤ ବିଦ୍ୟୁତ ଗ୍ରାହକଙ୍କୁ ସଚେତନ କରିବା ପାଇଁ ଏକ ପ୍ର...

ବିଦ୍ୟୁତ କର୍ମଚାରୀଙ୍କ ଦରମା ବଢିଲା

ବାଲେଶ୍ୱର,୨୫/୧୦(ବ୍ୟୁରୋ) :- ନେସ୍କୋ ଶକ୍ତି କର୍ମଚାରୀ ସଂଘ ଓ ନିଖିଳ ଓଡିଶା ବିଦ୍ୟୁତ ମଜଦୂର ମହାସଂଘ ର ଦାବିକୁ ନେଇ ବିଧାନସଭା ସମ୍ମୁଖରେ ହୋଇଥିବା ବିକ୍ଷୋଭ ଓ ଗଣ ଧାରଣା ପରେ ପ୍ରଦାନ କରାଯାଇଥିବା ଏକ ସ୍ମାରକ ପତ୍ର କୁ ସରକାର ବିଚାର କରି ବିଦ୍ୟୁତ କର୍ମଚାରୀ ଙ୍କ ଦରମା କୁ ୨୦୧୦ ଏପ୍ରିଲ ପହିଲାରୁ ବୃଦ୍ଧି କରିବାକୁ ନିଷ୍ପତି ନେଇଛନ୍ତି ୤ ନେସ୍କୋ ଶକ୍ତି କର୍ମଚାରୀ ସଂଘ ଓ ନିଖିଳ ଓଡିଶା ବିଦ୍ୟୁତ ମଜଦୂର ମହାସଂଘ ପକ୍ଷରୁ ସରକାର,ଗ୍ରୀଡକୋ ତଥା ଓପିଟିସିଏଲ କର୍ତ୍ତୃପକ୍ଷଙ୍କୁ ଏଥିପାଇଁ ସାଧୁବାଦ ଜ୍ଞାପନ କରାଯାଇଛି   ୤ ସମାଜ,୨୬/୧୦/୨୦୧୩

ବିଦ୍ୟୁତ ସରବରାହ ରେ ଉନ୍ନତି ରାଜ୍ୟ ପାଇଁ ଚ୍ୟାଲେଞ୍ଜ୍‌

ସମାଜ,୨୬/୧୦୨୦୧୩ ଭୁବନେଶ୍ୱର,୨୫/୧୦(ଇମିସି):- ଓଡିଶା ରେ ଶକ୍ତି ସଂସ୍କାର ଯୋଗୁଁ ବିଦ୍ୟୁତ ବବସ୍ଥାର ବ୍ୟାପକ ପରିବର୍ତ୍ତନ ଆସିଛି ୤ ବିଦ୍ୟୁତ ଉତ୍ପାଦନ କ୍ଷମତା ମଧ୍ୟ ବୃଦ୍ଧି ପାଇଛି ୤ ତେବେ ବିଦ୍ୟୁତ ସରବରାହ ରେ କାର୍ଯ୍ୟଦକ୍ଷତା ବୃଦ୍ଧି ସରକାର ଏକ ଆହ୍ୱାନ ଭାବେ ଗ୍ରହଣ କରିଛନ୍ତି ୤ କାର୍ଯ୍ୟ ଦକ୍ଷତା ବୃଦ୍ଧି ଦ୍ୱାରା ବିଦ୍ୟୁତ ସେବାର ମାନ ବୃଦ୍ଧି ପାଇଁ ରାଜ୍ୟର ଉଦ୍ୟମ ଜାରି ରଖିଥିବା ଶକ୍ତି ମନ୍ତ୍ରୀ ଅରୁଣ ସାହୁ ପ୍ରକାଶ କରିଛନ୍ତି ୤ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ଚାମ୍ବର (ଫିକି) ପକ୍ଷରୁ ଆୟୋଯିତ ଶକ୍ତି କ୍ଷେତ୍ର ସଂପର୍କିତ ଏକ ଆଲୋଚନା ଚକ୍ର କୁ ଉଦଘାଟନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ସାହୁ ଏହା ପ୍ରକାଶ କରିଛନ୍ତି ୤ ଆସନ୍ତା କିଛି ବର୍ଷ ମଧ୍ୟରେ ରାଜ୍ୟରେ ପ୍ରସ୍ତାବିତ ବିଭିନ୍ନ କମ୍ପାନୀଙ୍କ ଦ୍ୱାରା ସ୍ୱାଧୀନ ଶକ୍ତି ପ୍ରକଳ୍ପ (ଆଇପିପି) ଗୁଡିକ କାର୍ଯ୍ୟକ୍ଷେମ ହେବାଦ୍ୱାରା ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ବୃଦ୍ଧି ପାଇବାରେ ଆଶା ରହିଛି ୤ ସେହିପରି ଜଳ ବିଦ୍ୟୁତ କ୍ଷେତ୍ରରୁ ଉତ୍ପାଦନ ବୃଦ୍ଧି ପାଇଁ ମଧ୍ୟ ସରକାର ଉଦ୍ୟମ ଜାରିରଖିଥିବା ସେ ପ୍ରକାଶ କରିଛନ୍ତି ୤ ଏକ ଦଶନ୍ଧୀ ପୂର୍ବରୁ ଶକ୍ତି ସଂକଟ ଦେଇ ଗତି କରୁଥିବା ଓଡିଶାରେ ଶକ୍ତି ସଂସ୍କାର ପରବର୍ତ୍ତୀ ସମୟରେ ବହୁ ପରିବର୍ତ୍ତନ ହୋଇଛି ଏବଂ ପୁଣିଥରେ ରାଜ୍ୟ ବିଦ୍ୟୁତ ଉତ୍ପାଦନରେ ଦେଶର ଏକ ମୁଖ୍ୟ କେନ୍ଦ୍ର ହେବା ଆଶା କରାଯାଉଥିବା ଶକ୍ତି ସଚିବ ପି...

“ବିଦ୍ୟୁତ୍‌ କର୍ମଚାରୀଙ୍କ ବର୍ଦ୍ଧିତ ଦରମା ପାଇଁ ସବୁଜ ସଙ୍କେତ”

ବର୍ଦ୍ଧିତ ଦରମା ପାଇଁ ନେସ୍କୋ ଶକ୍ତି କର୍ମଚାରୀ ସଂଘ   ଓ ନିଖିଳ ଓଡିଶା ବିଦ୍ୟୁତ ମଜଦୂର ମହାସଂଘ ଗତ ଅଗଷ୍ଟ ୨୨ ତାରିଖରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିବା ସହ ଗଣ ଧାରଣା ଦେଇଥିଲେ ୤ ଏହାପରେ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା ୤ ଏହି ପରିପ୍ରେକ୍ଷିରେ ବିଦ୍ୟୁତ୍‌ କର୍ମଚାରୀ ମାନଙ୍କ   ବର୍ଦ୍ଧିତ ଦରମା ୧/୪/୨୦୧୦ ଠାରୁ ଲାଗୁ ହୋଇଥିବା ଜଣାପଡିଛି ୤ ଅନ୍ୟ ପକ୍ଷରେ ଅସ୍ଥାୟୀ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଓ କର୍ମଚାରୀ ମାନଙ୍କ ବର୍ଦ୍ଧିତ ଦରମା ୧/୪/୨୦୧୦ ରିଖ ଠାରୁ ତୁରନ୍ତ ପ୍ରଦାନ କରିବା   ପାଇଁ ମହାସଂଘର ମହାସଚିବ ପ୍ରଭାକର ଦାସ ଓ ଶକ୍ତି କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ନିରଞ୍ଜନ ପଢିଆରୀ ଦାବି କରିଥିଲେ ୤                        ଧରିତ୍ରୀ,୨୫/୧୦/୨୦୧୩

NESCO SHAKTI KARMACHARI SANGHA: ଗଞ୍ଜାମ ଅନ୍ଧାରରେ ରହିବ

NESCO SHAKTI KARMACHARI SANGHA: ଗଞ୍ଜାମ ଅନ୍ଧାରରେ ରହିବ : ଭୁବନେଶ୍ୱର, ୧୫/୧୦(ଇମିସି):- ନିକଟ ଭବିଷ୍ୟତରେ ସମଗ୍ର ଗଞ୍ଜାମ ଜିଲ୍ଲାକୁ ବିଦ୍ୟୁତ ସଂଯୋଗ ସମ୍ଭାବନା ନାହିଁ ୤ ଏ ଜିଲ୍ଲା ବାସୀ ଅନିର୍ଦିଷ୍ଟ କାଳ ପାଇଁ ଅନ୍ଧା...

Organizing a Blood Donation Camp: A Step Towards Saving Lives

  Organizing a Blood Donation Camp: A Step Towards Saving Lives Blood donation is a noble cause that has the power to save millions of lives. Organizing a blood donation camp is an effective way to encourage people to contribute to this life-saving initiative. A well-planned camp can provide hospitals and blood banks with a steady supply of blood for patients in need. Importance of Blood Donation Blood is essential for medical emergencies such as surgeries, accidents, and treatments for conditions like anemia, cancer, and thalassemia. However, many hospitals often face shortages, making voluntary blood donation crucial. A single donation can save up to three lives, making every donor a hero. A blood donation camp is a meaningful initiative that strengthens the community and promotes a culture of giving. With proper planning and execution, such events can make a significant impact, ensuring that those in need receive timely medical support. If you have the opportunity to organize or...