ଓଡ଼ିଶା ବିଦ୍ୟୁତ୍ ବିଭାଗରେ ଶକ୍ତି କର୍ମଚାରୀ ସଂଘ ତିଆରି ହେବା ପୂର୍ବରୁ ଅନେକ ଶ୍ରମିକ ସଙ୍ଗଠନ ସୃଷ୍ଟି ହୋଇଥିଲେ ବି ସେମାନେ କେବେବି ନେସ୍କୋରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକ ମାନଙ୍କର କଲ୍ୟାଣ ଚାହିଁନାହାନ୍ତି କି ସେମାନଙ୍କୁ ସଂଘର ସଦସ୍ୟତା ଭାବରେ ଗ୍ରହଣ ମଧ୍ୟ କରିନଥିଲେ ପରନ୍ତୁ ଶହ ଶହ ଠିକା ଶ୍ରମିକ ମାନଙ୍କ ପାଖରୁ ଅର୍ଥ ଶୋଷଣ କରି ତାଙ୍କୁ କାର୍ଯ୍ୟରେ ସ୍ଥାୟୀ ନିଯୁକ୍ତି କରିଦେବେ କହି ଅର୍ଥ ଆତ୍ମସାତ କରିଛନ୍ତି ଦୀର୍ଘ ବର୍ଷ ଧରି ଶ୍ରମିକ ମାନେ ନାଳ ନର୍ଦ୍ଦମା କଡରେ ପଡି ନିଜର ଅଧିକାର ଭିକ୍ଷା କରୁଥିବା ବେଳେ କେତେକ ଶ୍ରମିକ ବିରୋଧି ନେତା ଓ ଭ୍ରଷ୍ଟାଚାରୀ ଅଫିସର୍ ଶ୍ରମିକ ମାନଙ୍କୁ ତାଙ୍କର ନ୍ୟାୟରୁ ବଞ୍ଚିତ କରିଚାଲିଥିବା ସ୍ଥଳେ ଶକ୍ତି ସଂଘ କ୍ରମାଗତ ଭାବେ ସଂଗ୍ରାମ ଜାରି ରଖି ଧୈର୍ଯ୍ୟର ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରି ଅନେକ ଆଇ.ଟି.ଆଇ ତାଲିମ ପ୍ରାପ୍ତ ଠିକା କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି କରାଇ ପାରିଥିଲା ଛୋଟେଇ ହୋଇଥିବା ଅନେକ ଶିକ୍ଷିତ ଯୁବକ କର୍ମରେ ନିଯୁକ୍ତ ହୋଇ ତାଙ୍କ ପରିବାର ମୁହଁ ରେ ହସ ଫୁଟାଇ ପାରିଥିଲେ । ରିଲାଏନ୍ସ କଂପାନୀ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା କିଛି ଠିକା କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେଇଥିବା ସ୍ଥଳେ ବକେୟା ରହିଥିବା ବହୁସଂଖ୍ୟକ ଅସ୍ଥାୟୀ ଠିକା ଶ୍ରମିକ ମାନଙ୍କୁ ସ୍ଥାୟୀ ନିଯୁକ୍ତିର ପ୍ରତିଶ୍ରୁତି ଦେଇ ଟାଟା ପାୱାର ସେମାନଙ୍କ ପ୍ରତି ଟାଳଟୁଳ ନୀତି ଅବଲମ୍ବନ କରୁ ଥିବା ହେତୁ ଅକ୍ଟୋବର ମାସ 2021 ଠାରୁ 70 ଦିନରୁ ଉର୍ଦ୍ଧ୍ବ ହେବ ଦିନ ରାତି ଶିତ କାକରରେ ଧାରଣା ରେ ବସିଥିବା ସ୍ଥଳେ କିଛି ଅସାଧୁ ଦଲାଲ୍ ନେତା ଓ ଅସାଧୁ କର୍ମଚାରୀ ମିଶି ଟାଟା ପାୱାର ନୂତନ କରି ଦେଇଥିବା ଅସ୍ଥାୟୀ ଶ୍ରମିକ ମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ବିନାସିକୃତିପ୍ରାପ୍ତ ସଂଗଠନ ରେ ସଦସ୍ୟ କରାଉଛନ୍ତି ।ତେଣୁ ଆଜିର ଶ୍ରମିକ ମାନେ ଠିକ ଜିନିଷ ବୁଝି ବିଚାରି କାମ କରିବା ଦରକାର । ବୁଝି ବିଚାରି କାର୍ଯ୍ୟ କଲେ ନିଶ୍ଚିତ ଭାବରେ ସମସ୍ତ ଶ୍ରମିକ ମାନଙ୍କ ମୁଖରେ ହସ ଫୁଟି ପାରିବ ।ଶକ୍ତି କର୍ମଚାରୀ ସଂଘ ସମସ୍ତ ଶ୍ରମିକ,କର୍ମଚାରୀ ମାନଙ୍କ ର ସମସ୍ୟା କୁ ନେଇ ସଦା ସର୍ବଦା ବିଦ୍ୟୁତ୍ କତୃପକ୍ଷ ଙ୍କ ଦୃଷ୍ଟିଗୋଚର କରିବା ସଙ୍ଗେ ସଙ୍ଗେ ତାର ନ୍ୟାଯ୍ୟ ଦାବି ପାଇଁ ସଂଗ୍ରାମ ଜାରି ରଖିଛି ଏବଂ ରଖିବ ମଧ୍ୟ ।