Skip to main content

Posts

Showing posts with the label ନେସ୍କୋ ବିଷୟରେ

Happy 76th Republic Day

"Freedom in mind, faith in words, pride in our hearts, and memories in our souls. Let us celebrate the spirit of a united and proud India. Happy 76th Republic Day!"  

ମିଳିଲା କ୍ଷତିପୂରଣ.....

ଶେଷରେ ମିଳିଲା କ୍ଷତିପୂରଣ, ପରିବାରର ଜଣକୁ ଚାକିରୀ ଏବଂ ଅନୁକମ୍ପା ରାଶି ଟଙ୍କା ୩,୫୦,୦୦୦.୦୦ ________

ମୃତ କର୍ମଚାରୀ ପରିବାର କୁ କ୍ଷତିପୂରଣ ଦେବାକୁ ରାଜିହେଲା TPNODL ......

  ମୃତ କର୍ମଚାରୀ ପରିବାର କୁ କ୍ଷତିପୂରଣ ଦେବାକୁ ରାଜିହେଲା TPNODL କର୍ତୁପକ୍ଷ

ସଂଘର ହସ୍ତକ୍ଷେପ ପରେ ମିଳିଲା କ୍ଷତିପୂରଣ ରାଶି ମୃତକର ପରିବାରକୁ

 ଗତ ତା 09/06/2024 ରିଖ ରବିବାର ଉଦଳା ବିଦ୍ୟୁତ୍ ଡିଭିଜନ ଅଧୀନସ୍ଥ ଉଦଳା ସେକ୍ସନ୍ ଅଧୀନରେ ପୋଡାଡିହା ଭଣ୍ଡାରିପାଳ ଠାରେ 11kv ବିଦ୍ୟୁତ୍  ସରବରାହ ମରାମତି କରିବା ସମୟରେ ଜଣେ ହେଲପର ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଛନ୍ତି।  ପ୍ରକାଶ ଥାଉକି ଶ୍ରୀ ରଞ୍ଜିତ ବେହେରା ଦୀର୍ଘ ଏକ ବର୍ଷ ଧରି ଉଦଳା ସେକ୍ସନ୍ ରେ ହେଲପର ଭାବେ ଆକାଂକ୍ଷା ପାୱାର  (ଏଜେନ୍ସି) ଅଧୀନରେ କାର୍ୟ କରିଆସୁଥିଲା ଗତ ରବିବାର ଦିନ ପୋଡାଡିହା 11kv ଫିଡର ରେ ବିଦ୍ୟୁତ୍ ମରାମତି କାର୍ଯ୍ୟ କରିବା ସମୟରେ ବିଦ୍ୟୁତ୍ ଆଘାତରେ ଅଚେତ୍ ହୋଇ ତଳେ ପଡିଯିବାରୁ ସଙ୍ଗେ ସଙ୍ଗେ ଗ୍ରାମବାସୀ ଓ ସହଯୋଗୀ କର୍ମଚାରୀ ଙ୍କ ସହାୟତାରେ ଉଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ  ଭର୍ତି କରାଯାଇଥିଲା।  ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷାଣ କରିଥିଲେ। ଯାହା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ  ଉତେଜନା ଦେଖାଯାଇଥିଲା।  ଉତ୍ୟକ୍ତ ଗ୍ରାମବାସୀ ମାନେ ଉଦଳା ଥାନାରେ ଏକ ଲିଖିତ ଅଭିଯୋଗ ଦେବା ସଙ୍ଗେ ସଙ୍ଗେ  ନ୍ୟାୟ ପାଇଁ ଦାବୀ କରି ବସିଥିଲେ | ମୃତକ ଙ୍କ ପରିବାର,ଥାନା ଅଧିକାରୀ,ଶକ୍ତି କର୍ମଚାରୀ ସଙ୍ଘ ଏବଂ ବିଜେପି ଯୁବ ମୋର୍ଚ୍ଚା ର ହସ୍ତକ୍ଷେପ ପରେ ଉଦଳା ଡିଭିଜନ ର ନିର୍ବାହୀ ଯନ୍ତ୍ରୀ ଥାନା ରେ ପହଂଚି ଉପସ୍ଥିତ ଲୋକ ଙ୍କୁ ବୁଝାସୁଝା କରିବା ସହ ଆକାଂକ୍ଷା ଏଜେନ୍ସି ର ପ୍ରୋଜେକ୍ଟ ହେଡ଼ ସୁଶୀଲ ସାମଲ ଙ୍କ ସହ ଆଲୋଚନ...

ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ........

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ

Three Month On, Protest By NESCO Employees Continues Against TATA Power

More than 700 employees of the erstwhile power distribution company, NESCO which has now been acquired by the TATA Power, continue protest for over a month demanding regularisation of their jobs .The protest by more than 700 employees of the erstwhile power distribution company, NESCO which has now been acquired by the TATA Power, continues unabated for over a month demanding regularisation of their jobs. The protest by more than 700 employees of the erstwhile power distribution company, NESCO which has now been acquired by the TATA Power, continues unabated for over a month demanding regularisation of their jobs.They have been sitting on dharna in front of the Head office at Balasore since Three month.The protesters alleged that TATA Power has been harassing the contractual employees by not regularising their jobs as per the agreement. Instead, it recruited new employees under its pay role before making jobs of the existing contractual employees as regular. It is pertinent to mention ...

କେତେ ଦିନ ଶୋଷଣ ର ଶିକାର ହେବେ ଅସ୍ଥାୟୀ କର୍ମଚାରୀ ?

 ଓଡ଼ିଶା ବିଦ୍ୟୁତ୍ ବିଭାଗରେ ଶକ୍ତି କର୍ମଚାରୀ ସଂଘ ତିଆରି ହେବା ପୂର୍ବରୁ ଅନେକ ଶ୍ରମିକ ସଙ୍ଗଠନ ସୃଷ୍ଟି ହୋଇଥିଲେ ବି ସେମାନେ କେବେବି ନେସ୍କୋରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକ ମାନଙ୍କର କଲ୍ୟାଣ ଚାହିଁନାହାନ୍ତି କି ସେମାନଙ୍କୁ ସଂଘର ସଦସ୍ୟତା  ଭାବରେ ଗ୍ରହଣ ମଧ୍ୟ କରିନଥିଲେ  ୤ ପରନ୍ତୁ ଶହ ଶହ ଠିକା ଶ୍ରମିକ ମାନଙ୍କ ପାଖରୁ ଅର୍ଥ ଶୋଷଣ କରି ତାଙ୍କୁ କାର୍ଯ୍ୟରେ ସ୍ଥାୟୀ ନିଯୁକ୍ତି କରିଦେବେ କହି ଅର୍ଥ ଆତ୍ମସାତ କରିଛନ୍ତି ୤   ୤ ଦୀର୍ଘ ବର୍ଷ ଧରି ଶ୍ରମିକ ମାନେ ନାଳ ନର୍ଦ୍ଦମା କଡରେ ପଡି ନିଜର ଅଧିକାର ଭିକ୍ଷା କରୁଥିବା ବେଳେ କେତେକ ଶ୍ରମିକ ବିରୋଧି ନେତା ଓ ଭ୍ରଷ୍ଟାଚାରୀ ଅଫିସର୍  ଶ୍ରମିକ ମାନଙ୍କୁ ତାଙ୍କର ନ୍ୟାୟରୁ ବଞ୍ଚିତ କରିଚାଲିଥିବା ସ୍ଥଳେ ଶକ୍ତି  ସଂଘ କ୍ରମାଗତ ଭାବେ ସଂଗ୍ରାମ ଜାରି ରଖି  ଧୈର୍ଯ୍ୟର ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରି   ଅନେକ ଆଇ.ଟି.ଆଇ ତାଲିମ ପ୍ରାପ୍ତ ଠିକା କର୍ମଚାରୀ  ମାନଙ୍କୁ ସ୍ଥାୟୀ ନିଯୁକ୍ତି କରାଇ ପାରିଥିଲା ୤ ଛୋଟେଇ ହୋଇଥିବା ଅନେକ ଶିକ୍ଷିତ ଯୁବକ କର୍ମରେ ନିଯୁକ୍ତ ହୋଇ ତାଙ୍କ ପରିବାର ମୁହଁ ରେ ହସ ଫୁଟାଇ ପାରିଥିଲେ । ରିଲାଏନ୍ସ କଂପାନୀ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା କିଛି ଠିକା କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେଇଥିବା ସ୍ଥଳେ ବକେୟା ରହିଥିବା ବହୁସଂଖ୍ୟକ ଅସ୍ଥାୟୀ ଠିକା ଶ୍ରମି...

" ଶ୍ରଦ୍ଧାଞ୍ଜଳି "

  ମାଧବ ନୀଉଜ  : nesco shakti karmachari sangha general secretary passed Away at Balasore - 17/03/2020

ନେସ୍କୋ କର୍ତ୍ତୃପକ୍ଷଙ୍କ ଅବହେଳା ବିରୋଧରେ ବୈଠକ

ବାଲେଶ୍ୱର,୧୦/୫(ସ.ପ୍ର) -ବିଦ୍ୟୁତ୍ ବଣ୍ଟନ ଦାୟିତ୍ୱରେ ଥିବା ନେସ୍କୋ କର୍ତ୍ତୃପକ୍ଷ ବାଲେଶ୍ୱର ଜିଲ୍ଲାରେ ବିଦ୍ୟୁତ୍ ଗ୍ରାହକଙ୍କୁ ସେବା ଯୋଗାଇବାରେ ଲଗାତର ଅବହେଳା କରୁଥିବା ସଂପର୍କରେ ସିଭିଲ ସୋସାଇଟି ତରଫରୁ ଗଭିର ଉଦବେଗ ପ୍ରକାଶ ପାଇଛି ୤ ବରିଷ୍ଠ ନାଗରିକ ମଞ୍ଛର ସାଧାରଣ ସମ୍ପାଦକ ଲକ୍ଷ୍ମିଧର ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ବିଦ୍ୟୁତ ଗ୍ରାହକଙ୍କୁ ସଂଗଠିତ କରି ଜନଆନ୍ଦୋଳନ କରିବାକୁ ଏହି ବୈଠକରେ ନିଷ୍ପତି ନିଆଯାଇଛି ୤ ସୋସାଇଟିର ଆବାହକ ମୋନଜ ନାୟକ ତାଙ୍କ ବକ୍ତବ୍ୟରେ ଅଘୋସିତ ବିଦ୍ୟୁତ କାଟ ଓ ବିଦ୍ୟୁତ ବିଲ୍ ପ୍ରଦାନରେ ଏକ ମାସ ବିଳମ୍ବ ହେଲେ ୧୫୦ଟଙ୍କା ଜରିମାନା , ଲୋ-ଭଲଟେଜ ଦାରିଦ୍ର ସିମାରେଖା ତଳେ ଥିବା ପରିବାରଙ୍କୁ ବିଦ୍ୟୁତ୍ ଯୋଗାଣ ପ୍ରଭୃତି କାର୍ଯ୍ୟରେ ନେସ୍କୋ କର୍ତ୍ତୃପକ୍ଷଙ୍କ ଚରମ ଅଭହେଳା ଯୋଗୁ ଗ୍ରାହକ ମାନେ ହତ ସନ୍ତ ହେଉଛନ୍ତି ୤ ବିଦ୍ୟୁତ୍ ଶକ୍ତି ପରିବହନ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତିର ଅଭାବ ସମସ୍ୟାକୁ ଅଧିକ ଜଟିଳ କରିଛି ୤ ବିଦ୍ୟୁତ୍ ସେବା ଯୋଗାଇବାରେ ଶ୍ରମିକଙ୍କ ଅଭାବ ଓ ସ୍ଥାୟୀ କାମରେ ଠିକା ଶ୍ରମିକ ନିଜୁକ୍ତି ବ୍ୟବସ୍ଥା ଯୋଗୁ ଗ୍ରାହକ ମାନେ ଉପଯୁକ୍ତ ସେବା ପାଇପାରୁନାହାନ୍ତି ୤ ଏ ସମସ୍ତ ଅଭିଯୋଗ ସମ୍ପର୍କରେ ତୁରନ୍ତ ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ୤ ବିଦ୍ୟୁତ ଗ୍ରାହକଙ୍କୁ ସଚେତନ କରିବା ପାଇଁ ଏକ ପ୍ର...

Nesco Slaps over Rs 3 Crore Penalty on Tata Steel

The North Eastern Electricity Supply Company of Odisha (Nesco) has slapped a penalty of over Rs 3 crore on the Tata Steel for the power consumed by the people staying in Gobarghati colony in Kalinga Nagar. The enforcement wing of Nesco, Jajpur Road division, led by its Executive Engineer Ananta Narayan Bisoi detected over 110 cases of power theft. Most of them are displaced by the Tata Steel and are residing in Gobarghati colony. “The displaced families have been using power without legal connection for the last eight years. After detection of the power theft, we installed a metre there and calculated the quantum of their illegal use for 10 consecutive days. Basing on that calculation, we have imposed a fine to the tune of Rs 3.31 crore on the Tata Steel asking to pay by month-end,” said Bisoi. He said they have not disconnected the unauthorised power supply to the displaced families who have been using it fraudulently in the hope that the private steel c...

ନେସ୍କୋ ରେ ଫ୍ରାଞ୍ଚାଇଜ୍ ବ୍ୟବସ୍ଥାକୁ ବିରୋଧ

ଓଡିଶା ରାଜ୍ୟ ବିଦ୍ୟୁତ୍ ବୋର୍ଡ ଘରୋଇ କରଣ ( ରିଲାଏନ୍ସ  କମ୍ପାନୀ ) ହାତକୁ ଗଲାପରେ ବିଦ୍ୟୁତ୍  ଗ୍ରାହକ , ଶ୍ରମିକ/କର୍ମଚାରୀ ମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି  ୤ ସଂପୃକ୍ତ କମ୍ପାନୀ ନିଜର ଫାଇଦା ହାସଲ ପାଇଁ ଗ୍ରାହକ ଏବଂ ବିଦ୍ୟୁତ ବିଭାଗ ଶ୍ରମିକ/କର୍ମଚାରୀ ମାନଙ୍କ ସୁବିଧା ସୁଯୋଗ କୁ ଉପେକ୍ଷା କରି ଗ୍ରାହକ ତଥା କର୍ମଚାରୀ ମାରଣ ନୀତି ଆପଣେଇ ନେଇଛି ୤ କମ୍ପାନୀ ର ଏ ପ୍ରକାର ନୀତି କୁ ଘୋର ବିରୋଧ କରି ଶକ୍ତି କର୍ମଚାରୀ ସଂଘ ଗତ ୧୧/୧୨/୨୦୧୩ ରିଖ ଠାରୁ ଅଦ୍ୟାବଧି ବିଭିନ୍ନ ଦାବି ପୁରଣ ଉଦ୍ଦେଶ୍ୟରେ ନେସ୍କୋ ମୂଖ୍ୟ କାର୍ଯ୍ୟାଳୟ ବାଲେଶ୍ୱର ଠାରେ ଦିବା ରାତ୍ର ଧାରଣା ଚାଲୁ ରଖିଛି ୤ ରିଲାଏନ୍ସ କମ୍ପାନୀ ଗ୍ରାହକ ମାରଣ ନୀତି ଗ୍ରହଣ କରି ମାସିକ ବିଲ ସଠିକ ସମୟରେ ପୈଠ ନକଲେ ୧୫୦ ଟଙ୍କା ଜୋରିମାନା ଆଦାୟ , ପୂର୍ବ ସୂଚନା ନଥାଇ ବିଦ୍ୟୁତ କାଟ  , ତୃଟିପୂର୍ଣ୍ଣ ବିଦ୍ୟୁତ ବିଲ ପ୍ରଦାନ କରି ଗାହକଙ୍କୁ ହଇରାଣ କରିବା , ନୂତନ ବିଦ୍ୟୁତ୍ ସଂଯୋଗ ପାଇଁ ଅହେତୁକ ବିଳମ୍ବ , ଠିକାଦାର ମାନଙ୍କ ଦ୍ୱାରା ନିମ୍ନ ମାନର ବିଦ୍ୟୁତ କାର୍ଯ୍ୟ କରାଇ ଠିକା ଶ୍ରମିକ ମାନଙ୍କୁ ମାସ ମାସ ଧରି ମଜୂରୀ ପାଉଣା ନଦେଇ ଠିକାଦାର ମାନେ ରାତା ରାତି ଅନ୍ତର୍ଦ୍ଧ୍ୟାନ ହେବା ବିଷୟ ଆଗରୁ ଅନେକ ନଜିର ରହିଛି ୤ ଆଗାମି ଦିନରେ ଏହାର କୁପରିଣାମ ଗ୍ରାହକ ତଥା ଶ୍ରମିକ/କର୍ମଚାରୀ ଆହୁରି ଅଧିକ ...

STOP OF FRANCHISE SYSTEM IN NESCO

A Lot of contractual workers are working in NESCO to satisfy the need of Electricity . There is no satisfactory provision to make them permanent . Mean while the Department is offering priority to franchise and franchise is also making appointment hundreds and hundreds worker without Measuring of Their future . Though there is rule to appoint permanent staff in place of vacancy , which is being ignored by Department .

ବିଦ୍ୟୁତ କର୍ମଚାରୀଙ୍କ ଦରମା ବଢିଲା

ବାଲେଶ୍ୱର,୨୫/୧୦(ବ୍ୟୁରୋ) :- ନେସ୍କୋ ଶକ୍ତି କର୍ମଚାରୀ ସଂଘ ଓ ନିଖିଳ ଓଡିଶା ବିଦ୍ୟୁତ ମଜଦୂର ମହାସଂଘ ର ଦାବିକୁ ନେଇ ବିଧାନସଭା ସମ୍ମୁଖରେ ହୋଇଥିବା ବିକ୍ଷୋଭ ଓ ଗଣ ଧାରଣା ପରେ ପ୍ରଦାନ କରାଯାଇଥିବା ଏକ ସ୍ମାରକ ପତ୍ର କୁ ସରକାର ବିଚାର କରି ବିଦ୍ୟୁତ କର୍ମଚାରୀ ଙ୍କ ଦରମା କୁ ୨୦୧୦ ଏପ୍ରିଲ ପହିଲାରୁ ବୃଦ୍ଧି କରିବାକୁ ନିଷ୍ପତି ନେଇଛନ୍ତି ୤ ନେସ୍କୋ ଶକ୍ତି କର୍ମଚାରୀ ସଂଘ ଓ ନିଖିଳ ଓଡିଶା ବିଦ୍ୟୁତ ମଜଦୂର ମହାସଂଘ ପକ୍ଷରୁ ସରକାର,ଗ୍ରୀଡକୋ ତଥା ଓପିଟିସିଏଲ କର୍ତ୍ତୃପକ୍ଷଙ୍କୁ ଏଥିପାଇଁ ସାଧୁବାଦ ଜ୍ଞାପନ କରାଯାଇଛି   ୤ ସମାଜ,୨୬/୧୦/୨୦୧୩

ବିଦ୍ୟୁତ ସରବରାହ ରେ ଉନ୍ନତି ରାଜ୍ୟ ପାଇଁ ଚ୍ୟାଲେଞ୍ଜ୍‌

ସମାଜ,୨୬/୧୦୨୦୧୩ ଭୁବନେଶ୍ୱର,୨୫/୧୦(ଇମିସି):- ଓଡିଶା ରେ ଶକ୍ତି ସଂସ୍କାର ଯୋଗୁଁ ବିଦ୍ୟୁତ ବବସ୍ଥାର ବ୍ୟାପକ ପରିବର୍ତ୍ତନ ଆସିଛି ୤ ବିଦ୍ୟୁତ ଉତ୍ପାଦନ କ୍ଷମତା ମଧ୍ୟ ବୃଦ୍ଧି ପାଇଛି ୤ ତେବେ ବିଦ୍ୟୁତ ସରବରାହ ରେ କାର୍ଯ୍ୟଦକ୍ଷତା ବୃଦ୍ଧି ସରକାର ଏକ ଆହ୍ୱାନ ଭାବେ ଗ୍ରହଣ କରିଛନ୍ତି ୤ କାର୍ଯ୍ୟ ଦକ୍ଷତା ବୃଦ୍ଧି ଦ୍ୱାରା ବିଦ୍ୟୁତ ସେବାର ମାନ ବୃଦ୍ଧି ପାଇଁ ରାଜ୍ୟର ଉଦ୍ୟମ ଜାରି ରଖିଥିବା ଶକ୍ତି ମନ୍ତ୍ରୀ ଅରୁଣ ସାହୁ ପ୍ରକାଶ କରିଛନ୍ତି ୤ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ଚାମ୍ବର (ଫିକି) ପକ୍ଷରୁ ଆୟୋଯିତ ଶକ୍ତି କ୍ଷେତ୍ର ସଂପର୍କିତ ଏକ ଆଲୋଚନା ଚକ୍ର କୁ ଉଦଘାଟନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ସାହୁ ଏହା ପ୍ରକାଶ କରିଛନ୍ତି ୤ ଆସନ୍ତା କିଛି ବର୍ଷ ମଧ୍ୟରେ ରାଜ୍ୟରେ ପ୍ରସ୍ତାବିତ ବିଭିନ୍ନ କମ୍ପାନୀଙ୍କ ଦ୍ୱାରା ସ୍ୱାଧୀନ ଶକ୍ତି ପ୍ରକଳ୍ପ (ଆଇପିପି) ଗୁଡିକ କାର୍ଯ୍ୟକ୍ଷେମ ହେବାଦ୍ୱାରା ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ବୃଦ୍ଧି ପାଇବାରେ ଆଶା ରହିଛି ୤ ସେହିପରି ଜଳ ବିଦ୍ୟୁତ କ୍ଷେତ୍ରରୁ ଉତ୍ପାଦନ ବୃଦ୍ଧି ପାଇଁ ମଧ୍ୟ ସରକାର ଉଦ୍ୟମ ଜାରିରଖିଥିବା ସେ ପ୍ରକାଶ କରିଛନ୍ତି ୤ ଏକ ଦଶନ୍ଧୀ ପୂର୍ବରୁ ଶକ୍ତି ସଂକଟ ଦେଇ ଗତି କରୁଥିବା ଓଡିଶାରେ ଶକ୍ତି ସଂସ୍କାର ପରବର୍ତ୍ତୀ ସମୟରେ ବହୁ ପରିବର୍ତ୍ତନ ହୋଇଛି ଏବଂ ପୁଣିଥରେ ରାଜ୍ୟ ବିଦ୍ୟୁତ ଉତ୍ପାଦନରେ ଦେଶର ଏକ ମୁଖ୍ୟ କେନ୍ଦ୍ର ହେବା ଆଶା କରାଯାଉଥିବା ଶକ୍ତି ସଚିବ ପି...

“ବିଦ୍ୟୁତ୍‌ କର୍ମଚାରୀଙ୍କ ବର୍ଦ୍ଧିତ ଦରମା ପାଇଁ ସବୁଜ ସଙ୍କେତ”

ବର୍ଦ୍ଧିତ ଦରମା ପାଇଁ ନେସ୍କୋ ଶକ୍ତି କର୍ମଚାରୀ ସଂଘ   ଓ ନିଖିଳ ଓଡିଶା ବିଦ୍ୟୁତ ମଜଦୂର ମହାସଂଘ ଗତ ଅଗଷ୍ଟ ୨୨ ତାରିଖରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିବା ସହ ଗଣ ଧାରଣା ଦେଇଥିଲେ ୤ ଏହାପରେ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା ୤ ଏହି ପରିପ୍ରେକ୍ଷିରେ ବିଦ୍ୟୁତ୍‌ କର୍ମଚାରୀ ମାନଙ୍କ   ବର୍ଦ୍ଧିତ ଦରମା ୧/୪/୨୦୧୦ ଠାରୁ ଲାଗୁ ହୋଇଥିବା ଜଣାପଡିଛି ୤ ଅନ୍ୟ ପକ୍ଷରେ ଅସ୍ଥାୟୀ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଓ କର୍ମଚାରୀ ମାନଙ୍କ ବର୍ଦ୍ଧିତ ଦରମା ୧/୪/୨୦୧୦ ରିଖ ଠାରୁ ତୁରନ୍ତ ପ୍ରଦାନ କରିବା   ପାଇଁ ମହାସଂଘର ମହାସଚିବ ପ୍ରଭାକର ଦାସ ଓ ଶକ୍ତି କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ନିରଞ୍ଜନ ପଢିଆରୀ ଦାବି କରିଥିଲେ ୤                        ଧରିତ୍ରୀ,୨୫/୧୦/୨୦୧୩

ଶ୍ରମିକ ଓ ଉପଭୋକ୍ତା ମାନଙ୍କ ସ୍ୱାର୍ଥର ସୁରକ୍ଷା,ବିଦ୍ୟୁତ୍ ବଣ୍ଟନ କ୍ଷେତ୍ରରେ ଘରୋଇ କରଣ ସମ୍ପୂର୍ଣ୍ଣ ବିଫଳ

ବର୍ତ୍ତମାନ ବିଦ୍ୟୁତ୍ ବଣ୍ଟନ କ୍ଷେତ୍ରରେ ହୋଇଥିବା ଘରୋଇକରଣ ସଂପୁର୍ନ ବିଫଳ ହୋଇଛି ୤ ଭିତ୍ତିଭୂମିର ବିକାଶ ପାଇଁ ଘରୋଇ ପୁଞ୍ଜି ଖର୍ଚ୍ଚ ହେବ ବୋଲି ରାଜ୍ୟ ସରକାର ଯେଉଁ ଆଶା ରଖି ଥିଲେ ତାହା ସମ୍ଭବ ହୋଇନାହିଁ ୤ ଗତ ୧୩ ବର୍ଷ ଧରି ବିଏସ୍ଇଏସ୍/ରିଲାଏନ୍ସ୍ କଁପାନୀ ୩ ଟି ବିଦ୍ୟୁତ୍ ବଣ୍ଟନ କଁପାନୀର ପରିଚାଳନାରେ ରହିବା ଫଳରେ ବିଦ୍ୟୁତ୍ ବଣ୍ଟନ କ୍ଷେତ୍ରରେ ପ୍ରଭୁତ   କ୍ଷତି ହୋଇଛି ୤ ନେସ୍କୋ ସେଥିରୁ ଗୋଟାଏ ୤ ନେସ୍କୋ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଆମ୍ଭ ସଂଗଠନ ସବୁ ପ୍ରକାର ଗଠନ ମୂଳକ ପନ୍ଥା ଗ୍ରହଣ କରି ଆସିଛି ୤ ଆଜି ମଧ୍ୟ ଆମ୍ଭର ପ୍ରକ୍ରିୟା ଚାଲୁ ରହିଛି୤ ନେସ୍କୋ   ସ୍ୱାର୍ଥ ବିରୋଧି କାର୍ଯ୍ୟରେ ଯେଉଁମାନେ ସଂପୃକ୍ତ ଅଛନ୍ତି ତାହା ବିରୋଧରେ ସ୍ୱର ଉତ୍ତୋଳନ କରିବା ଆମର ପରମ କର୍ତ୍ତବ୍ୟ ବୋଲି ଆମ୍ଭେ ମନେ କରୁ ୤ ନେସ୍କୋରେ କିଛି ଦାୟିତ୍ୱ ହିନତା ଅଫିସର , ନକାରାତ୍ମକ କାର୍ଯ୍ୟ ଯୋଗୁ ରକ୍ଷଣା ବେକ୍ଷଣର ଅଭାବ , ସମସ୍ୟା ଜର୍ଜରିତ ବିଦ୍ୟୁତ୍ ବ୍ୟବସ୍ଥା , ବ୍ୟାପକ   ବିଦ୍ୟୁତ୍ ଚୋରୀ ପ୍ରଭୁତି ବିଦ୍ୟୁତ୍ ବଣ୍ଟନ କ୍ଷେତ୍ରରେ ପ୍ରଗତିକୁ ମନ୍ଥର କରି ଦେଇଛି ୤ ଏଭଳି ପରିସ୍ଥିତି କୁ ଆମ୍ଭେ ହିଁ କେବଳ ପରିବର୍ତ୍ତନ କରିପାରିବା ୤                      ...