Skip to main content

ସଂଘର ହସ୍ତକ୍ଷେପ ପରେ ମିଳିଲା କ୍ଷତିପୂରଣ ରାଶି ମୃତକର ପରିବାରକୁ

 ଗତ ତା 09/06/2024 ରିଖ ରବିବାର ଉଦଳା ବିଦ୍ୟୁତ୍ ଡିଭିଜନ ଅଧୀନସ୍ଥ ଉଦଳା ସେକ୍ସନ୍ ଅଧୀନରେ ପୋଡାଡିହା ଭଣ୍ଡାରିପାଳ ଠାରେ 11kv ବିଦ୍ୟୁତ୍  ସରବରାହ ମରାମତି କରିବା ସମୟରେ ଜଣେ ହେଲପର ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଛନ୍ତି। 

ପ୍ରକାଶ ଥାଉକି ଶ୍ରୀ ରଞ୍ଜିତ ବେହେରା ଦୀର୍ଘ ଏକ ବର୍ଷ ଧରି ଉଦଳା ସେକ୍ସନ୍ ରେ ହେଲପର ଭାବେ ଆକାଂକ୍ଷା ପାୱାର  (ଏଜେନ୍ସି) ଅଧୀନରେ କାର୍ୟ କରିଆସୁଥିଲା ଗତ ରବିବାର ଦିନ ପୋଡାଡିହା 11kv ଫିଡର ରେ ବିଦ୍ୟୁତ୍ ମରାମତି କାର୍ଯ୍ୟ କରିବା ସମୟରେ ବିଦ୍ୟୁତ୍ ଆଘାତରେ ଅଚେତ୍ ହୋଇ ତଳେ ପଡିଯିବାରୁ ସଙ୍ଗେ ସଙ୍ଗେ ଗ୍ରାମବାସୀ ଓ ସହଯୋଗୀ କର୍ମଚାରୀ ଙ୍କ ସହାୟତାରେ ଉଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ  ଭର୍ତି କରାଯାଇଥିଲା।  ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷାଣ କରିଥିଲେ। ଯାହା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ  ଉତେଜନା ଦେଖାଯାଇଥିଲା।  ଉତ୍ୟକ୍ତ ଗ୍ରାମବାସୀ ମାନେ ଉଦଳା ଥାନାରେ ଏକ ଲିଖିତ ଅଭିଯୋଗ ଦେବା ସଙ୍ଗେ ସଙ୍ଗେ  ନ୍ୟାୟ ପାଇଁ ଦାବୀ କରି ବସିଥିଲେ | ମୃତକ ଙ୍କ ପରିବାର,ଥାନା ଅଧିକାରୀ,ଶକ୍ତି କର୍ମଚାରୀ ସଙ୍ଘ ଏବଂ ବିଜେପି ଯୁବ ମୋର୍ଚ୍ଚା ର ହସ୍ତକ୍ଷେପ ପରେ ଉଦଳା ଡିଭିଜନ ର ନିର୍ବାହୀ ଯନ୍ତ୍ରୀ ଥାନା ରେ ପହଂଚି ଉପସ୍ଥିତ ଲୋକ ଙ୍କୁ ବୁଝାସୁଝା କରିବା ସହ ଆକାଂକ୍ଷା ଏଜେନ୍ସି ର ପ୍ରୋଜେକ୍ଟ ହେଡ଼ ସୁଶୀଲ ସାମଲ ଙ୍କ ସହ ଆଲୋଚନା କରି ସମସ୍ତଙ୍କ ଉପସ୍ଥିତି ରେ ଉକ୍ତ ପରିବାର କୁ ଶବଦାହ ପାଇଁ 50,000/- ଟଙ୍କା ତୁରନ୍ତ ପ୍ରଦାନ କରିଥିଲେ | ଏଥି ସହ ପରିବାର ଲୋକ ଙ୍କ ଦାବୀ ଅନୁଯାୟୀ ବୀମା ରାଶି ବାବଦକୁ ୭ ଦିନ ମଧ୍ୟ ରେ 15 ଲକ୍ଷ୍ୟ ଟଙ୍କା, ମୃତ ରଞ୍ଜିତ ଙ୍କ ବାପାଙ୍କୁ ୨ ମାସ ମଧ୍ୟ ରେ ଚାକିରୀ ରେ ନିଯୁକ୍ତି ଦେବା ସହ କ୍ଷତି ପୂରଣ ବାବଦରେ ଏଜେନ୍ସି ତରଫରୁ ୩ ଲକ୍ଷ୍ୟ ଟଙ୍କା ଦେବା ନେଇ ପୋଲିସ ଉପସ୍ଥିତି ରେ ଏକ ଚୁକ୍ତିନାମା ସ୍ଵାକ୍ଷର ହେଇଛି | 

ଶକ୍ତି କର୍ମଚାରୀ ସଙ୍ଘ ର ଶ୍ରୀ ପ୍ରକାଶ ରଞ୍ଜନ ବେହେରା,ଶ୍ରୀ ଅଜୟ ପଢ଼ିଆରୀ, ସୁକୁମାର ଗଣ୍ଟାୟତ, ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୀବ କୁମାର ସାଏବାବୁ ଉପସ୍ଥିତ ରହି ସମାଧାନ କରିବା ସହ ପରିବାର ଲୋକ ଙ୍କ ସହ ମୃତ ଶରୀର କୁ ନୂଆଗାଁ ଗ୍ରାମ କୁ ନେଇ ଶବଦାହ କରାଇଥିଲେ |




POPULAR POSTS

Happy New Year 2025

MMG କର୍ମଚାରୀ ଙ୍କୁ ମିଳିଲା ନ୍ୟାୟ

"ବିଶ୍ୱାସ ଭଙ୍ଗ: ଶ୍ରମିକଙ୍କ ଅଧିକାର ବିରୋଧୀ କାର୍ଯ୍ୟକଳାପ"