Skip to main content

ବିଜୟା ବନ୍ଧୁ ମିଳନ ସମାରୋହ-୨୦୨୫

 

ବିଜୟା ବନ୍ଧୁ ମିଳନ ସମାରୋହ-୨୦୨୫

ତା୨.୧୧.୨୦୨୫ରିଖ (ରବିବାର) ଦିବା ୧୧ ଘଟିକାରୁ ରାତି ଦଶଟା ପର୍ଯ୍ୟନ୍ତ)

ସ୍ଥାନ: ନୀଳଗିରି ଡାକବଙ୍ଗଳା ପରିସର


ଆଦରଣୀୟ ବନ୍ଧୁବର !


ସପ୍ରେମ ନମସ୍କାର ! ଆନନ୍ଦର ସହିତ ଆପଣମାନଙ୍କୁ ଜଣାଉଅଛୁ ଯେ, ଏ ବର୍ଷ ବିଜୟା ବନ୍ଧୁ ମିଳନ ସମାରୋହ ଉପର୍ଯ୍ଯକ୍ତ ସାରଣୀମତେ ଅନୁଷ୍ଠିତ ହେବାକୁ ଯାଉଅଛି । ନାନାବିଧ କାରଣରୁ ଦୀର୍ଘ ଦୁଇବର୍ଷ ଧରି ଏହାର ଆୟୋଜନ କରାଯାଇ ପାରିନଥିବାରୁ ମୁଁ ଆପଣମାନଙ୍କ ନିକଟରେ ବିନୀତ ଭାବରେ କ୍ଷମାପ୍ରାର୍ଥ । ଏହି ସମାରୋହ ଦ୍ଵାରା ଆମମାନଙ୍କ ଭିତରେ ଏକ ଅଦ୍ଭୁତ, ଆବେଗପୂର୍ଣ, ଭାବଗତ ନିବିଡ଼ ସମ୍ପର୍କ ସୃଷ୍ଟି ହୋଇଥାଏ । ହଜାର ହଜାର ଲୋକ ଯେପରି ଏ ଅପୂର୍ବ ଭାବୋଚ୍ଛାସରେ ମୋହିତ ହୋଇପଡ଼ନ୍ତି । ତୁଚ୍ଛ ବାଦବିବାଦ, ଈର୍ଷା ଦ୍ବେଷକୁ ଭୁଲି ଭାବସିନ୍ଧୁରେ ଏକାକାର ହୋଇଯାଆନ୍ତି । 'ଏ ବର୍ଷ ବିଜୟା ବନ୍ଧୁ ମିଳନ କେବେ ହେବ ?' ବୋଲି ଗାଁ ଗହଳିର ଲୋକମାନେ ଫୋନ୍ କରି ବା ସାକ୍ଷାତ୍ କରି ପଚାରିଲା ବେଳେ ମୁଁ ମଧ୍ୟ ଅବାକ୍ ହୋଇପଡ଼େ ।


ବିଜୟା ଦଶମୀ ଦୈବୀ ଶକ୍ତି ଓ ଆସୁରିକ ଶକ୍ତିର ପାରସ୍ପରିକ ସଙ୍ଘର୍ଷ ଓ ଦୈବୀ ଶକ୍ତିର ଆସୁରିକ ଶକ୍ତି ଉପରେ ବିଜୟର ସ୍ମାରକୀ ସ୍ୱରୂପ । ଯେତେବେଳେ ପରାକ୍ରମୀ ରାକ୍ଷସମାନଙ୍କ ଦ୍ଵାରା ସ୍ଵର୍ଗରାଜ୍ୟରୁ ବିତାଡ଼ିତ ଦେବତାମାନେ ହିମାଳୟ ପାଦ ଦେଶରେ ମିଳିତ ହୋଇ ପ୍ରାର୍ଥନା କରନ୍ତି ଦେବୀ ମହାମାୟା ଦେବତାମାନଙ୍କ ତେଜଃପୁଞ୍ଜରୁ ନିଜକୁ ପ୍ରକଟିତ କରି ଦେବତାମାନଙ୍କର ଅସ୍ତ୍ରଶସ୍ତ୍ର ସ୍ଵୟଂ ଧାରଣ କରି ଚଣ୍ଡ ମୁଣ୍ଡ, ଶୁମ୍ଭ, ନିଶୁମ୍ଭ, ଧୂମ୍ରଲୋଚନ, ରକ୍ତବୀର୍ଯ୍ୟ ଓ ମହିଷାସୁର ଆଦି ରାକ୍ଷସମାନଙ୍କୁ ସସୈନ୍ୟ ନିପାତ କରି ଦେବତାମାନଙ୍କୁ ସ୍ୱର୍ଗପୁର ପ୍ରଦାନ କରରି । ମହାଦେବୀଙ୍କର ଏହି ବିଜୟର ସ୍ମାରକୀ ହେଉଛି ବିଜୟା ଦଶମୀ I


ଆଜିର ସମାଜରେ ମଧ୍ୟ ସର୍ବତ୍ର ଏହିପରି ସଙ୍ଘର୍ଷ ଚାଲିଅଛି । ଦୁର୍ନୀତି-ସୁନୀତି, ନ୍ୟାୟ-ଅନ୍ୟାୟ, ଭ୍ରଷ୍ଟାଚାର ସଦାଚାର, ଧର୍ମ-ଅଧର୍ମ ମଧ୍ଯରେ ବରାବର ସଙ୍ଘର୍ଷ ଚାଲିଅଛି । ନ୍ୟାୟ, ଧର୍ମ ଓ ସତ୍ୟର ବିଜୟ ପାଇଁ ପ୍ରଚଣ୍ଡ ସଙ୍ଗଠନର ଆବଶ୍ୟକ‌ତା ଅଛି ।


ଆମର ଅନେକ ମହାପୁରୁଷଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ଦେଶ ବିଭାଜନର କଠୋର ପୀଡ଼ା ଆମମାନଙ୍କୁ ସହନ କରିବାକୁ ପଡ଼ିଛି । ଭାରତ ମାତାଙ୍କୁ ଟୁକୁଡ଼ା ଟୁକୁଡ଼ା କରି କାଟି ଦିଆଗଲା । ପହଲଗାଓଁରେ ଲୋକମାନଙ୍କର ଧର୍ମ ପଚାରି ଯେପରି ଭାବେ ନିଷ୍ଠୁରତା ପୂର୍ବକ ପାକିସ୍ଥାନୀ ଆତଙ୍କବାଦୀମାନେ ହିନ୍ଦୁମାନଙ୍କୁ ହତ୍ୟାକଲେ ତାହା ଅତ୍ୟନ୍ତ ଘୃଣ୍ୟ, ଜଘନ୍ୟ ଏବଂ ନିନ୍ଦନୀୟ । ଏଥିରେ ଆମ ସମସ୍ତଙ୍କର ହୃଦୟ ବ୍ୟଥିତ ହେଲା । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭାରତ ମାତାର ଏହି ଅପମାନର ପ୍ରତିଶୋଧ ନେବା ପାଇଁ ସକଳ୍ପ ନେଲେ । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ପ୍ରେରଣା ଓ ମାର୍ଗଦର୍ଶନରେ ଆମର ବୀର ଯବାନମାନେ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଙ୍ଗାଗୁଡ଼ିକ ଧ୍ୱଂସ କରିବା ସହିତ ଶତାଧିକ ଆତଙ୍କବାଦୀମାନଙ୍କୁ ନିପାତ କରି ଫେରିଲେ । କେବଳ ସେତିକି ନୁହେଁ ପାକିସ୍ତାନର ପାଲଟା ଜବାବର ଏପରି ପ୍ରତି ଜବାବ ଦେଲେ ଯେ, ପାକିସ୍ତାନ ମାଟି କାମୁଡ଼ି ପଡ଼ିଲା ଓ ଭାରତ ପାଖରେ ପ୍ରାଣ ଭିକ୍ଷା କଲା । “ ଅପରେସନ ସିନ୍ଦୁର” ହେଉଛି ଭାରତର ପରାକ୍ରମ, ଆତ୍ମବିଶ୍ଵାସ ଓ ସାମର୍ଥ୍ୟର ପ୍ରତୀକ । ଭାରତମାତା ସାକ୍ଷାତ୍ ଜଗଦମ୍ବା ସ୍ୱରୂପ ।


ବିକଶିତ ଭାରତର ସ୍ୱପ୍ନ ସେତେବେଳେ ସମ୍ଭବ ହେବ ଯେତେବେଳେ ଭାରତ ସୁରକ୍ଷିତ ରହିବ । ମୋଦି ଜୀ ଭାରତର ଉଭୟ ସୁରକ୍ଷା ଓ ବିକାଶକୁ ସୁନିଶ୍ଚିତ କରି ପାରିଛନ୍ତି ।


ଏହି କାର୍ଯ୍ୟକ୍ରମରେ ପୂର୍ବ ବର୍ଷମାନଙ୍କ ପରି ଯୋଗଶିକ୍ଷା, ମ୍ୟାଜିକ୍ ସୋ, ସ୍ଥାନୀୟ ଆଦିବାସୀ ନୃତ୍ୟ, ସଂସ୍କୃତ ନୃତ୍ୟ, ଓଡ଼ିଶୀ ନାଚ, ସମ୍ବଲପୁରୀ, ଗୋଟିପୁଅ, ଭାରତ ନାଟ୍ୟମ୍, ଘୁମ୍ରା, ଡାଲଖାଇ, ମାଲଖମ୍, ପାଇକ ଆଖଡ଼ା, ଅସ୍ତ୍ରପୂଜନ, କୁମାରୀ (ନବଦୁର୍ଗା) ପୂଜନ, ସଶସ୍ତ୍ର ପ୍ରଦକ୍ଷିଣ ଓ ବନ୍ଧୁ ମିଳନ ଆଦି ଅନୁଷ୍ଠିତ ହେବ । ଧର୍ମ ସଭା ମଧ୍ଯ ହେବ । ବହୁ ବିଶିଷ୍ଟ ଅତିଥି


ସମୟ କମ୍ ଅଛି, ପ୍ରସ୍ତୁତି ବିଳମ୍ବିତ ହୋଇଛି । ଏଣୁ ଘରେ ଘରେ ଏହି ସୂଚନା ପହଁଚାଇବା ପାଇଁ ସମସ୍ତଙ୍କୁ ମୋର ଅନୁରୋଧ ।


ବନ୍ଧୁ ପରିଜନ ସହ ବିପୁଳ ସଂଖ୍ୟାରେ ଏଥିରେ ଉପସ୍ଥିତ ହୋଇ ଏହାର ଆନନ୍ଦ ଅନୁଭବ କରିବା ପାଇଁ ସମସ୍ତଙ୍କୁ ବିନମ୍ର

|| ଇତି ||


ଭବଦୀୟ


(ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ) ସାଂସଦ, ବାଲେଶ୍ଵର ସଭାପତି, ବିଜୟା ବନ୍ଧୁ ମିଳନ ସମିତି, ନୀଳଗିରି, ଉପଦ୍ଦେଷ୍ଟା NSKS




POPULAR POSTS

Happy New Year 2025

MMG କର୍ମଚାରୀ ଙ୍କୁ ମିଳିଲା ନ୍ୟାୟ

"ବିଶ୍ୱାସ ଭଙ୍ଗ: ଶ୍ରମିକଙ୍କ ଅଧିକାର ବିରୋଧୀ କାର୍ଯ୍ୟକଳାପ"