Skip to main content

Posts

Showing posts with the label ଶ୍ରମ ଆନ୍ଦୋଳନ ର ଏକ ମୂଖ ପତ୍ର୍ (ଶ୍ରଦ୍ଧାଞ୍ଜଳି)

ଅଶୃଳ ଶ୍ରଦ୍ଧାଞ୍ଜଳି

“ ଅସତୋ ମା ସଦ୍‌ଗମୋୟ ତମସୋ ମା ଜ୍ୟୋତିର୍ଗମୟୋ    ମୃତ୍ୟୁର୍ମା ଅମୃତଦ୍‌ଗ ମାୟୋ ୤ ” ହେସୁରୀ ! ତୁମେ ଅବିସ୍ମରଣୀୟ,ତୁମେ ଅମର,ତୁମେ ଅବିନଶ୍ୱର ୤ ଆଜି ଏ ସଂଗଠନ “ ନେସ୍କୋ ଶକ୍ତି କର୍ମଚାରୀ ସଂଘ ” ର ବାର୍ଷିକ ସମ୍ମିଳନୀ ପାଳନ ୨୦୧୨ ର ଶୁଭ ଅବସରରେ ପ୍ରକାଶିତ ସ୍ମରଣିକା “ ଶକ୍ତିଶ୍ରୀ ” କରପତ୍ର ଯୋଡି ଜଣାଉଛି ତୁମକୁ ଆନ୍ତରିକ ପ୍ରଣାମ ୤ ସ୍ମରଣ କରୁଛି ତୁମର ସେହି ମହାନତାକୁ,ତୁମର ଦିଗ୍‌ଦର୍ଶନକୁ ୤ ଝୁରି ହେଉଛି ତୁମର ସେହି ଅମର ଆତ୍ମାକୁ ୤ ହେ ମହାତ୍ମା ! ତୁମେ ଫେରିଆସ ୤ ଦେଖିଯାଅ ତୁମ ରକ୍ତର ସ୍ୱାକ୍ଷର ବହନ କରୁଥିବା ତୁମର ଦାୟାଦ ଓ ପରବର୍ତ୍ତୀ ପିଢିକୁ ୤ ତୁମ ସମ୍ମୁଖରେ ଅବନତ ବଦନରେ , ଲୋତକାପ୍ଲୁତ ନୟନରେ ପରମେଶ୍ୱରଙ୍କ ଠାରେ ପାର୍ଥନା କରୁଛୁ ତୁମ ଆତ୍ମାର ସଦଗତି ପାଇଁ ୤ ପୁଣି ତୁମେ ଥରେ ଅବତୀର୍ଣ୍ଣ ହୁଅ ଏ ଧରା ପୃଷ୍ଠରେ , ଆମ ଗହଣରେ ୤ ଆମର ପଥ ପ୍ରର୍ଦଶକ ହୁଅ ୤ ଯାବତ୍‌ ଚନ୍ଦ୍ରାର୍କେ ଏ ସଂଘ ତୁମକୁ ଝୁରି ହେଉଥିବ , ମନେ ପକାଉଥିବ ୤ ସ୍ମୃତିର ତାଜମହଲ ନିର୍ମାଣ କଲାବେଳେ ହେ ମହିମାନ୍ୱିତ ପୂର୍ବଜ,ଗ୍ରହଣ କର ଆମର ଅଶୃଳ ଶ୍ରଦ୍ଧାଞ୍ଜଳି ୤ ଆଶିର୍ବାଦ ଦିଅ ତମର ଚଲାପଥ ହେଉ ଆମର ବଡଦାଣ୍ଡ ୤