Skip to main content

ବିଦ୍ୟୁତ ସରବରାହ ରେ ଉନ୍ନତି ରାଜ୍ୟ ପାଇଁ ଚ୍ୟାଲେଞ୍ଜ୍‌



ସମାଜ,୨୬/୧୦୨୦୧୩
ଭୁବନେଶ୍ୱର,୨୫/୧୦(ଇମିସି):- ଓଡିଶା ରେ ଶକ୍ତି ସଂସ୍କାର ଯୋଗୁଁ ବିଦ୍ୟୁତ ବବସ୍ଥାର ବ୍ୟାପକ ପରିବର୍ତ୍ତନ ଆସିଛି ୤ ବିଦ୍ୟୁତ ଉତ୍ପାଦନ କ୍ଷମତା ମଧ୍ୟ ବୃଦ୍ଧି ପାଇଛି ୤ ତେବେ ବିଦ୍ୟୁତ ସରବରାହ ରେ କାର୍ଯ୍ୟଦକ୍ଷତା ବୃଦ୍ଧି ସରକାର ଏକ ଆହ୍ୱାନ ଭାବେ ଗ୍ରହଣ କରିଛନ୍ତି ୤ କାର୍ଯ୍ୟ ଦକ୍ଷତା ବୃଦ୍ଧି ଦ୍ୱାରା ବିଦ୍ୟୁତ ସେବାର ମାନ ବୃଦ୍ଧି ପାଇଁ ରାଜ୍ୟର ଉଦ୍ୟମ ଜାରି ରଖିଥିବା ଶକ୍ତି ମନ୍ତ୍ରୀ ଅରୁଣ ସାହୁ ପ୍ରକାଶ କରିଛନ୍ତି ୤ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ଚାମ୍ବର (ଫିକି) ପକ୍ଷରୁ ଆୟୋଯିତ ଶକ୍ତି କ୍ଷେତ୍ର ସଂପର୍କିତ ଏକ ଆଲୋଚନା ଚକ୍ର କୁ ଉଦଘାଟନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ସାହୁ ଏହା ପ୍ରକାଶ କରିଛନ୍ତି ୤ ଆସନ୍ତା କିଛି ବର୍ଷ ମଧ୍ୟରେ ରାଜ୍ୟରେ ପ୍ରସ୍ତାବିତ ବିଭିନ୍ନ କମ୍ପାନୀଙ୍କ ଦ୍ୱାରା ସ୍ୱାଧୀନ ଶକ୍ତି ପ୍ରକଳ୍ପ (ଆଇପିପି) ଗୁଡିକ କାର୍ଯ୍ୟକ୍ଷେମ ହେବାଦ୍ୱାରା ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ବୃଦ୍ଧି ପାଇବାରେ ଆଶା ରହିଛି ୤ ସେହିପରି ଜଳ ବିଦ୍ୟୁତ କ୍ଷେତ୍ରରୁ ଉତ୍ପାଦନ ବୃଦ୍ଧି ପାଇଁ ମଧ୍ୟ ସରକାର ଉଦ୍ୟମ ଜାରିରଖିଥିବା ସେ ପ୍ରକାଶ କରିଛନ୍ତି ୤ ଏକ ଦଶନ୍ଧୀ ପୂର୍ବରୁ ଶକ୍ତି ସଂକଟ ଦେଇ ଗତି କରୁଥିବା ଓଡିଶାରେ ଶକ୍ତି ସଂସ୍କାର ପରବର୍ତ୍ତୀ ସମୟରେ ବହୁ ପରିବର୍ତ୍ତନ ହୋଇଛି ଏବଂ ପୁଣିଥରେ ରାଜ୍ୟ ବିଦ୍ୟୁତ ଉତ୍ପାଦନରେ ଦେଶର ଏକ ମୁଖ୍ୟ କେନ୍ଦ୍ର ହେବା ଆଶା କରାଯାଉଥିବା ଶକ୍ତି ସଚିବ ପି.କେ ଜେନା ପ୍ରକାଶ କରିଛନ୍ତି ୤ ସେ କହିଲେ ଯେ ୨୯ଟି ତାପଜ ଶକ୍ତି ପ୍ରକଳ୍ପ କାର୍ଯ୍ୟକ୍ରମ ହେବା ଦ୍ୱାରା ରାଜ୍ୟର ୩୨୦୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇପାରିବ ୤ ତେବେ ଏହାକୁ ଉପଭୋକ୍ତା ଙ୍କ ନିକଟରେ ପହଞ୍ଚାଇବା ପାଇଁ ବିଦ୍ୟୁତ ସରବରାହ ରେ ଉନ୍ନତି ଆଣିବା ଆବଶ୍ୟକ ୤ ଏହାକୁ ଲକ୍ଷରଖି ରାଜ୍ୟ ସରକାର ୫୫୦ ଟି ସବଷ୍ଟେସନ ସ୍ଥାପନ ପାଇଁ ଯୋଜନା ଚୁଡାନ୍ତ କରି ସାରିଛନ୍ତି ୤ ଏ ଦିଗରେ ସରକାର ୨୫୦୦କୋଟି ଟଙ୍କା ନିବେଶ କରିବେ ବୋଲି ସେ ପ୍ରକାଶ କରିଛନ୍ତି ୤ ଆଲୋଚନାରେ ଓଇଆରସି ଏବଂ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ୤

POPULAR POSTS

Happy New Year 2025

MMG କର୍ମଚାରୀ ଙ୍କୁ ମିଳିଲା ନ୍ୟାୟ

"ବିଶ୍ୱାସ ଭଙ୍ଗ: ଶ୍ରମିକଙ୍କ ଅଧିକାର ବିରୋଧୀ କାର୍ଯ୍ୟକଳାପ"