ଠିକା ପ୍ରଥା ଏକ ବଡ଼ ଦୁରାରୋଗ୍ୟ ବ୍ୟାଧି , ଦିନ କୁ ଦିନ ରାଜ୍ୟ ରୁ ରାଜ୍ୟ ଏହା ମହାମାରୀ ଭଳି ବ୍ୟାପିବାରେ ଲାଗିଛି। ଯେଉଁ ବୟସରେ ଗୋଟିଏ ଚାକିରି କରି ବାପା ମା , ଘର ପରିବାର ପୋଷିବା କଥା , ସେହି ବୟସରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାର ମାନେ ଦେଶର ଯୁବ ପୀଢ଼ି କୁ ଠିକା ନିଯୁକ୍ତି ଦେଇ ବର୍ଷ ବର୍ଷ ବେଠିଆ ଖଟାଉଛନ୍ତି । ସେ କେନ୍ଦ୍ର ସରକାର ହୁଅନ୍ତୁ କିମ୍ବା ରାଜ୍ୟ ସରକାର ସମସ୍ତେ ଏହି ପାପ ରେ ଭାଗିଦାରୀ। ଇଂରାଜୀ ବିରୁଦ୍ଧରେ ଆନ୍ଦୋଳନ କରି ସ୍ୱାଧୀନତା ଆଣିଥିବା ଆମ ପୂର୍ବପୁରୁଷ ମାନେ କେବେ ଭାବି ନଥିବେ ତାଙ୍କ ନାତି ନାତୁଣୀ ମାନଙ୍କୁ ସ୍ଵାଧୀନ ଭାରତରେ ମଧ୍ୟ ବେଠିଆ ଖଟିବା କୁ ପଡ଼ିବ। ଗତ କିଛି ଦିନ ତଳେ ଚିକିତ୍ସା ଓ ଔଷଧ ନ ପାଇ ବିଦ୍ୟୁତ ବିଭାଗ ପାଇଁ ବର୍ଷ ବର୍ଷ କାର୍ଯ୍ୟ କରିଥିବା ବାଲେଶ୍ବର ର ପଦ୍ମଲୋଚନ ସିଂ ଙ୍କ ର ମୃତ୍ୟୁ ହୋଇଥିଲା। ତାଙ୍କର ଗୋଟିଏ ଦୋଷ ଥିଲା ,ସେ ଥିଲେ ଜଣେ ଠିକା କର୍ମଚାରୀ , ଆଉ ଏହି ଅଭିଶପ୍ତ ଜୀବନ ହିଁ ତାଙ୍କ ମୃତ୍ୟୁ ର କାରଣ ହୋଇଥିଲା। ଓଡ଼ିଶାର ଚାରୋଟି ବିତରଣ ସଂସ୍ଥା କୁ ଟାଟା ପାୱାର ନେବା ପରେ ଟାଟା ପାୱାର ର ଓଡ଼ିଶା ଦାୟିତ୍ୱରେ ଥିବା ଅଧିକାରୀମାନେ ଆଉ ଇନ୍ଦ୍ର ଚନ୍ଦ୍ର ମାନିବା କୁ ପ୍ରସ୍ତୁତ ନୁହେଁ। ସେ ବ୍ରହ୍ମପୁର ହେଉ କି ବାଲେଶ୍ଵର କର୍ମଚାରୀ ମାନେ ମାସ ମାସ ଧରି ଆନ୍ଦୋଳନ ଚଳାଇଥିବା ବେଳେ ଟାଟା ପାୱାର ନିଦାବିଷ୍ଣୁ ପାଲଟି ଯାଇଛି। ଟାଟା ପାୱାର କତ୍ତୃପକ୍ଷ ନିଶ୍ଚିତ ରୁହନ୍ତୁ ସେମାନଙ୍କ ନିଦ ନ ଭାଙ୍ଗିବା ପର୍ଯ୍ୟନ୍ତ କର୍ମଚାରୀ ମାନେ ଆନ୍ଦୋଳନ ରୁ ଓହରିବେ ନାହିଁ। ଜଣେ କର୍ମଚାରୀ ନିଜ ର ଆର୍ଥିକ ତଥା ପାରିବାରିକ ବାଧ୍ୟତା ପାଇଁ ଠିକା ପ୍ରଥା କୁ ଆପଣାଇ ଥାଏ ମାତ୍ର ସେ ତା ଜୀବନ ସାରା ଯଦି ସେହି ଠିକା ଶ୍ରମିକ ଭାବେ ହିଁ କାର୍ଯ୍ୟ କରିବ ତେବେ ହେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଧିକ୍କାର ତୁମ ସରକାର କୁ , ଧିକ୍କାର ତୁମ ମଣିଷ ପଣିଆକୁ ।
Satya parida
General secretary,NIKHILA ODISHA BIDYUT MOZDOOR MAHASANGHA