Skip to main content

ଗଞ୍ଜାମ ଅନ୍ଧାରରେ ରହିବ



ଭୁବନେଶ୍ୱର, ୧୫/୧୦(ଇମିସି):- ନିକଟ ଭବିଷ୍ୟତରେ ସମଗ୍ର ଗଞ୍ଜାମ ଜିଲ୍ଲାକୁ ବିଦ୍ୟୁତ ସଂଯୋଗ ସମ୍ଭାବନା ନାହିଁ ଏ ଜିଲ୍ଲା ବାସୀ ଅନିର୍ଦିଷ୍ଟ କାଳ ପାଇଁ ଅନ୍ଧାରରେ ରହିବେ ଆଜି ରାଜ୍ୟ ସରକାର ଏଭଳି ଆସଙ୍କା ପ୍ରକାଶ କରିଛନ୍ତି କ୍ଷୟ କ୍ଷତିର ବ୍ୟାପକତା ଦର୍ଶାଇ କହିଛନ୍ତି ଯେ ପରିସ୍ଥିତି ଯାହା,ସମଗ୍ର ଗଂଜାମ ଜିଲ୍ଲାକୁ ବିଦ୍ୟୁତ ସଂଯୋଗ ଦେବା ଏତେ ସହଜ ନୁହେଁ ମରାମତି ହୋଇପାରିବ ନାହିଁ ଆଉଥରେ ସାନି ନିର୍ମାଣ କରାହେବ ବିଦ୍ୟୁତ ଟାୱାର ନିର୍ମାଣ ଲାଗି ଯେଉଁ ଅଭିଜ୍ଞ କୁଶଳି ଶ୍ରମିକ ଦରକାର , ତାହାବି ପାଖରେ ନାହିଁ , ଏକଥା ବି ସରକାର ମାନିଛନ୍ତି ଅପେକ୍ଷା କରୁଛନ୍ତି , କେନ୍ଦ୍ରୀୟ ଉଦ୍ୟୋଗରୁ କୁଶଳି ଶ୍ରମିକ ଆସିଲେ ମୁଖ୍ୟ କାମ ଆରମ୍ଭ ହେବ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି , ବିଦ୍ୟୁତ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ସାଉଥ୍‌କୋ ଟଙ୍କା ଖର୍ଚ୍ଚ କରିବା ଲାଗି ଅମଙ୍ଗ ହେଉଛି

କେବଳ ଗଞ୍ଜାମ ନୁହେଁ , ନୟାଗଡର ଦଶପଲ୍ଲା ସମେତ ଖୋର୍ଦ୍ଦା , ପୁରୀ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ବି ଏବେ ବିଦ୍ୟୁତ ସଂଯୋଗ ହେବାର ସମ୍ଭାବନା ନାହିଁ ସେସୁ ଅଧିକାରୀଙ୍କ ହାଲୁକା ପଣ ଏବେ ବାତ୍ୟା ବିପନ୍ନଙ୍କୁ ଦୂର୍ଦ୍ଦଶାକୁ ବଢେଇ ଦେଇଛି ବିଦ୍ୟୁତ ତାର ଯୋଡିବା , ଖୁଣ୍ଟ ପୋତିବା ତ ଦୂରର କଥା , ସେସୁର ଅଧିକାଂଶ ଅଧିକାରୀଙ୍କ ପତ୍ତାମିଳୁନି

ଶକ୍ତି ବିଭାଗ କିନ୍ତୁ ସେସୁର ମନମାନି ଓ ପୁରୀ , ନୟାଗଡ ଓ ଖୋର୍ଦ୍ଦା ଜିଲ୍ଲାର ଏସ୍ଥିତି ନେଇ ସରକାରଙ୍କ ଦୃଷ୍ଟି ଆକର୍ଶଣ କରିନାହିଁ ଓଲୋଟା ଯୁକ୍ତି ଦର୍ଶାଇଛି ଯେ ୩୫ ହଜାର କିଲୋମିଟର ଏଲଟି ଲାଇନ ତାର ଗୁଡେଇ ତୁଡେଇ ହୋଇ ରାସ୍ତାରେ ପଡିଛି ୩୭ଶହ କିଲୋମିଟର ରୁ ଅଧିକ ହାଇ ଟେନସନ ଲାଇନ ବା ଏଚଟି ଲାଇନ ବି ଛିଣ୍ଡି ଟିକ୍‌ ଟିକ୍‌ ହୋଇଯାଇଛି କେବଳ ଓଡିଶା ପାୱାର ଟ୍ରାନ୍ସମିଶନ କର୍ପୋରେଶନ ର ୫୪ଟି ଟାୱାର ତଳେ ଗଡିଛି ବାତ୍ୟା ଫାଇଲିନ ଶକ୍ତି ବିଭାଗକୁ ଏଭଳି ମୋଡି ଦେଇଥିବାରୁ ବିଦ୍ୟୁତ ସଂଯୋଗରେ ବିଳମ୍ବ ଘଟୁଛି ସବୁ ସହର ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ଦେଇ ଅଧିକାରୀ ମାନେ ସରକାରଙ୍କୁ ପ୍ରଭାବିତ କରିବାକୁ ଚାହିଁଛନ୍ତି ଯେ ବିଦ୍ୟୁତ ସଂଯୋଗ ଲୋକଙ୍କୁ ମିଳିଗଲା ସହର ତଳି , ଗାଁ ଗଣ୍ଡାର ବିପର୍ଯୟ ସ୍ଥିତିକୁ ସମସ୍ତେ ମିଳିମିଶି ଚାପିଦେଇଛନ୍ତି

ବିଭାଗର ଯୁକ୍ତି ହେଉଛି , ଅଳ୍ପ କିଛି ଅଞ୍ଚଳକୁ ଛାଡିଦେଲେ ଗଂଜାମ ଜିଲ୍ଲାରେ ମରାମତି ଆଉ ସମ୍ଭବ ନୁହେଁ ସେଠାରେ ସମୁଦାୟ ବ୍ୟବସ୍ଥାର ପୂନନିର୍ମାଣ କରାଯିବ ନରେନ୍ଦ୍ରପୁର ଗ୍ରୀଡ ଠାରୁ ଆରମ୍ଭ କରି ଭୁଷୁଡି ପଡିଥିବା ଟାୱାର ସବୁ ନୂଆ ହେବ ଗଂଜାମର ସ୍ଥିତି ଯାହା ଆସନ୍ତା ୨ ସପ୍ତାହ ମଧ୍ୟରେ ବିଦ୍ୟୁତ ସେବା ସ୍ୱାଭାବିକହେବା କାଠିକର ପାଠ ବ୍ରହ୍ମପୁରରେ ୭ ଦିନ ମଧ୍ୟରେ ବିଦ୍ୟୁତ ସଂଯୋଗ ଦେଲେ , ସାଉଥକୋ କର୍ମଚାରୀଙ୍କୁ ଅତିରିକ୍ତ ଅର୍ଥରାଶୀ ପ୍ରଦାନ କରିବା ଲାଗି ଶକ୍ତି ବିଭାଗ ଘୋଷଣା କରିଛି ଅନ୍ୟ ସବୁ ଅଞ୍ଚଳକୁ ୧୫ ରୁ ୨୦ ଦିନ ମଧ୍ୟରେ ବିଦ୍ୟୁତ ଆସିଯିବ ବୋଲି ଆଶା ଦେଖାଇଛି ବିଭାଗ ମାତ୍ର ଗ୍ୟାରେଣ୍ଟି ଦେଇପାରୁନି

ଅନ୍ୟ ପକ୍ଷରେ ବିଭାଗର ସୂଚନା ଅନୁସାରେ , ବାତ୍ୟାର ୭୨ ଘଣ୍ଟା ପରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ପ୍ରଧାନ ମନ୍ତ୍ରୀ ମନମୋହନ ସିଂହ ଙ୍କ ସହ ଆଲୋଚନା କରି ବିପର୍ଯ୍ୟସ୍ତ ବିଦ୍ୟୁତ ଭିତ୍ତିଭୂମି ସଂପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି କେନ୍ଦ୍ର ଶକ୍ତିମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ମୁଖ୍ୟମନ୍ତ୍ରୀ ଟେଲିଫୋନରେ କଥାହୋଇ ଅତିରିକ୍ତ କୂଶଳି ଶ୍ରମିକ ଦେବାଲାଗି କହିଛନ୍ତି ଏ ସଂକ୍ରାନ୍ତ ରେ ଏକ ଚିଠି କେନ୍ଦ୍ରକୁ ଯାଇଛି କେନ୍ଦ୍ରକୁ ଅନୂରୋଧ କରାଯାଇଛି ଯେ ପିଜିସିଆଇଏଲ , ଏନଟିପିସି , ଏନଏଚପିସି ଆଦି ଉଦ୍ୟୋଗରୁ କାର୍ଯ୍ୟରତ କୁଶଳୀ ଶ୍ରମିକ ଓଡିଶାକୁ ତୁରନ୍ତ ପଠାଯିବା ଦରକାର ଅର୍ଥାତ ଏସବୁ ସଂସ୍ଥା ରୁ କର୍ମଚାରୀ ଆସି କାମ କରିବା ପରେ ଗଂଜାମ ସ୍ଥିତି ସୁଧୁରିବ

ଅନ୍ୟପକ୍ଷରେ ସରକାର ଆଜି ଗଞ୍ଜାମ ଜିଲ୍ଲାର ପୁନରୁଉଦ୍ଧାର କାର୍ଯ୍ୟ ତଦାରଖ କରିବା ଲାଗି ଗ୍ରୀଡକୋ ସିମଡି ହେମନ୍ତ ଶର୍ମା ଙ୍କ ନେତୃତ୍ୱରେ ଏକ ଟିମ ପଠାଇଛନ୍ତି ଏଥିରେ ପ୍ରଶିକ୍ଷଣ ନେଉଥିବା ଅନ୍ୟ ତିନି ଜଣ ଆଇଏଏସ ଅଫିସର ମଧ୍ୟ ସାମିଲ ହୋଇଛନ୍ତି ସେଭଳି ହଜାରେ ବିଦ୍ୟୁତ ଖୁଣ୍ଟ ଯୋଗାଇଦେବା ଲାଗି ରାଉଲକେଲା ଷ୍ଟିଲପ୍ଲାଣ୍ଟକୁ ଜଣାଇ ଦିଆଯାଇଛି ପୁନରୁଉଦ୍ଧାର କାର୍ଯ୍ୟ ପାଇଁ ୩ହଜାର କୁଶଳୀ ଶ୍ରମିକ ଦରକାର ଥିବା ବେଳେ ଏବେସୁଦ୍ଧା ୧୨ଶହ ନିୟୋଜିତ ଅଛନ୍ତି ଏଣୁ ବାକି କୁଶଳି ଶ୍ରମିକଙ୍କୁ ଅପେକ୍ଷା କରାଯାଉଥିବା ଶକ୍ତିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ପ୍ରାଥମିକ ଅନୁଶିଳନ ପରେ ବିଭାଗ ସରକାରଙ୍କୁ ଅବଗତ କରିଛି ଯେ ୯୦୦ କୋଟି ଟଙ୍କା ର ବିଦ୍ୟୁତ ଭିତ୍ତିଭୂମିକୁ ବାତ୍ୟା ଗିଳିଦେଇଛି ସେଥିରୁ ଗଞ୍ଜାମର ୪୬୬କୋଟି ଟଙ୍କାକୁ ମିଶାଇ ସାଉଥକୋର କେବଳ କ୍ଷତି ହେଉଛି ୫୫୦କୋଟିରୁ ଅଧିକ ସେସୁ ଅଞ୍ଚଳରେ ୨୫୦କୋଟି , ନେସ୍କୋ ଅଞ୍ଚଳରେ ୪୦କୋଟି , ଓପିଟିସିଏଲ ର ୫୫କୋଟି , ୱେସ୍କୋର ୧୫କୋଟି

16/10/2013,sambada

POPULAR POSTS

MMG କର୍ମଚାରୀ ଙ୍କୁ ମିଳିଲା ନ୍ୟାୟ

Happy New Year 2025

"ବିଶ୍ୱାସ ଭଙ୍ଗ: ଶ୍ରମିକଙ୍କ ଅଧିକାର ବିରୋଧୀ କାର୍ଯ୍ୟକଳାପ"