ଖାଦ୍ୟ , ବସ୍ତ୍ର , ବାସ ଗୃହ ଭଳି ମୌଳିକ ଆବଶ୍ୟକତା ସହିତ ଯୋଡି ହୋଇ
ଯାଇଛି ବିଦ୍ୟୁତ ବିଂଶ ଶତାବ୍ଦିର ଆଧୁନିକ ମନୁଷ୍ୟ ପାଇଁ ବିଦ୍ୟୁତ୍ ଏକ ମୌଳିକ ଆବଶ୍ୟକତାରେ
ପରିଣତ ହୋଇଯାଇଛି ବିଦ୍ୟୁତ ବିନା ଆଧୁନିକ ସମାଜରେ ଉନ୍ନତିର ଚିନ୍ତା ଏକ ପ୍ରକାର ଅସମ୍ଭବ
ଗାଁ ରୁ ଆରମ୍ଭ କରି ନଗର ପର୍ଯ୍ୟନ୍ତ , ବିଦ୍ୟାଳୟ ଠୁଁ ଶିଳ୍ପାନୁଷ୍ଠାନ ପର୍ଯ୍ୟନ୍ତ ସବୁଠି
ରହିଛି ବିଦ୍ୟୁତ ର ଚାହିଦା ଏବଂ ଆବଶ୍ୟକତା କିନ୍ତୁ ଏ ସବୁରି କ୍ଷେତ୍ରରେ ଆମେ କ’ଣ ବିଦ୍ୟୁତ
ର ସଦୁପଯୋଗ କରୁଛୁ? ବିଜ୍ଞାନର ଏହି ଆଶିର୍ବାଦ କୁ କେତେ କାର୍ଯ୍ୟକ୍ଷମ କରିପାରିବା ସମାଜ ଓ ଦେଶ
ଗଠନରେ ? ଏ ସବୁରି ମୂଳରେ ରହିଛି ମନୂଷ୍ୟର ସଚେତନ ଜ୍ଞାନ,ସମାଜ ପ୍ରତି ନିଷ୍ଠା ଏବଂ ସକାରତ୍ମକ
ଚିନ୍ତାଧାରାର ଆବଶ୍ୟକତା
ନିକଟରେ ଓଡିଶା
ବିଦ୍ୟୁତ ନିୟାମକ ଆୟୋଗ ଙ୍କ ଦ୍ୱାରା ବିଦ୍ୟୁତ ଦେୟର ସଂଶୋଧନ କରାଯାଇଥିଲା କିନ୍ତୁ ଘୋରଇ
ଗ୍ରାହକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମାନ୍ୟବର ଉଚ୍ଚନ୍ୟାୟାଳୟ ଙ୍କ ଦ୍ୱାରା ବର୍ଦ୍ଧିତ
ବିଦ୍ୟୁତ ଶୁଳ୍କ ଉପରେ ରହିତା ଦେଶ ଜାରି କରିଥିଲେ ବିଦ୍ୟୁତ ଦେୟ ବୃଦ୍ଧି, ବିଦ୍ୟୁତ ଚୋରୀର
ପ୍ରମୂଖ କାରଣ ଆମ ରାଜ୍ୟରେ ବାର୍ଷିକ ମୋଟ ୨୨୪୭୭ ମିଲିୟନ ୟୁନିଟି ବିଦ୍ୟୁତ ଗ୍ରାହକ ମାନଙ୍କ
ଦ୍ୱାରା ବ୍ୟବହାର ହେଉଥିବା ବେଳେ ଏହାର ଆନୁମାନିକ ୩୭% ଅର୍ଥାତ ୮୩୧୬.୪୯ ମିଲିୟନ ୟୁନିଟି ର
ବିଦ୍ୟୁତ ଚୋରୀ ଏବଂ ବଣ୍ଟନ ଜନିତ କ୍ଷତି ହେଉଛି ଯାହାକି ବିଲ ହୋଇ ପାରୁ ନାହିଁ ଯଦି ଏହି
୩୭% ବିଦ୍ୟୁତ କ୍ଷତି ରୋକାଯାଇ ପାରନ୍ତା,ଏଥିରେ ଅଧିକରୁ ଅଧିକ ଗ୍ରାହକ ସଠିକ ବିଦ୍ୟୁତ ସେବା
ପାଇବା ସହିତ ବିଦ୍ୟୁତ ଶୁଳ୍କର ହ୍ରାସ ପାଇ ପାରନ୍ତା ଅଥବା ଏହି ବିଦ୍ୟୁତ ବଳକା ଭାବରେ ବାହାର
ରାଜ୍ୟକୁ ଦିଆଯାଇ ବଦଳରେ ରାଜ୍ୟ ପାଇଁ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରାଯାଇ ପାରନ୍ତା
ବିଦ୍ୟୁତ ଚୋରି ରୋକିବା ପାଇଁ ରାଜ୍ୟ ସରକାର ଅନେକ ନିୟମ ପ୍ରଣୟନ
କରିଛନ୍ତି ଇଲେକ୍ଟ୍ରିସିଟି ଆକ୍ଟ ୨୦୦୩ ର
ଧାରା ୧୩୫ ରୁ ୧୫୨ ଭଳି କଡା ନିୟମର କାର୍ଯ୍ୟ କରାଯାଇଅଛି ସ୍ୱତନ୍ତ୍ର ବିଦ୍ୟୁତ ଥାନା
ଏବଂ ସ୍ୱତନ୍ତ୍ର କୋର୍ଟ ର ବ୍ୟବସ୍ଥା କରାଯାଇଛି କିନ୍ତୁ ଏହିସବୁ ସତ୍ୱେ ବିଦ୍ୟୁତ ଚୋରି
ରୋକିବା ଉପରେ ଏହାର କୌଣସି ପ୍ରଭାବ ନଥିଲା ପରି ମନେ ହେଉଛି ଏଥିପାଇଁ ଦାୟୀ କିଏ ? ଆମ ସରକାର
ନା ଆମ୍ଭେମାନେ .......? ଏଥିପାଇଁ ଦାୟୀ ଆମେ ଅଳ୍ପ କିଛି ପାଇବା ଲୋଭରେ ମିଟର ଟ୍ୟାମ୍ପରିଂ
, ମିଟର ବାଇପାସ , ହୋକିଂ , ଏକ୍ସଟେନସନ ଆଦି ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଛେ କିନ୍ତୁ
ଭୁଲି ଯାଉଛେ ଏହି ଅଳ୍ପ ଚୋରିର ଆଲୁଅ ଭବିଷ୍ୟତରେ ଘୋର ଅନ୍ଧକାର କୁ ଡାକି ଆଣିପାରେ ଦିନ ଆସିବ
ବିଦ୍ୟୁତ ର ମୂଲ୍ୟ , ଏହାକୁ ବ୍ୟବହାର କରୁଥିବା ଯନ୍ତ୍ରାଂଶ ମୂଲ୍ୟ ଠାରୁ ଅଧିକ ହେବ ଏହାକୁ
ରୋକିବା ପାଇଁ ସରକାରଙ୍କୁ ଠାରୁ ଆରମ୍ଭ କରି ବିଦ୍ୟୁତ କର୍ମଚାରୀ ଓ ଗ୍ରାହକ , ସମସ୍ତେ ସଚେତନ
ହେବା ଉଚିତ ଏହି ଅମୂଲ୍ୟ ଶକ୍ତିର ସତ୍ବ୍ୟବହାର ହିଁ ଏହାର ଏକମାତ୍ର ସଂରକ୍ଷଣ
ରତିରଞ୍ଜନ ରାଉତ,ଡେପୁଟି ମ୍ୟାନେଜର, (ଇଲେକ୍ଟ୍ରି) ନେସ୍କୋ
No comments:
Post a Comment