ନେସ୍କୋର ମିଟର ରିଡର ଭାବେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ
ଦୀର୍ଘ ଦଶ ବର୍ଷ ଧରି ନେସ୍କୋ ଅର୍ଡର ଅନୁଯାୟୀ ଏବଂ ପରେ ବି.ଏସ୍.କନ୍ଷ୍ଟ୍ରୋକସନ , ଫନିକ୍ସ ,
ଏନ୍ ସଫ୍ଟ ଏବଂ ପରେ ଶୀତଳ ସଲ୍ୟୁସନ ଇତ୍ୟାଦି
କଣ୍ଟ୍ରାକ୍ଟ ନେଇ ଆଜିକୁ ୧୫ବର୍ଷ ଧରି ମିଟର ରିଡରଙ୍କ ରକ୍ତ ଶୋଷିବା ସହ ତାଙ୍କ ଦରମା ମଧ୍ୟ
ନଦେଇ ରାତା ରାତି ଅନ୍ତର୍ଧ୍ୟାନ ହୋଇଯାଇଥିଲା କର୍ମଚାରୀ ମାନଙ୍କ ଦରମା
ପ୍ରଭିଡିଏଣ୍ଟ ଫଣ୍ଡ ନେସ୍କୋ ରେ ସ୍ଥାୟୀ ନିଯୁକ୍ତି ନିମନ୍ତେ ସମସ୍ତ ମିଟର ରିଡର ମାନେ ନେସ୍କୋ
ଶକ୍ତି କର୍ମଚାରୀ ସଂଘ ର ସହାୟତା ଲୋଡିଥିଲେ ଯାହା ଫଳରେ ବକେୟା ଦରମା
ପ୍ରଦାନ ହୋଇଥିଲେ ସୁଦ୍ଧା ଇ.ପି.ଏଫ. ର ହିସାବ ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ ଫୋନିକ୍ସ ରାତା ରାତି
ଅନ୍ତର୍ଧ୍ୟାନ ହୋଇଯିବା ପରେ ନେସ୍କୋର ମିଟର ରିଡିଂ କାର୍ଯ୍ୟ କରିବା ପାଇଁ ଏନ. ସଫ୍ଟକୁ
ଦାୟିତ୍ୱ ଦିଆଯାଇଥିଲା ମାତ୍ର ଏନ ସଫ୍ଟ ର ସୁପର ଭାଇଜର ଶ୍ରି ଅମ୍ବିକା ପତି ନିଜର ସ୍ୱାର୍ଥ
ପାଇଁ ନିଜ ସ୍ତ୍ରୀ ନାମରେ ଶୀତଳ ସଲ୍ୟୁସନ ନାମକ ଏକ ଏଜେନ୍ସି ନେସ୍କୋର କୌଣସି ଟେଣ୍ଡର ନହୋଇ
ଗୁପ୍ତ ଭାବରେ ଅର୍ଡର କରାଇ ସଂଘ ସହିତ ହୋଇଥିବା ଚୁକ୍ତିନାମା କୁ ବେଖାତିର କରି ପୁରୁଣା
କର୍ମଚାରୀଙ୍କୁ ବାହାର କରି ନୂତନ କର୍ମଚାରୀ ପାଖରୁ ମୋଟା ଅଙ୍କର ଅର୍ଥ ନେଇ ନିଯୁକ୍ତି ଦେବାକୁ
ପଛାଇଲେ ନାହିଁ , ଯାହା ଫଳରେ ପୁରୁଣା କର୍ମଚାରୀ ଙ୍କ ଭବିଷ୍ୟତ ଅନ୍ଧକାର ହେବା ସଙ୍ଗେ ସଙ୍ଗେ
ନିଯୁକ୍ତି ଲୋଭରେ ଆସୁଥିବା ନୂତନ ବ୍ୟକ୍ତିଙ୍କର ଭବିଷ୍ୟତ ନଷ୍ଟ ହେବାର ସଂଭାବନାକୁ ଏଡାଇ
ହେବନାହିଁ ମିଟର ରିଡର କର୍ମଚାରୀ ମାନଙ୍କର ସ୍ଥାୟୀ ନିଯୁକ୍ତି ନିମନ୍ତେ ନେସ୍କୋ ଶକ୍ତି କର୍ମଚାରୀ
ସଂଘ ସହିତ ପୂର୍ବରୁ ଲେବର ଡିପାର୍ଟମେଣ୍ଟ ଏବଂ ନେସ୍କୋ ମ୍ୟାନେଜମେଣ୍ଟ ସହିତ ଏକ ତ୍ରୀ ପାକ୍ଷିକ
ଚୁକ୍ତିନାମା ହୋଇଥିଲା ଉକ୍ତ ଚୁକ୍ତିନାମାକୁ ନେସ୍କୋ କର୍ତ୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ
କରୁଥିବାରୁ ନିରବଚ୍ଛିନ୍ନ ଭାବେ ଦୀର୍ଘ ୩ବର୍ଷ ଧରି ନେସ୍କୋ ମୂଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ
ଧାରଣ (ଆନ୍ଦୋଳନ) ଚାଲୁଥିବା ବେଳେ ପୁରୁଣା କର୍ମଚାରୀଙ୍କୁ ବାହାର କରି ନୂତନ ନିଯୁକ୍ତି ଏବଂ
ଧମକ ପୂର୍ଣ୍ଣ ଭାବେ ନିଜସ୍ୱ ଚୁକ୍ତିନାମା କରାଇବା ଯାହାକି ଆଇନ ସଙ୍ଗତ ନୁହେଁ ଅହି ସମୟ ମଧ୍ୟରେ
ଚାଲିଥିବା ଆନ୍ଦୋଳନ ରେ ସାମିଲ ହୋଇ ମିଟର ରିଡିଂ କାର୍ଯ୍ୟ ସମସ୍ତ ମିଟର ରିଡର କର୍ମଚାରୀ ମାନେ
ବନ୍ଦ କରିଥିବା ସ୍ଥଳେ କିଛି ମିଟର ରିଡର କାର୍ଯ୍ୟ କରୁଥିବା ନ୍ୟସ୍ତସ୍ୱାର୍ଥ ସୁପର ଭାଇଜର ଓ
ନେସ୍କୋ କର୍ତ୍ତୃପକ୍ଷଙ୍କ ହାତବାରିସି ସାଜିଥିବ କେତେକ ଅଫିସର ମାନଙ୍କ ର ଧମକ ଏବଂ ପୁରୁଣା
କର୍ମଚାରୀ ଙ୍କୁ ବାହାର କରିଦେଉଥିବ ଦେଖି ମିଟର ରିଡର କର୍ମଚାରୀ ମାନେ ଭୟଭୀତ ହୋଇ ନିଜ ନିଜ
କାର୍ଯ୍ୟରେ ଯୋଗ ଦେଇଦେଲେ ଯାହା ଫଳରେ ଚାଲିଥିବା ଆନ୍ଦୋଳନ ଦୁର୍ବଳ ହୋଇଯାଇଥିଲା ବାରମ୍ବାର କଣ୍ଟ୍ରାକ୍ଟର
ବଦଳ ହେଉଥିବା ହେତୁ ଗ୍ରାହକ ମାନଙ୍କର ବିଦ୍ୟୁତ୍ ବିଲ୍ ଭୁଲ ହୋଇଥିବା ବେଳେ ତାହା ସଂଶୋଧନ ହୋଇପାରୁ
ନାହିଁ ଯାହାକି ଗ୍ରାହକ ମାନଙ୍କୁ ବାରମ୍ବାର ଅଫିସ ଦୌଡିବାକୁ ପଡୁଛି ବିଦ୍ୟୁତ୍ ବିଭାଗରେ
କମ୍ପାନୀ ହେବ ପୂର୍ବରୁ ଏଭଳି ସମସ୍ୟା କେବେ ଉପୁଜିନଥିଲା ଏବେ ନେସ୍କୋରେ ଥିବା
କିଛି ଦୂର୍ନୀତି ଗ୍ରସ୍ତ ଅଫିସର ମାନେ ଠିକାଦାର ମାନଙ୍କ ପାଖରୁ ମୋଟା ଅଙ୍କର ଲାଞ୍ଚ ନେଇ ନିଜ
ପସନ୍ଦର ଠିକାଦାର ଚୟନ କରୁଛନ୍ତି ଏବା ନିମ୍ନମାନର କାର୍ଯ୍ୟ କରାଯାଉଅଛି ଯଦି ସ୍ଥାୟୀ କାର୍ଯ୍ୟରେ
ଅସ୍ଥାୟୀ ନିଯୁକ୍ତି ବନ୍ଦ କରି ସ୍ଥାୟୀ ନିଯୁକ୍ତି ଦିଆଯାଇ କାର୍ଯ୍ୟ କରାଯାଆନ୍ତା ତାହାଲେ ଏଭଳି
ସମସ୍ୟା ଉପୁଜନ୍ତା ନାହିଁ ଏଣୁ ବିଦ୍ୟୁତ୍ ଗ୍ରାହକ ଓ କର୍ମଚାରୀ ମାନେ ସଚେତନ ହେବା ଉଚିତ ଏଥିପାଇଁ ସମସ୍ତ ମିଟର
ରିଡର ମାନଙ୍କୁ ଏକ ଗୋଟିଏ ସଂଗଠନର ଛାତ ତଳେ ରହି ସ୍ଥାୟୀ ନିଯୁକ୍ତି ନିମନ୍ତେ ସଂଗ୍ରାମ ଜାରୀ
ରଖିଲେ ନିଶ୍ଚୟ ସୁଫଳ ମିଳିପାରିବ ଖରା , ବର୍ଷା , ଶୀତ କୁ ଖାତିର ନକରି ନେସ୍କୋର ମେରୁଦଣ୍ଡକୁ ସୁଦୃଢ
କରୁଥିବା ମିଟର ରିଡର ମାନଙ୍କ କଥା ଥରେ ନେସ୍କୋ କର୍ତ୍ତୃପକ୍ଷ ଚିନ୍ତା କରିବା ସହ ସ୍ଥାୟୀ କରିବାକୁ ଅନୂରୋଧ
ନବିନ କୁମାର ବେହେରା,ଅସ୍ଥାୟୀ କର୍ମଚାରୀ,ନେସ୍କୋ
No comments:
Post a Comment