ବାରିପଦା,୧୬/୧୦(ଇମିସି) :- ଫାଇଲିନ ପ୍ରଭାବରେ ସାରା ଓଡିଶା କବଳିତ ହୋଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲାରେ ବନ୍ୟା ଯୋଗୁ ବ୍ୟାପକ କ୍ଷୟ କ୍ଷତି ହୋଇଛି ଉଦଳା ଉପଖଣ୍ଡରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ବିଦ୍ୟୁତ ସେବା ୬ ଦିନ ଧରି ସମଗ୍ର ଉପଖଣ୍ଡ ଅନ୍ଧାର ରହିଥିବା ବେଳେ ଆଜି ଭଞ୍ଜସେନା ପକ୍ଷରୁ ୭ ଘଣ୍ଟା ଧରି ରାସ୍ତାରୋକ କରାଯାଇଥିଲା ଏନେଇ ସାଧାରଣରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି ବିଭାଗୀୟ ଅବହେଳା ଯୋଗୁଁ ଉପଖଣ୍ଡରେ ବିଦ୍ୟୁତ ସେବା ସ୍ୱାଭାବିକ ହୋଇପାରୁନଥିବା ଲୋକେ ଅଭିଯୋଗ ଆଣିଛନ୍ତି ସକାଳା ୮ଟାରୁ ଭଞ୍ଜସେନା ଉପଖଣ୍ଡ ସଭାପତି ରବୀନ ମହାନ୍ତି , ଉପ ସଭାପତି ଆଇନଜୀବି ଦିଲ୍ଲୀପ ବାସ୍କେ ଙ୍କ ନେତୃତ୍ୱରେ ଅତୁଲ ଛକ ଠାରେ ଟାୟାର ଜାଳି ପ୍ରତିବାଦ କରିଥିଲେ ସ୍ଥାନିୟ ଲୋକେ ଏହାକୁ ସମର୍ଥନ କରି କର୍ମଚାରୀ ଓ ଯନ୍ତ୍ରୀଙ୍କ ବଦଳି ଦାବି କରିଥିଲେ ଉପଜିଲ୍ଲାପାଳ ସନତ କୁମାର ମହାନ୍ତି , ଏସଡିପିଓ କୈଳାସ ନାୟକ , ଆଇଆଇସି ସୁବ୍ରତ ବେହେରା , ନେସ୍କୋ କନିଷ୍ଠ ଯନ୍ତ୍ରୀ ଗିରିଜା ସାହୁ ପ୍ରମୂଖ ଆଲୋଚନା କରି ରାତି ସୁଦ୍ଧା ବିଦ୍ୟୁତ ସେବା ଯୋଗାଇ ଦେବା କୁ ପ୍ରତିଶୃତି ଦେଇଥିଲେ ଦିନ ପ୍ରାୟ ଦେଢ ଟା ରେ ଏହି ରାସ୍ତା ରୋକ ହଟିଥିଲା ରାସ୍ତା ଅବରୋଧ ଯୋଗୁଁ ଉଦଳା ଅଞ୍ଚଳକୁ ବସ ଚଳା ଚଳ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିଲା
୧୭/୧୦/୨୦୧୩,ସମ୍ବାଦ
No comments:
Post a Comment