Sunday, October 20, 2013

ବିଦ୍ୟୁତ୍‌ ନିରାପତ୍ତା ପାଇଁ ଆହ୍ୱାନ



ବିଦ୍ୟୁତ୍‌ ବିଭାଗ ଏକ ବିପଦ ଜନକ ସଂସ୍ଥା ୤ ଏଠାରେ ଯେଉଁ ଶ୍ରମିକ କାର୍ଯ୍ୟ କରୁଛନ୍ତି ସେମାନେ ବିପଦ ସଂକୁଳ ଅବସ୍ଥାରେ କାର୍ଯ୍ୟ କରୁଛନ୍ତି ୤ ସେମାନଙ୍କ ପାଇଁ ନିରାପତ୍ତାର ଆବଶ୍ୟକତା ରହିଛି ୤ ବର୍ତ୍ତମାନ ଯେଉଁଭଳି ଭାବରେ ଗ୍ରାମ ଏବଂ ସହର ଗୁଡିକରେ ବହୁଳ ଭାବରେ ବିଦ୍ୟୁତ୍‌ ସଂଯୋଗ ଠିକାଦାର ମାନଙ୍କ ଦ୍ୱାରା ନିମ୍ନମାନର କାର୍ଯ୍ୟ କରାଯାଉଛି ୤ ତାହା ମରାମତି କରିବା ଅସମ୍ଭବ ହୋଇ ପଡିଲାଣି ୤ ଠିକାଦାର ମାନଙ୍କ ଦ୍ୱାରା ନିମ୍ନମାନର କାର୍ଯ୍ୟ , ଆବଶ୍ୟକିୟ ଶ୍ରମିକ ମାନଙ୍କର ଅଭାବ , ଅନଭିଜ୍ଞ ଅଫିସରଙ୍କ ହେତୁ ବାରମ୍ବାର ଦୁର୍ଘଟଣା ମାନ ଘଟିଚାଲିଛି ୤ ଏଥିପାଇଁ ପରିଚାଳନା କର୍ତ୍ତୃପକ୍ଷଙ୍କର ଯେତିକି ଦାୟିତ୍ୱ ଶ୍ରମିକ ମାନଙ୍କର ସଚେତନତାର ଅଭାବ ମଧ୍ୟ ସେତିକି ଦାୟୀ ୤ ଶ୍ରମିକ ମାନେ ପରିବେଶ ଓ ପାରିପାର୍ଶ୍ୱିକ ଅବସ୍ଥା ମଧ୍ୟରେ ସୂଚାରୁ ରୂପେ କାର୍ଯ୍ୟ କଲେ ଦୂର୍ଘଟଣା କୁ ଏଡାଇବା ସଙ୍ଗେ ସଙ୍ଗେ ଦୁର୍ଘଟଣା ଗ୍ରସ୍ତ ଶ୍ରମିକ ମାନେ ଉଚିତ ନ୍ୟାୟ ପାଇପାରିବେ ୤ ବିଦ୍ୟୁତ୍‌ ବିଭାଗରେ ଶ୍ରମିକ-କର୍ମଚାରୀ ମାନଙ୍କ ପାଇଁ ବିଦ୍ୟୁତ ଅଧିନିୟମ ଏବଂ ଭାରତୀୟ ବିଦ୍ୟୁତ ନିୟମରେ ଅନେକ ବ୍ୟବସ୍ଥା ରହିଛି ୤
ବିଦ୍ୟୁତ ଶ୍ରମିକ ମାନଙ୍କୁ ନିରାପତ୍ତାର ନିୟମାବଳି ଏବଂ ପଦବି ଅନୁଯାଇ କାର୍ଯ୍ୟର ଟିପ୍ପଣି ସମସ୍ତଙ୍କୁ ଯୋଗାଇ ଦିଆଯିବା ଉଚିତ ୤ ଓଡିଶା ବିଦ୍ୟୁତ ବିଭାଗ ଘରୋଇକରଣ ହେବା ପରେ ବହୁଳ ଭାବରେ ଠିକା ଶ୍ରମିକ ମାନଙ୍କ ଦ୍ୱାରା କରାଯାଉଛି ୤ ଠିକା କର୍ମଚାରୀ ମାନେ ସୂଚାରୁ ରୁପେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆନଯାଇ ବାହାରୁ ଅଭିଜ୍ଞତା ନଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ଦେବା ଦ୍ୱାରା ମଧ୍ୟ ଦୁର୍ଘଟଣା ବଢି ବଢି ଚାଲିଛି ୤ ଯେଉଁ ଅଫିସର ମାନେ ନିଯୁକ୍ତି ପାଉଛନ୍ତି ସେମାନଙ୍କର କାର୍ଯ୍ୟ ଦକ୍ଷତା ନଥାଇ ଅଳ୍ପ ଦିନ ମଧ୍ୟରେ ବାରମ୍ବାର ପଦନ୍ନୋତୀ ପାଇବା ଦ୍ୱାରା , ଉକ୍ତ ବିଭାଗରେ କାର୍ଯ୍ୟ ସୂଚାରୁ ରୂପେ ନହେବା ଦ୍ୱାରା ଶ୍ରମିକ ଓ ଜନ ସାଧାରଣ ମଧ୍ୟ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି ୤ କାର୍ଯ୍ୟ କରିବା ପାଇଁ ନିରାପତ୍ତା ସରଞ୍ଜାମ କୋଟି କୋଟି ଟଙ୍କାରେ କିଣା ହେଉଥିଲେ ମଧ୍ୟ ଶ୍ରମିକ ମାନଙ୍କୁ ଯୋଗାଇ ଦିଆଯାଉନାହିଁ ୤ ଦୁର୍ଘଟଣାଗ୍ରସ୍ତ ଶ୍ରମିକ ଙ୍କ ପାଇଁ ଯେଉଁ ନିୟମ ରହିଛି ତାହା ଠିକ ଭାବରେ ପାଳନ କରାଯାଉନାହିଁ ୤ କେବଳ ଶ୍ରମିକ ସଂଗଠନ ସ୍ୱରଉତ୍ତଳନ କଲେ ଯାଇ ଶ୍ରମିକ ନ୍ୟାୟ ପାଉଛି ୤ ସମସ୍ତ ଶ୍ରମିକ ଭାଇମାନେ ଏପରି ଦୂର୍ଘଟଣାକୁ ଏଡାଇବା ଏବଂ ନ୍ୟାୟ ପାଇବା ପାଇଁ ହେଲେ ଏକତା ବଦ୍ଧ ହେବା ପାଇଁ ପଡିବ ୤ ଆମକୁ ସଂଗଠିତ ଶକ୍ତିକୁ ଜାଗ୍ରତ କରାଇବାକୁ ହେବ ୤
କ୍ଷୀରୋଦ ମହାପାତ୍ର,ଅବସର ପ୍ରାପ୍ତ କର୍ମଚାରୀ (ଏଲ.ଏମ.-ସି ),ନେସ୍କୋ

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ