Skip to main content

Posts

MMG କର୍ମଚାରୀ ଙ୍କୁ ମିଳିଲା ନ୍ୟାୟ

 ଗତ 20-12-24 ଶକ୍ତି କର୍ମଚାରୀ ସଂଘର ସାଧାରଣ ସଂପାଦକ ଶ୍ରୀ ଅନ୍ତ୍ୟର୍ୟାମି ମହାପାତ୍ର ଜଳେଶ୍ୱର ଡିଭିଜନ   ସମ୍ପାଦକ ଶ୍ରୀ ପ୍ରଦୀପ ଜେନା ଙ୍କ ନେତୃତ୍ୱ ରେ shyam  power  jls (MMG) ରେ କାର୍ଯ୍ୟ ରତ ଠିକା କର୍ମଚାରୀ  ମାନଂକୁ  ନେଇ  ଚାଲିଥିବା ଧାରଣା ର ସୁ  ସମାଧାନ  କରା ଯାଇ ଅଛି, ଉକ୍ତ ବୈଠକ ରେ SE Bls.,EE jls,DM shyam  power  jls  ଏବଂ  ଡିଭିଜନ ସେକ୍ରେଟାରୀ  ପ୍ରଦୀପ ଜେନା, ଓ ଅନ୍ୟ ନେତୃବୃନ୍ଦ  ଉପସ୍ଥିତ ରହି   MMG ପିଲା ମାନଙ୍କ  ଦରମା ଓ  ଅନ୍ୟାନ ଅସୁବିଧା ର   ସୁ ସମାଧାନ ର  ପ୍ରତିସୃତି ମିଳିବାରୁ ଧାରଣା ବନ୍ଦ  କରାଯାଇ ଥିଲା। ଫଳ ସ୍ୱରୂପ ଆଜି ସମସ୍ତ MMG କର୍ମଚାରୀ ଦରମା ପାଇଯାଇଛନ୍ତି। ଏହି ବୈଠକରେ ଉପସ୍ଥିତ ଥିବା chitaranjan samal,Dinesh mohanty, satyabrata Behera, Aditya das, sanjit Malik, jatindra parida, chakradhar Jena,ପ୍ରମୁଖ ଧନ୍ୟବାଦ୍ ଜଣାଇଛନ୍ତି।

ସୌଜନ୍ୟ ମୂଳକ ସାକ୍ଷାତ........

  ୧୬/୧୨/୨୦୨୪ ରିଖ TPNODL କର୍ତୁପକ୍ଷ ଙ୍କ ସହିତ ଶକ୍ତି ସଂଘର ବିଭିନ୍ନ କର୍ମକର୍ତ୍ତା ସମେତ ନୂତନ କରି ହୋଇଥିବା ସ୍ଥାୟୀ ସଭାପତି ଶ୍ରୀଯୁକ୍ତ କାନ୍ଦ୍ରା ସୋରେନ୍ ଙ୍କ ସୌଜନ୍ୟ ମୂଳକ ସାକ୍ଷାତ।

ମିଳିଲା କ୍ଷତିପୂରଣ.....

ଶେଷରେ ମିଳିଲା କ୍ଷତିପୂରଣ, ପରିବାରର ଜଣକୁ ଚାକିରୀ ଏବଂ ଅନୁକମ୍ପା ରାଶି ଟଙ୍କା ୩,୫୦,୦୦୦.୦୦ ________

ମୃତ କର୍ମଚାରୀ ପରିବାର କୁ କ୍ଷତିପୂରଣ ଦେବାକୁ ରାଜିହେଲା TPNODL ......

  ମୃତ କର୍ମଚାରୀ ପରିବାର କୁ କ୍ଷତିପୂରଣ ଦେବାକୁ ରାଜିହେଲା TPNODL କର୍ତୁପକ୍ଷ
ତା 25/08/2024 ରିଖ TPNODL ରେ   କେଉଁଝର,ମୟୁରଭଞ୍ଜ କାର୍ଯ୍ୟ କରୁଥିବା ସ୍ଥାୟୀ/ଅସ୍ଥାୟୀ ଶ୍ରମିକ ମାନଙ୍କ ର ବିଭିନ୍ନ ସମସ୍ୟା ଏବଂ ସଂଘ କିଭଳି ଭାବେ ଆଗକୁ ବଢିପାରିବ ସେ ନେଇ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ନଚନ୍ଦ୍ର ମହାପାତ୍ର,  କେନ୍ଦୁଝର  MP ଶ୍ରୀ ଅନନ୍ତ ନାୟକ ,   ମୟୁରଭଞ୍ଜ MP ଶ୍ରୀ ନବ ଚରଣ ମାଝୀ ,ଉଦଳା ବିଧାୟକ ଶ୍ରୀ ଭାସ୍କର ମଢ଼େଇ,ମୟୁରଭଞ୍ଜ ଜିଲ୍ଲା ସଭାପତି ଶ୍ରୀ କାନ୍ଦରା ସୋରେନ ଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରାଯିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଅଲୋଚନା କରାଯାଇଥିଲା ସଂଗଠନ ଆଗକୁ ବଢିବା କ୍ଷେତ୍ରରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶୃତି  ଦେଇଥିଲେ.......  

ସାଧାରଣ ସଭା (ଉଦଳା ଶାଖା)

 ଅଦ୍ୟ ତା 23/06/2024 ରିଖ ରବିବାର ଦିବା 11 ଘଟିକା ସମୟରେ ନେସ୍କୋ ଶକ୍ତି କର୍ମଚାରୀ ସଂଘର ଉଦଳା ଶାଖା ପକ୍ଷରୁ ବଡ଼ସାହି ସେକ୍ସନ୍ ରେ ସଂଘର କର୍ଯ୍ୟକାରୀ ସଭାପତି ଶ୍ରୀ ଶିବ ନାରାୟଣ ଗିରି ଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି |  ଉଦଳା ଡିଭିଜନର ସ୍ୱାର୍ଥ ତଥା ଶ୍ରମିକ କର୍ମଚାରୀ ମାନଙ୍କ ହିତ କୁ ଦୃଷ୍ଟି ରେ ରଖି ପ୍ରକାଶ କୁମାର ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଆଗାମୀ ଦିନରେ ଶକ୍ତି କର୍ମଚାରୀ ସଂଘର କର୍ମକର୍ତ୍ତା ଙ୍କ ନିସ୍ୱାର୍ଥପର କାମ ପାଇଁ ବାରିପଦା ମଣ୍ଡଳ ରେ ପୁଣିଥରେ ଏକ ନମ୍ବର ହେବ | TPNODL ର ଠିକଦାରି ପ୍ରଥା ପାଇଁ  ଶ୍ରମିକ କର୍ମଚାରୀ ମାନଙ୍କୁ ଯେଉଁଭଳି ଭାବେ ବ୍ୟବହାର କରାଯାଉଛି ତାହା ବାସ୍ତବରେ ଅତୀତ ରେ ରାଜତନ୍ତ୍ର ଶାସନ କୁ ସୂଚିତ କରୁଛି ବୋଲି ଶ୍ରୀ ଅଜୟ ପଢ଼ିଆରୀ  ତାଙ୍କର ବକ୍ତବ୍ୟରେ ଉପସ୍ଥିତ ଶ୍ରମିକ କର୍ମଚାରୀ ମାନଙ୍କୁ ଅବଗତ କରାଇଥିଲେ | ଶ୍ରମିକମାନଙ୍କ EPF , ସେଲାରି ସ୍ଲିପ୍ ଓ ESI ଏପରିକି କାର୍ଯ୍ୟ କରିବାର ପରିଚୟ ପତ୍ର ଏବଂ ପ୍ରବେଶ ପତ୍ର ଦେବାରେ ଆଜି ପର୍ଯ୍ୟନ୍ତ  AMC-BA ଏଜେନ୍ସି ବିଫଳ ହୋଇଛି | ଶ୍ରମିକ ମାନେ ପ୍ରତ୍ୟକ ଦିନ  8 ଘଣ୍ଟା ରୁ ଅଧିକ ସମୟ କାର୍ଯ୍ୟ କରୁଥିଲେ ମଧ୍ଯ ତାଙ୍କର ପ୍ରାପ୍ୟ ଠିକ୍ ଭାବରେ ପାଇପାରୁନାହାନ୍ତି | ବାରମ୍ଵାର ବିଦ୍ୟୁତ କାଟ ପାଇଁ ଶ୍ରମିକ ମାନେ ଗ୍ରାହକ ମାନଙ୍କ ର ଆକ୍ରୋଶ ର ଶୀକ...

ସଂଘର ହସ୍ତକ୍ଷେପ ପରେ ମିଳିଲା କ୍ଷତିପୂରଣ ରାଶି ମୃତକର ପରିବାରକୁ

 ଗତ ତା 09/06/2024 ରିଖ ରବିବାର ଉଦଳା ବିଦ୍ୟୁତ୍ ଡିଭିଜନ ଅଧୀନସ୍ଥ ଉଦଳା ସେକ୍ସନ୍ ଅଧୀନରେ ପୋଡାଡିହା ଭଣ୍ଡାରିପାଳ ଠାରେ 11kv ବିଦ୍ୟୁତ୍  ସରବରାହ ମରାମତି କରିବା ସମୟରେ ଜଣେ ହେଲପର ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଛନ୍ତି।  ପ୍ରକାଶ ଥାଉକି ଶ୍ରୀ ରଞ୍ଜିତ ବେହେରା ଦୀର୍ଘ ଏକ ବର୍ଷ ଧରି ଉଦଳା ସେକ୍ସନ୍ ରେ ହେଲପର ଭାବେ ଆକାଂକ୍ଷା ପାୱାର  (ଏଜେନ୍ସି) ଅଧୀନରେ କାର୍ୟ କରିଆସୁଥିଲା ଗତ ରବିବାର ଦିନ ପୋଡାଡିହା 11kv ଫିଡର ରେ ବିଦ୍ୟୁତ୍ ମରାମତି କାର୍ଯ୍ୟ କରିବା ସମୟରେ ବିଦ୍ୟୁତ୍ ଆଘାତରେ ଅଚେତ୍ ହୋଇ ତଳେ ପଡିଯିବାରୁ ସଙ୍ଗେ ସଙ୍ଗେ ଗ୍ରାମବାସୀ ଓ ସହଯୋଗୀ କର୍ମଚାରୀ ଙ୍କ ସହାୟତାରେ ଉଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ  ଭର୍ତି କରାଯାଇଥିଲା।  ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷାଣ କରିଥିଲେ। ଯାହା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ  ଉତେଜନା ଦେଖାଯାଇଥିଲା।  ଉତ୍ୟକ୍ତ ଗ୍ରାମବାସୀ ମାନେ ଉଦଳା ଥାନାରେ ଏକ ଲିଖିତ ଅଭିଯୋଗ ଦେବା ସଙ୍ଗେ ସଙ୍ଗେ  ନ୍ୟାୟ ପାଇଁ ଦାବୀ କରି ବସିଥିଲେ | ମୃତକ ଙ୍କ ପରିବାର,ଥାନା ଅଧିକାରୀ,ଶକ୍ତି କର୍ମଚାରୀ ସଙ୍ଘ ଏବଂ ବିଜେପି ଯୁବ ମୋର୍ଚ୍ଚା ର ହସ୍ତକ୍ଷେପ ପରେ ଉଦଳା ଡିଭିଜନ ର ନିର୍ବାହୀ ଯନ୍ତ୍ରୀ ଥାନା ରେ ପହଂଚି ଉପସ୍ଥିତ ଲୋକ ଙ୍କୁ ବୁଝାସୁଝା କରିବା ସହ ଆକାଂକ୍ଷା ଏଜେନ୍ସି ର ପ୍ରୋଜେକ୍ଟ ହେଡ଼ ସୁଶୀଲ ସାମଲ ଙ୍କ ସହ ଆଲୋଚନ...