ଜଳେଶ୍ଵର ତା ୦୩/୦୩/୨୦୨୫ ରିଖ ନେସ୍କୋ ଶକ୍ତି କର୍ମଚାରୀ ସଂଘର ଏକ ସାଧାରଣ ସଭା ୫୦୦ରୁ ଉର୍ଦ୍ଧ ଶ୍ରମିକ /କର୍ମଚାରୀ ମାନଙ୍କର ଜଳେଶ୍ଵର ର ଶାଖା ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ଜେନା ଙ୍କ ଆହ୍ଵାନ କ୍ରମେ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ସଭାପତିତ୍ବରେ ଜଳେଶ୍ଵର ମଞ୍ଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଠାରେ ଶ୍ରମିକ ମାନଙ୍କର ବିଭିନ୍ନ ଦାବି ଗୁଡ଼ିକ ସମ୍ବନ୍ଧରେ ଆଲୋଚନା କରାଯିବା ସହିତ ଆଗାମୀ ଦିନ ପାଇଁ ସଂଘ ତରଫରୁ ରଣନୀତି ପ୍ରସ୍ତୁତ କରାଯାଇଥିଲା । ସଂଘର ଉପଦେଷ୍ଟା ତଥା ରାଜ୍ୟ ସରକାରଙ୍କର ଉପମୁଖ୍ୟ ସଚେତକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ମହୋଦୟ ଉପସ୍ଥିତ ରହି ସଂଘର ଦାବି ଗୁଡ଼ିକ ଯଥାର୍ଥ ଏବଂ ସରକାରଙ୍କ ତରଫରୁ କିଭଳି ସମାଧାନ କରାଯାଇ ପାରିବ ତା ପ୍ରତି ମଧ୍ଯ ଧ୍ୟାନ ଦେବେବୋଲି ବକ୍ତବ୍ୟ ରଖିଥିଲେ । ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୂର ମହାସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସତ୍ୟବ୍ରତ ପରିଡ଼ା ମହୋଦୟ ଶ୍ରମିକ ମାନଙ୍କ ଦାବି ଗୁଡ଼ିକ ର ଆଶୁସମାଧାନ ନିମନ୍ତେ TPNODL ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ସହିତ ଆଲୋଚନା କରାଯାଇ ପରବର୍ତ୍ତୀ କାର୍ଯ୍ୟ ପନ୍ତା ସ୍ଥିର କରାଯିବ ବୋଲି ମତବ୍ୟକ୍ତ କରିଥିଲେ। ସଂଘ ତରଫରୁ ବିଭିନ୍ନ ଦାବି ବିଷୟରେ ଆଲୋଚନା କରାଯାଇଥିଲା ଯଥା:-
୧) TPNODL ରେ କାର୍ଯ୍ୟରତ ସମସ୍ତ ଅସ୍ଥାୟୀ କର୍ମଚାରୀ ଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ନଚେତ୍ ହରିୟାଣା ମଡେଲ out soursing ପ୍ରଥା ମୁତାବକ ଦରମା ପ୍ରଦାନ କରିବା।
୨) ଦୀର୍ଘଦିନ ଧରି କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତ ନିମନ୍ତେ ବୟସ ସୀମା କୋହୋଳ କରିବା ସହିତ ସ୍ବତନ୍ତ୍ର ଦରମା ପ୍ରଦାନ କରିବା।
୩)DISTRIBUTION ASST.TRAINEE ନିଯୁକ୍ତି ପ୍ରକ୍ରିୟାକୁ ତ୍ଵରାନିତ କରିବା ଏବଂ ଉଡାଣ ରେ ତାଲିମ ନେଉଥିବା କର୍ମଚାରୀ ମାନଙ୍କ ତାଲିମ ପ୍ରକ୍ରିୟା ଏକ ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷକରି ତୁରନ୍ତ ନିଯୁକ୍ତି ପ୍ରଦାନ କରିବା ।
୪) TPNODL ରେ କାର୍ଯ୍ୟରତ ସମସ୍ତ ସ୍ଥାୟୀ କର୍ମଚାରୀଙ୍କ EPF ସମ୍ବନ୍ଧୀୟ ସମସ୍ୟା କୁ ସମାଧାନ କରିବା ।
ଏହିପରି ଅନ୍ୟାନ ଦାବି ସମ୍ବନ୍ଧରେ ଆଲୋଚୋନା କରାଯାଇଥିଲା।
ଆଜିକାର ସଭାରେ ସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ମହାପାତ୍ର , ବିଜେପି ର ବରିଷ୍ଠ ନେତା ଶ୍ରୀ ବ୍ରଜ ପ୍ରଧାନ , ସଙ୍ଘର ସ୍ଥାୟୀ ସଭାପତି ଶ୍ରୀଯୁକ୍ତ କାନ୍ଦ୍ରା ସୋରେନ , ପ୍ରଭୁଦତ୍ତ ମିଶ୍ର , କପିଳେଶ୍ୱର ବେହେରା , କାର୍ଯକାରୀ ସଭାପତି ଶିବନାରାୟନ ବେହେରା , ଉପ ସାଧାରଣ ସମ୍ପାଦକ ଶୁଭେନ୍ଦୁ ସୂର୍ୟ ନାରାୟଣ ବେହେରା , ଅଜୟ ପଢ଼ିଆରି , ମାନସ ସାହୁ, କୋମଳ ଲୋଚୋନ ସାହୁ , ପ୍ରଣବ ମହାପାତ୍ର , ବଳଭଦ୍ର ଗିରି, ନିଗମାନନ୍ଦ ଗିରି, ସୁକାନ୍ତ ପାଢ଼ୀ, ଚନ୍ଦନ ଭୂୟାଁ , ସୁକୁମାର ଦେ, ଚନ୍ଦନ ବେହେରା, ଚିତ୍ତ ସାମଲ, ଉମେଶ ସିଂ, ରାଜକିଶୋର ରାଉତ, ଦିନେଶ ମହାନ୍ତି ପ୍ରମୁଖ ସଙ୍ଘର ଦାବି ଗୁଡ଼ିକ TPNODL କର୍ତ୍ତୃପକ୍ଷ ତୁରନ୍ତ ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ପାଇଁ ଚେତାବନୀ ଦେଇଥିଲେ। ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ମତବ୍ୟକ୍ତ କରିଥିଲେ।