Skip to main content

Posts

ବିଜୟା ବନ୍ଧୁ ମିଳନ ସମାରୋହ-୨୦୨୫

  ବିଜୟା ବନ୍ଧୁ ମିଳନ ସମାରୋହ-୨୦୨୫ ତା୨.୧୧.୨୦୨୫ରିଖ (ରବିବାର) ଦିବା ୧୧ ଘଟିକାରୁ ରାତି ଦଶଟା ପର୍ଯ୍ୟନ୍ତ) ସ୍ଥାନ: ନୀଳଗିରି ଡାକବଙ୍ଗଳା ପରିସର ଆଦରଣୀୟ ବନ୍ଧୁବର ! ସପ୍ରେମ ନମସ୍କାର ! ଆନନ୍ଦର ସହିତ ଆପଣମାନଙ୍କୁ ଜଣାଉଅଛୁ ଯେ, ଏ ବର୍ଷ ବିଜୟା ବନ୍ଧୁ ମିଳନ ସମାରୋହ ଉପର୍ଯ୍ଯକ୍ତ ସାରଣୀମତେ ଅନୁଷ୍ଠିତ ହେବାକୁ ଯାଉଅଛି । ନାନାବିଧ କାରଣରୁ ଦୀର୍ଘ ଦୁଇବର୍ଷ ଧରି ଏହାର ଆୟୋଜନ କରାଯାଇ ପାରିନଥିବାରୁ ମୁଁ ଆପଣମାନଙ୍କ ନିକଟରେ ବିନୀତ ଭାବରେ କ୍ଷମାପ୍ରାର୍ଥ । ଏହି ସମାରୋହ ଦ୍ଵାରା ଆମମାନଙ୍କ ଭିତରେ ଏକ ଅଦ୍ଭୁତ, ଆବେଗପୂର୍ଣ, ଭାବଗତ ନିବିଡ଼ ସମ୍ପର୍କ ସୃଷ୍ଟି ହୋଇଥାଏ । ହଜାର ହଜାର ଲୋକ ଯେପରି ଏ ଅପୂର୍ବ ଭାବୋଚ୍ଛାସରେ ମୋହିତ ହୋଇପଡ଼ନ୍ତି । ତୁଚ୍ଛ ବାଦବିବାଦ, ଈର୍ଷା ଦ୍ବେଷକୁ ଭୁଲି ଭାବସିନ୍ଧୁରେ ଏକାକାର ହୋଇଯାଆନ୍ତି । 'ଏ ବର୍ଷ ବିଜୟା ବନ୍ଧୁ ମିଳନ କେବେ ହେବ ?' ବୋଲି ଗାଁ ଗହଳିର ଲୋକମାନେ ଫୋନ୍ କରି ବା ସାକ୍ଷାତ୍ କରି ପଚାରିଲା ବେଳେ ମୁଁ ମଧ୍ୟ ଅବାକ୍ ହୋଇପଡ଼େ । ବିଜୟା ଦଶମୀ ଦୈବୀ ଶକ୍ତି ଓ ଆସୁରିକ ଶକ୍ତିର ପାରସ୍ପରିକ ସଙ୍ଘର୍ଷ ଓ ଦୈବୀ ଶକ୍ତିର ଆସୁରିକ ଶକ୍ତି ଉପରେ ବିଜୟର ସ୍ମାରକୀ ସ୍ୱରୂପ । ଯେତେବେଳେ ପରାକ୍ରମୀ ରାକ୍ଷସମାନଙ୍କ ଦ୍ଵାରା ସ୍ଵର୍ଗରାଜ୍ୟରୁ ବିତାଡ଼ିତ ଦେବତାମାନେ ହିମାଳୟ ପାଦ ଦେଶରେ ମିଳିତ ହୋଇ ପ୍ରାର୍ଥନା କରନ୍ତି ଦେବୀ ମହାମାୟା ଦେବତାମାନଙ୍କ ତେଜଃପୁଞ୍ଜରୁ ନିଜକୁ ପ୍...

ନେସ୍କୋ ଶକ୍ତି କର୍ମଚାରୀ ସଂଘ ପ୍ରାଙ୍ଗଣରେ କାର୍ଯ୍ୟ ନିର୍ବାହୀ ସଦସ୍ୟ ମାନଙ୍କ ଦ୍ଵାରା ପୂର୍ବ ସାଧାରଣ ସମ୍ପାଦକ ଙ୍କୁ ପଦରୁ ଅବ୍ୟାହତି

  ଆଜି ଏକ ଐତିହାସିକ ଦିନରେ ଶୋଭାରମ୍ପୂର୍ ଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ ନେସ୍କୋ ଶକ୍ତି କର୍ମଚାରୀ ସଂଘର ସାଧାରଣ ବୈଠକ ଆୟୋଜନ କରାଯାଇ ପୂର୍ବ ତା ୧୩/୦୯/୨୦୨୫ରିଖ ନେସ୍କୋ ଶକ୍ତି କର୍ମଚାରୀ ସଂଘ ପ୍ରାଙ୍ଗଣରେ କାର୍ଯ୍ୟ ନିର୍ବାହୀ ସଦସ୍ୟ ମାନଙ୍କ ଦ୍ଵାରା ପାରିତ ପୂର୍ବ ସାଧାରଣ ସମ୍ପାଦକ ଙ୍କୁ ପଦରୁ ଅବ୍ୟାହତି ଦିଆଯାଇ ଆଜିର ସାଧାରଣ ବୈଠକରେ ସର୍ବ ସମ୍ମତି କ୍ରମେ  ପୂର୍ବ କାର୍ଯ୍ୟ ନିର୍ବାହୀ ପଦ ପଦବୀ ଗୁଡ଼ିକୁ ଭଙ୍ଗା ଯାଇ ନୂତନ ପଦବୀ ଚୟନ କରାଗଲା।ସଭାପତି ଭାବେ ଶ୍ରୀଯୁକ୍ତ Kandra soren ମହୋ ଦୟଙ୍କୁ, ସାଧାରଣ ସମ୍ପାଦକ ଭାବେ ଶ୍ରୀଯୁକ୍ତ ଉମାକାନ୍ତ ପଢିଆରି,କାର୍ଯ୍ୟକାରିଣୀ ସଭାପତି - ଶିବ ନାରାୟଣ ଗିରି, ଉପସଭାପତି ଯୁଗ୍ମ ଏକାଦଶ ବେହେରା,ସୁକୁମାର ଦେ, ଉପ ସାଧାରଣ ସମ୍ପାଦକ ପ୍ରଦୀପ ଜେନା, ସହକାରୀ ସଂପାଦକ ଯୁଗ୍ମ -ପ୍ରଣବ ମହାପାତ୍ର ଓ ସୁଶାନ୍ତ ପ୍ରଧାନ,ସାଙ୍ଗ ଠାନିକ ସମ୍ପାଦକ -ଶୁଭେନ୍ଦୁ ସୂର୍ଯ୍ୟ ନାରାୟଣ ବେହେରା,ଅଜୟ ପଢିଆରୀ,କାହୁଁ ଚରଣ ପ୍ରଧାନ, ମାନସ ରଞ୍ଜନ ସାହୁ, କୋଷାଧ୍ୟକ୍ଷ -ବିଷ୍ଣୁପଦ ମିଶ୍ର,କାର୍ଯ୍ୟାଳୟ ସମ୍ପାଦକ -ତନୟ ପଢି ହାରି,BED divison ପାଇଁ କମଳ ଲୋଚନ ସାହୁ,CED divison ପାଇଁ ବଳଭଦ୍ର ଗିରି, ଜଳେଶ୍ବର divison ପାଇଁ ପ୍ରଦୀପ ଜେନା, ବସ୍ତା divison ପାଇଁ ନିଗମା ନନ୍ଦ ଗିରି, ସୋରୋ divison ପାଇଁ ସୁକାନ୍ତ ପାଢ଼ୀ, ଉଦଳା divson ପାଇଁ ସୁକୁମାର ଗନ୍ତାୟତ,ଷ୍ଟୋର d...

ବିଶ୍ଵକର୍ମା ଜୟନ୍ତୀ ( ରାଷ୍ଟ୍ରୀୟ ଶ୍ରମିକ ଦିବସ )

ବିଶ୍ଵକର୍ମା ଦିବସ କାରିଗର, ଶ୍ରମିକ, ଯନ୍ତ୍ରପାତି ଓ ପ୍ରୌଦ୍ୟୋଗିକୀକୁ ସମ୍ମାନ କରିବାର ପର୍ବ। ଏହା ଭଗବାନ ବିଶ୍ଵକର୍ମାଙ୍କ ସ୍ମୃତିରେ ପାଳନ କରାଯାଏ, ଯିଏକି ସ୍ଥପତି, ଶିଳ୍ପୀ ଓ ସୃଷ୍ଟିର ଦେବତା । ପ୍ରମୁଖ ବିଷୟବସ୍ତୁ: 1. ଶ୍ରମର ସମ୍ମାନ – ମଜଦୁର, କାରିଗର, ଇଞ୍ଜିନିୟର ଓ ଶ୍ରମଜୀବୀମାନଙ୍କୁ ସମ୍ମାନ ଦେବା। 2. ତନ୍ତ୍ର-ଯନ୍ତ୍ରର ପୂଜା – କାରଖାନା, ଯନ୍ତ୍ର, ଯାନବାହନ ଓ ଉପକରଣକୁ ପବିତ୍ର କରିବା। 3. ନବ ସୃଷ୍ଟିର ପ୍ରେରଣା – କାର୍ଯ୍ୟକୁ ନୂଆ ଦୃଷ୍ଟିରେ ଆରମ୍ଭ କରିବା, ସୃଜନଶୀଳତାକୁ ପ୍ରୋତ୍ସାହନ। 4. ସାମୂହିକ ସମ୍ମିଳନ – କାର୍ଯ୍ୟସ୍ଥଳରେ ସମସ୍ତଙ୍କୁ ଏକତ୍ର କରି, ସହଯୋଗରେ କାମ କରିବା। 5. ସୁରକ୍ଷା ଓ କାର୍ଯ୍ୟଦକ୍ଷତା – କାମରେ ସୁରକ୍ଷାବଳୀ ରକ୍ଷା କରିବା, ଶିଳ୍ପରେ କୁଶଳତାକୁ ବୃଦ୍ଧି କରିବା। ପ୍ରଚଳିତ ସ୍ଲୋଗାନ / ପରିଚୟ:   “ଶ୍ରମୀକ ହିଁ ଦେଶର ଶକ୍ତି।” “ବିଶ୍ଵକର୍ମାଙ୍କ ପୂଜା – ଶ୍ରମ, ସୃଷ୍ଟି ଓ ପ୍ରଗତିର ପ୍ରତୀକ।” “ଯନ୍ତ୍ର ଓ ଶ୍ରମର ସମ୍ମାନ – ସମୃଦ୍ଧିର ପଥ।”

ନେସ୍କୋ ଶକ୍ତି କର୍ମଚାରୀ ସଂଘର ସାଧାରଣ ସଭା

                                        ଜଳେଶ୍ଵର ତା ୦୩/୦୩/୨୦୨୫ ରିଖ ନେସ୍କୋ ଶକ୍ତି କର୍ମଚାରୀ ସଂଘର ଏକ ସାଧାରଣ ସଭା ୫୦୦ରୁ ଉର୍ଦ୍ଧ ଶ୍ରମିକ /କର୍ମଚାରୀ ମାନଙ୍କର ଜଳେଶ୍ଵର ର ଶାଖା ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ଜେନା ଙ୍କ ଆହ୍ଵାନ କ୍ରମେ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ସଭାପତିତ୍ବରେ ଜଳେଶ୍ଵର ମଞ୍ଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଠାରେ ଶ୍ରମିକ ମାନଙ୍କର ବିଭିନ୍ନ ଦାବି ଗୁଡ଼ିକ ସମ୍ବନ୍ଧରେ ଆଲୋଚନା କରାଯିବା ସହିତ ଆଗାମୀ ଦିନ ପାଇଁ ସଂଘ ତରଫରୁ ରଣନୀତି ପ୍ରସ୍ତୁତ କରାଯାଇଥିଲା । ସଂଘର ଉପଦେଷ୍ଟା ତଥା ରାଜ୍ୟ ସରକାରଙ୍କର ଉପମୁଖ୍ୟ ସଚେତକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ମହୋଦୟ ଉପସ୍ଥିତ ରହି ସଂଘର ଦାବି ଗୁଡ଼ିକ ଯଥାର୍ଥ ଏବଂ ସରକାରଙ୍କ ତରଫରୁ କିଭଳି ସମାଧାନ କରାଯାଇ ପାରିବ ତା ପ୍ରତି ମଧ୍ଯ ଧ୍ୟାନ ଦେବେବୋଲି  ବକ୍ତବ୍ୟ ରଖିଥିଲେ । ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୂର ମହାସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସତ୍ୟବ୍ରତ ପରିଡ଼ା ମହୋଦୟ ଶ୍ରମିକ ମାନଙ୍କ ଦାବି ଗୁଡ଼ିକ ର ଆଶୁସମାଧାନ ନିମନ୍ତେ TPNODL ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ସହିତ ଆଲୋଚନା କରାଯାଇ ପରବର୍ତ୍ତୀ କାର୍ଯ୍ୟ ପନ୍ତା ସ୍ଥିର କରାଯିବ ବୋଲି ମତବ୍ୟକ୍ତ କରିଥିଲେ। ସଂଘ ତରଫ...

Happy 76th Republic Day

"Freedom in mind, faith in words, pride in our hearts, and memories in our souls. Let us celebrate the spirit of a united and proud India. Happy 76th Republic Day!"  

NESCO SHAKTI KARMACHARI SANGHA ର ଜଳେଶ୍ଵର ଶାଖା ତରଫରୁ ଶାଖା ସମ୍ପାଦକ ଶ୍ରୀ ପ୍ରଦୀପ ଜେନା ଙ୍କ ନେତୃତ୍ୱ ରେ ସାଧାରଣ ବୈଠକ

NESCO SHAKTI KARMACHARI SANGHA ର ଜଳେଶ୍ଵର ଶାଖା ତରଫରୁ ଶାଖା ସମ୍ପାଦକ ଶ୍ରୀ ପ୍ରଦୀପ ଜେନା ଙ୍କ ନେତୃତ୍ୱ ରେ ସାଧାରଣ ବୈଠକ 

Wishing you a very happy Makar Sankranti 2025

        Wishing you a very happy Makar Sankranti 2025 with happiness and prosperity for your family. Makara Sankranti is a prominent Hindu festival celebrated across India and Nepal, marking the transition of the Sun into the zodiac sign of Makara (Capricorn). This event signifies the beginning of longer days and is considered the arrival of the harvest season. Typically falling on January 14th or 15th, it is celebrated with regional variations, reflecting local traditions and cultures. Key Features of Makara Sankranti: Spiritual Significance : It symbolizes new beginnings, prosperity, and the end of winter solstice. Devotees take holy dips in rivers like the Ganges, Yamuna, or Godavari to cleanse their sins and seek blessings. Harvest Celebration : As an agrarian festival, it is associated with gratitude for a bountiful harvest. Farmers rejoice as it marks the end of the Rabi crop season. Cultural Variations : In Tamil Nadu , it is celebrated as Pongal , with ...

ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ଙ୍କ ଜନ୍ମଦିନ ରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।

 ଓଡିଶା ବିଧାନସଭା ର ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଏବଂ shakti karmchari sangha ର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ଙ୍କ ଜନ୍ମଦିନ ରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା  । Heartiest congratulations and best wishes to Shri Govind Chandra Das, the official Deputy Chief Vigilant of Odisha Assembly, Remuna MLA and former President of Shakti Karmchari Sangha, on his birthday. ଓଡିଶା ବିଧାନସଭା ର ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଏବଂ shakti karmchari sangha ର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ଙ୍କ ଜନ୍ମଦିନ ଅବସର ରେ ରେମୁଣା ବିଜେପି କାର୍ଯ୍ୟାଳୟ ରେ ସଙ୍ଘର ସଦସ୍ୟଙ୍କ ଦ୍ଵାରା ରକ୍ତ ଦାନ।

Happy New Year 2025

  May the divine grace of Lord Ganesh remove all obstacles from your path and fill your life with joy and prosperity.

"ବିଶ୍ୱାସ ଭଙ୍ଗ: ଶ୍ରମିକଙ୍କ ଅଧିକାର ବିରୋଧୀ କାର୍ଯ୍ୟକଳାପ"

ଆମେ ଓଡିଶା ବିଦ୍ୟୁତ ବିଭାଗ ଦ୍ୱାରା କର୍ମଚାରୀ ପ୍ରତିନିଧିତ୍ୱ ବିନା ଗଠିତ ଅପରାଧୀୟ କମିଟି ପ୍ରତି ମର୍ମାହିତ ଓ କ୍ରୋଧିତ ହୋଇଛୁ। ଏହା କର୍ମଚାରୀଙ୍କ ଅଧିକାର ପ୍ରତି ମୁଣ୍ଡ ଫେରାଇବାର ଏକ ସ୍ପଷ୍ଟ ଉଦାହରଣ ଓ ପ୍ରଶାସନିକ ଦୋଷାଚାରର ଏକ ଦୃଷ୍ଟାନ୍ତ। କର୍ମଚାରୀଙ୍କ ପାଇଁ କ୍ୟାଡର ପୁନର୍ବ୍ୟବସ୍ଥାପନକୁ ତିବ୍ର ଗତିରେ ଅମଲ କରାଯିବା ଏବଂ କର୍ମଚାରୀଙ୍କ ଦୀର୍ଘ ଦିନର ଦାବିଗୁଡ଼ିକୁ ଅବହେଳା କରିବା ରେ ଜଣାଯାଉଛି ଯେ, ଏହା ପ୍ରଶାସନିକ ଅସମାନତା ଓ ଅନ୍ୟାୟ ପ୍ରବୃତ୍ତିର ଏକ ସ୍ପଷ୍ଟ ଦୃଷ୍ଟାନ୍ତ।     ଆମେ ଏହି ଅସାମାଜିକ କାର୍ଯ୍ୟାନୁଷ୍ଠାନ ଓ କର୍ମଚାରୀଙ୍କ ଅଧିକାର ପ୍ରତି ହୋଇଥିବା ଅପମାନରେ ସପ୍ରତିଷ୍ଠ ନିନ୍ଦା କରୁଛୁ। ଅନ୍ୟଥା, ଆମେ ଏହା ସପ୍ଷଟ କରୁଛୁ ଯେ, OPTCL ଫର୍ମୁଲା କୁ ମାନିବାରେ ଅସମ୍ମତି କରିବା ଯେକୌଣସି କାର୍ଯ୍ୟ ଓଡିଶା ପାୱାର ସେକ୍ଟର ରିଫର୍ମ୍ସ ଆକ୍ଟର ଘୋର ଉଲ୍ଲଂଘନର ଅର୍ଥ ରଖିଥାଏ, ଯାହା ଏହି ଆଇନଗତ ପ୍ରାତିଷ୍ଠାର ମୂଳ ଢାଞ୍ଚା କୁ। କମ୍ପ୍ରୋରମାଇଜ୍ କରେ।     ଯାହାର ପ୍ରତିବାଦରେ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିଶାଳ ଗଣ ଧାରଣା।

MMG କର୍ମଚାରୀ ଙ୍କୁ ମିଳିଲା ନ୍ୟାୟ

 ଗତ 20-12-24 ଶକ୍ତି କର୍ମଚାରୀ ସଂଘର ସାଧାରଣ ସଂପାଦକ ଶ୍ରୀ ଅନ୍ତ୍ୟର୍ୟାମି ମହାପାତ୍ର ଜଳେଶ୍ୱର ଡିଭିଜନ   ସମ୍ପାଦକ ଶ୍ରୀ ପ୍ରଦୀପ ଜେନା ଙ୍କ ନେତୃତ୍ୱ ରେ shyam  power  jls (MMG) ରେ କାର୍ଯ୍ୟ ରତ ଠିକା କର୍ମଚାରୀ  ମାନଂକୁ  ନେଇ  ଚାଲିଥିବା ଧାରଣା ର ସୁ  ସମାଧାନ  କରା ଯାଇ ଅଛି, ଉକ୍ତ ବୈଠକ ରେ SE Bls.,EE jls,DM shyam  power  jls  ଏବଂ  ଡିଭିଜନ ସେକ୍ରେଟାରୀ  ପ୍ରଦୀପ ଜେନା, ଓ ଅନ୍ୟ ନେତୃବୃନ୍ଦ  ଉପସ୍ଥିତ ରହି   MMG ପିଲା ମାନଙ୍କ  ଦରମା ଓ  ଅନ୍ୟାନ ଅସୁବିଧା ର   ସୁ ସମାଧାନ ର  ପ୍ରତିସୃତି ମିଳିବାରୁ ଧାରଣା ବନ୍ଦ  କରାଯାଇ ଥିଲା। ଫଳ ସ୍ୱରୂପ ଆଜି ସମସ୍ତ MMG କର୍ମଚାରୀ ଦରମା ପାଇଯାଇଛନ୍ତି। ଏହି ବୈଠକରେ ଉପସ୍ଥିତ ଥିବା chitaranjan samal,Dinesh mohanty, satyabrata Behera, Aditya das, sanjit Malik, jatindra parida, chakradhar Jena,ପ୍ରମୁଖ ଧନ୍ୟବାଦ୍ ଜଣାଇଛନ୍ତି।

ସୌଜନ୍ୟ ମୂଳକ ସାକ୍ଷାତ........

  ୧୬/୧୨/୨୦୨୪ ରିଖ TPNODL କର୍ତୁପକ୍ଷ ଙ୍କ ସହିତ ଶକ୍ତି ସଂଘର ବିଭିନ୍ନ କର୍ମକର୍ତ୍ତା ସମେତ ନୂତନ କରି ହୋଇଥିବା ସ୍ଥାୟୀ ସଭାପତି ଶ୍ରୀଯୁକ୍ତ କାନ୍ଦ୍ରା ସୋରେନ୍ ଙ୍କ ସୌଜନ୍ୟ ମୂଳକ ସାକ୍ଷାତ।

ମିଳିଲା କ୍ଷତିପୂରଣ.....

ଶେଷରେ ମିଳିଲା କ୍ଷତିପୂରଣ, ପରିବାରର ଜଣକୁ ଚାକିରୀ ଏବଂ ଅନୁକମ୍ପା ରାଶି ଟଙ୍କା ୩,୫୦,୦୦୦.୦୦ ________

ମୃତ କର୍ମଚାରୀ ପରିବାର କୁ କ୍ଷତିପୂରଣ ଦେବାକୁ ରାଜିହେଲା TPNODL ......

  ମୃତ କର୍ମଚାରୀ ପରିବାର କୁ କ୍ଷତିପୂରଣ ଦେବାକୁ ରାଜିହେଲା TPNODL କର୍ତୁପକ୍ଷ
ତା 25/08/2024 ରିଖ TPNODL ରେ   କେଉଁଝର,ମୟୁରଭଞ୍ଜ କାର୍ଯ୍ୟ କରୁଥିବା ସ୍ଥାୟୀ/ଅସ୍ଥାୟୀ ଶ୍ରମିକ ମାନଙ୍କ ର ବିଭିନ୍ନ ସମସ୍ୟା ଏବଂ ସଂଘ କିଭଳି ଭାବେ ଆଗକୁ ବଢିପାରିବ ସେ ନେଇ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ନଚନ୍ଦ୍ର ମହାପାତ୍ର,  କେନ୍ଦୁଝର  MP ଶ୍ରୀ ଅନନ୍ତ ନାୟକ ,   ମୟୁରଭଞ୍ଜ MP ଶ୍ରୀ ନବ ଚରଣ ମାଝୀ ,ଉଦଳା ବିଧାୟକ ଶ୍ରୀ ଭାସ୍କର ମଢ଼େଇ,ମୟୁରଭଞ୍ଜ ଜିଲ୍ଲା ସଭାପତି ଶ୍ରୀ କାନ୍ଦରା ସୋରେନ ଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରାଯିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଅଲୋଚନା କରାଯାଇଥିଲା ସଂଗଠନ ଆଗକୁ ବଢିବା କ୍ଷେତ୍ରରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶୃତି  ଦେଇଥିଲେ.......  

ସାଧାରଣ ସଭା (ଉଦଳା ଶାଖା)

 ଅଦ୍ୟ ତା 23/06/2024 ରିଖ ରବିବାର ଦିବା 11 ଘଟିକା ସମୟରେ ନେସ୍କୋ ଶକ୍ତି କର୍ମଚାରୀ ସଂଘର ଉଦଳା ଶାଖା ପକ୍ଷରୁ ବଡ଼ସାହି ସେକ୍ସନ୍ ରେ ସଂଘର କର୍ଯ୍ୟକାରୀ ସଭାପତି ଶ୍ରୀ ଶିବ ନାରାୟଣ ଗିରି ଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି |  ଉଦଳା ଡିଭିଜନର ସ୍ୱାର୍ଥ ତଥା ଶ୍ରମିକ କର୍ମଚାରୀ ମାନଙ୍କ ହିତ କୁ ଦୃଷ୍ଟି ରେ ରଖି ପ୍ରକାଶ କୁମାର ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଆଗାମୀ ଦିନରେ ଶକ୍ତି କର୍ମଚାରୀ ସଂଘର କର୍ମକର୍ତ୍ତା ଙ୍କ ନିସ୍ୱାର୍ଥପର କାମ ପାଇଁ ବାରିପଦା ମଣ୍ଡଳ ରେ ପୁଣିଥରେ ଏକ ନମ୍ବର ହେବ | TPNODL ର ଠିକଦାରି ପ୍ରଥା ପାଇଁ  ଶ୍ରମିକ କର୍ମଚାରୀ ମାନଙ୍କୁ ଯେଉଁଭଳି ଭାବେ ବ୍ୟବହାର କରାଯାଉଛି ତାହା ବାସ୍ତବରେ ଅତୀତ ରେ ରାଜତନ୍ତ୍ର ଶାସନ କୁ ସୂଚିତ କରୁଛି ବୋଲି ଶ୍ରୀ ଅଜୟ ପଢ଼ିଆରୀ  ତାଙ୍କର ବକ୍ତବ୍ୟରେ ଉପସ୍ଥିତ ଶ୍ରମିକ କର୍ମଚାରୀ ମାନଙ୍କୁ ଅବଗତ କରାଇଥିଲେ | ଶ୍ରମିକମାନଙ୍କ EPF , ସେଲାରି ସ୍ଲିପ୍ ଓ ESI ଏପରିକି କାର୍ଯ୍ୟ କରିବାର ପରିଚୟ ପତ୍ର ଏବଂ ପ୍ରବେଶ ପତ୍ର ଦେବାରେ ଆଜି ପର୍ଯ୍ୟନ୍ତ  AMC-BA ଏଜେନ୍ସି ବିଫଳ ହୋଇଛି | ଶ୍ରମିକ ମାନେ ପ୍ରତ୍ୟକ ଦିନ  8 ଘଣ୍ଟା ରୁ ଅଧିକ ସମୟ କାର୍ଯ୍ୟ କରୁଥିଲେ ମଧ୍ଯ ତାଙ୍କର ପ୍ରାପ୍ୟ ଠିକ୍ ଭାବରେ ପାଇପାରୁନାହାନ୍ତି | ବାରମ୍ଵାର ବିଦ୍ୟୁତ କାଟ ପାଇଁ ଶ୍ରମିକ ମାନେ ଗ୍ରାହକ ମାନଙ୍କ ର ଆକ୍ରୋଶ ର ଶୀକ...

ସଂଘର ହସ୍ତକ୍ଷେପ ପରେ ମିଳିଲା କ୍ଷତିପୂରଣ ରାଶି ମୃତକର ପରିବାରକୁ

 ଗତ ତା 09/06/2024 ରିଖ ରବିବାର ଉଦଳା ବିଦ୍ୟୁତ୍ ଡିଭିଜନ ଅଧୀନସ୍ଥ ଉଦଳା ସେକ୍ସନ୍ ଅଧୀନରେ ପୋଡାଡିହା ଭଣ୍ଡାରିପାଳ ଠାରେ 11kv ବିଦ୍ୟୁତ୍  ସରବରାହ ମରାମତି କରିବା ସମୟରେ ଜଣେ ହେଲପର ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଛନ୍ତି।  ପ୍ରକାଶ ଥାଉକି ଶ୍ରୀ ରଞ୍ଜିତ ବେହେରା ଦୀର୍ଘ ଏକ ବର୍ଷ ଧରି ଉଦଳା ସେକ୍ସନ୍ ରେ ହେଲପର ଭାବେ ଆକାଂକ୍ଷା ପାୱାର  (ଏଜେନ୍ସି) ଅଧୀନରେ କାର୍ୟ କରିଆସୁଥିଲା ଗତ ରବିବାର ଦିନ ପୋଡାଡିହା 11kv ଫିଡର ରେ ବିଦ୍ୟୁତ୍ ମରାମତି କାର୍ଯ୍ୟ କରିବା ସମୟରେ ବିଦ୍ୟୁତ୍ ଆଘାତରେ ଅଚେତ୍ ହୋଇ ତଳେ ପଡିଯିବାରୁ ସଙ୍ଗେ ସଙ୍ଗେ ଗ୍ରାମବାସୀ ଓ ସହଯୋଗୀ କର୍ମଚାରୀ ଙ୍କ ସହାୟତାରେ ଉଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ  ଭର୍ତି କରାଯାଇଥିଲା।  ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷାଣ କରିଥିଲେ। ଯାହା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ  ଉତେଜନା ଦେଖାଯାଇଥିଲା।  ଉତ୍ୟକ୍ତ ଗ୍ରାମବାସୀ ମାନେ ଉଦଳା ଥାନାରେ ଏକ ଲିଖିତ ଅଭିଯୋଗ ଦେବା ସଙ୍ଗେ ସଙ୍ଗେ  ନ୍ୟାୟ ପାଇଁ ଦାବୀ କରି ବସିଥିଲେ | ମୃତକ ଙ୍କ ପରିବାର,ଥାନା ଅଧିକାରୀ,ଶକ୍ତି କର୍ମଚାରୀ ସଙ୍ଘ ଏବଂ ବିଜେପି ଯୁବ ମୋର୍ଚ୍ଚା ର ହସ୍ତକ୍ଷେପ ପରେ ଉଦଳା ଡିଭିଜନ ର ନିର୍ବାହୀ ଯନ୍ତ୍ରୀ ଥାନା ରେ ପହଂଚି ଉପସ୍ଥିତ ଲୋକ ଙ୍କୁ ବୁଝାସୁଝା କରିବା ସହ ଆକାଂକ୍ଷା ଏଜେନ୍ସି ର ପ୍ରୋଜେକ୍ଟ ହେଡ଼ ସୁଶୀଲ ସାମଲ ଙ୍କ ସହ ଆଲୋଚନ...

ମତଦାନ କେନ୍ଦ୍ର ନିକଟରେ ଆମ୍ଭ ସଂଗଠନ ଦ୍ଵାରା ଜଳ ଛତ୍ର ........

 ମତଦାନ  କେନ୍ଦ୍ର ନିକଟରେ ଆମ୍ଭ ସଂଗଠନ ଦ୍ଵାରା ଜଳ ଛତ୍ର ........ " ଜଳ ହିଁ ଜୀବନ " "SAVE WATER  # SAVE  LIFE" ଆଜି ଏ ପ୍ରବଳ ଖରା ଏବଂ ଗୁଳୁଗୁଳି କୁ ଖାତିର୍ ନକରି ଯେଉଁ ନାଗରିକ ମାନେ ନିଜର ବହୁ ମୂଲ୍ୟବାନ ସମୟ ନଷ୍ଟ କରି ଦେଶ ପାଇଁ ନିଜର ବହୁ ମୂଲ୍ୟ ମତଦାନ ସାବ୍ୟସ୍ତ କରିଥିବାରୁ ତାଙ୍କୁ ବହୁତ୍  ବହୁତ୍ ଧନ୍ୟବାଦ .................

ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ........

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ

Three Month On, Protest By NESCO Employees Continues Against TATA Power

More than 700 employees of the erstwhile power distribution company, NESCO which has now been acquired by the TATA Power, continue protest for over a month demanding regularisation of their jobs .The protest by more than 700 employees of the erstwhile power distribution company, NESCO which has now been acquired by the TATA Power, continues unabated for over a month demanding regularisation of their jobs. The protest by more than 700 employees of the erstwhile power distribution company, NESCO which has now been acquired by the TATA Power, continues unabated for over a month demanding regularisation of their jobs.They have been sitting on dharna in front of the Head office at Balasore since Three month.The protesters alleged that TATA Power has been harassing the contractual employees by not regularising their jobs as per the agreement. Instead, it recruited new employees under its pay role before making jobs of the existing contractual employees as regular. It is pertinent to mention ...